Lucky Animals During Diwali: ଦୀପାବଳି ରାତିରେ ଏହି ୫ଟି ଜୀବଜନ୍ତୁ ଦେଖିବା ହୋଇଥାଏ ଶୁଭ,ଜାଣନ୍ତୁ କିଏ ?

Nov 08, 2026 - 08:52
Lucky Animals During Diwali: ଦୀପାବଳି ରାତିରେ ଏହି ୫ଟି ଜୀବଜନ୍ତୁ ଦେଖିବା ହୋଇଥାଏ ଶୁଭ,ଜାଣନ୍ତୁ କିଏ ?

ଆଲୋକର ପର୍ବ ଦୀପାବଳି ।

ହିନ୍ଦୁ ଧର୍ମରେ ଦୀପାବଳିର ଅନେକ ମହତ୍ତ୍ୱ ଅଛି ।

ହିନ୍ଦୁ ମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ।

ଘରମାନଙ୍କରେ ଦୀପାବଳି ପାଇଁ ବହୁତ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥାଏ ।

ଦୀପାବଳି ଦିନ ମା' ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି ବୋଲି କୁହାଯାଏ ।

ତେବେ ଦୀପାବଳିକୁ ନେଇ ଶାସ୍ତ୍ରରେ ବିଭିନ୍ନ କଥା ପ୍ରଚଳିତ ଅଛି ।

ଦୀପାବଳି ଦିନ କିଛି ଜୀବଜନ୍ତୁ ନଜର ଆସିଲେ ଏହା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ ବୋଲି କୁହାଯାଏ ।

ଏହା ମାଆ ଲକ୍ଷ୍ମୀଙ୍କ ଆଗମନର ସଂକେତ ଦେଇଥାଏ ବୋଲି କୁହାଯାଏ ।

ଏହା ଦ୍ୱାରା ବର୍ଷ ସାରା ଘରେ ସୁଖ-ସମୃଦ୍ଧି ଓ ଧନ ସମ୍ପତ୍ତି ରହିଥାଏ ।

ତେବେ ଚାଲନ୍ତୁ ଜାଣିବା ଦୀପାବଳି ରାତିରେ କେଉଁ ଜୀବଜନ୍ତୁଙ୍କୁ ଦେଖିବା ଶୁଭ ହୋଇଥାଏ Advertisment ଗାଈ: ହିନ୍ଦୁ ଧର୍ମରେ ଗାଈ ବା ଗୋ ମାତାଙ୍କୁ ପୂଜ କରାଯାଇଥାଏ ।

ଦୀପାବଳି ରାତିରେ ଗାଈ ଦେଖିବା ଅତ୍ୟନ୍ତ ଶୁଭପ୍ରଦ ହୋଇଥାଏ ।

ଗାଈ ଦେବତ୍ୱର ପ୍ରତୀକ ଅଟେ ।

ସେଥିପାଇଁ ଦୀପାବଳି ଦିନ କିମ୍ବା ରାତିରେ ଗାଈ ଦେଖିଲେ ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ ।

ବିଲେଇ: ଦୀପାବଳି ରାତିରେ ବିଲେଇ ଦେଖିବା ବହୁତ ଶୁଭ ହୋଇଥାଏ ।

ଦୀପାବଳି ପୂଜା ସମୟରେ ଘର ଆଖପାଖରେ କେଉଁଠି ବି ବିଲେଇ ନଜର ଆସିଲେ ଏହା ଶୁଭଙ୍କର ହୋଇଥାଏ ।

କୁହାଯାଏ ଯେ ଏହା ମା' ଲକ୍ଷ୍ମୀଙ୍କ ଆଗମନର ସୂଚନା ଦେଇଥାଏ ।

Advertisment ପେଚା: କୁହାଯାଏ ଯେ ପେଚା ଦେଖିବା ଓ ପେଚାର ଶଦ୍ଧ ଶୁଣିବା ଅଶୁଭ ହୋଇଥାଏ ।

କିନ୍ତୁ ଯଦି ଆପଣ ଦୀପାବଳୀ ରାତିରେ ପେଚା ଦେଖୁଛନ୍ତି ତାହା ବହୁତ ଶୁଭ ସଂକେତର ସୂଚନା ଦିଏ ।

ପେଚା ଦେଖିଲେ ଘରେ ସୁଖ ଓ ଧନ ଓ ସମୃଦ୍ଧି ଆସିଥାଏ ।

ଝିଟିପିଟି: ଝିଟିପିଟି ଦେଖିଲେ ସାଧାରଣତଃ ଆମେ ଏହାକୁ ଘରୁ ବାହାର କରି ଦେଇଥାଉ ।

ଦୀପାବଳୀ ରାତିରେ ଝିଟିପିଟି ଦେଖିଲେ ଏହା ଘର ପାଇଁ ଶୁଭପ୍ରଦ ଅଟେ ।

ଶାସ୍ତ୍ର ଅନୁଯାୟୀ ଏହା ଘରକୁ ସୁଖ ଓ ଧନ ବୃଦ୍ଧି ହୋଇଥାଏ ।

ଚୁଚୁନ୍ଦ୍ରା: ଦୀପାବଳି ରାତିରେ ଚୁଚୁନ୍ଦ୍ରା ଦେଖିବା ଶୁଭ ହୋଇଥାଏ ।

ଦୀପାବଳିରେ ଚୁଚୁନ୍ଦ୍ରା ଦେଖିବା ଦ୍ୱାରା ଘରେ କେବେ ଧନ ସମ୍ପତ୍ତି ଅଭାବ ରହେ ନାହିଁ ବୋଲି କୁହାଯାଏ ।

ଘରକୁ ମାଆ ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।