LPG: ଗ୍ୟାସ୍‌ କମ୍ପାନିଙ୍କ କ୍ଷତି ୫୯ ହଜାର କୋଟି

Aug 12, 2026 - 00:44
LPG: ଗ୍ୟାସ୍‌ କମ୍ପାନିଙ୍କ କ୍ଷତି ୫୯ ହଜାର କୋଟି

"ନୂଆଦିଲ୍ଲୀ: ଦେଶରେ ସରକାରୀ ତେଲ ଓ ଗ୍ୟାସ୍‌ ବିତରଣ କମ୍ପାନିଙ୍କ କ୍ଷତି ଲଗାତାର ବଢ଼ିବାରେ ଲାଗିଛି।

୨୦୨୬ ଜୁଲାଇ ସୁଦ୍ଧା ଏହି କମ୍ପାନିଗୁଡ଼ିକର କ୍ଷତି ପ୍ରାୟ ୫୯ ହଜାର କୋଟି ଟଙ୍କାରେ ପହଞ୍ଚିଯାଇଛି।

ସରକାର କମ୍ପାନିଗୁଡ଼ିକୁ ୫୨ ହଜାର କୋଟି ଟଙ୍କାର ସହାୟତା ଦେବା ପରେ ମଧ୍ୟ ସେମାନଙ୍କ କ୍ଷତି ବଢ଼ିଛି।

ତେଣୁ ଆଗାମୀ ଦିନରେ ଘରୋଇ ଏଲ୍‌ପିଜି ଦାମ୍‌ ବଢ଼ିବା‌ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ, ସରକାରୀ ତେଲ କମ୍ପାନିଗୁଡ଼ିକ ଗ୍ରାହକଙ୍କୁ କ୍ରୟମୂଲ୍ୟଠାରୁ କମ୍‌ରେ ଏଲ୍‌ପିଜି ବିକ୍ରି କରୁଛନ୍ତି।

ଅନ୍ତର୍ଜାତୀୟ ବଜାରରେ ଏଲ୍‌ପିଜି ମହଙ୍ଗା ହେବା କାରଣରୁ ସେମାନଙ୍କ କ୍ରୟ ବାବଦ ଖର୍ଚ୍ଚ ଲଗାତାର ବଢ଼ିଚାଲିଛି।

କିନ୍ତୁ ଗ୍ରାହକଙ୍କ ଉପରେ ସେମାନେ ଏହି ବୋଝକୁ ତୁରନ୍ତ ଲଦିପାରୁ ନାହାନ୍ତି।

କ୍ରୟମୂଲ୍ୟ ଏବଂ ବିକ୍ରି ମୂଲ୍ୟରେ ପାର୍ଥକ୍ୟ ବଢ଼ିବା ଫଳରେ ସେମାନଙ୍କ କ୍ଷତି ବଢ଼ିବାରେ ଲାଗିଛି।Advertisment ସୂଚନା ଅନୁଯାୟୀ, ଘରୋଇ ଏଲ୍‌ପିଜି ବାବଦରେ ହେଉଥିବା କ୍ଷତି ଭରଣା ପାଇଁ ସରକାର କମ୍ପାନିଗୁଡ଼ିକୁ ସହାୟତା ପ୍ରଦାନ କରୁଛନ୍ତି।

୫୨ ହଜାର କୋଟି ଟଙ୍କାର ଯେଉଁ ସହାୟତା ଦିଆଯାଇଛି ସେଥିରୁ ୨୦୨୨-୨୩ରେ ୨୨ ହଜାର କୋଟି ଟଙ୍କା ଏବଂ ୨୦୨୫-୨୬ ଓ ୨୦୨୬-୨୭ରେ ୩୦ ହଜାର କୋଟି ଟଙ୍କା ଦିଆଯାଇଛି।

ଏହା ସତ୍ତ୍ବେ କମ୍ପାନିଗୁଡ଼ିକର କ୍ଷତି କମିବା ପରିବର୍ତ୍ତେ ବଢ଼ିଚାଲିଛି।

ଜୁନ୍‌ ମାସରେ ଘରାଇ ଏଲ୍‌ପିଜି ବାବଦରେ ସିଲିଣ୍ଡର ପିଛା କମ୍ପାନିଗୁଡ଼ିକର କ୍ଷତି ୭୦୦ ଟଙ୍କା ହେଉଥିଲା।

କିନ୍ତୁ ଜୁଲାଇ ମାସରେ ଏହା ୫୦୦ ଟଙ୍କାକୁ ଏବଂ ଅଗଷ୍ଟ ମାସରେ ୧୮୮ ଟଙ୍କାକୁ ହ୍ରାସ ପାଇଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଓ ଗ୍ୟାସ ମୂଲ୍ୟର ହ୍ରାସବୃଦ୍ଧିର ପ୍ରଭାବ ସିଧାସଳଖ ଦେଶର କମ୍ପାନିଙ୍କ ଉପରେ ପଡ଼ୁଛି।

ତେଣୁ ଆଗାମୀ ଦିନରେ ସରକାରୀ କମ୍ପାନିଙ୍କ କ୍ଷତି ଭରଣା ପାଇଁ ଗ୍ୟାସ ମୂଲ୍ୟ ବଢ଼ିବ କି ନାହିଁ ତାହା ଉପରେ ନଜର ରହିଛି।

LPG: ଆମେରିକାରୁ ଆସୁଛି ୬୭ ପ୍ରତିଶତ ଏଲ୍‌ପିଜି "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।