Main Accused Injured in Encounter: ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ରହିଛି ୪୦ରୁ ଅଧିକ ମାମଲା
ଆନନ୍ଦପୁରରେ ଏନକାଉଣ୍ଟର।
ଦୁର୍ଦ୍ଦାନ୍ତ ଅପରାଧୀକୁ ଧରିଲା ପୋଲିସ୍।
କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଆହତ ହୋଇଛି ମୁଖ୍ୟ ଅଭିଯୁକ୍ତ ଅର୍ଜୁନ ପ୍ରଧାନ।
ତା'ର ଗୋଡ଼ରେ ଗୁଳି ବାଜିଥିବା ବେଳେ ତାକୁ ଉଦ୍ଧାର କରି ଆନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି।
Advertisment ତା' ନିକଟରୁ ଗୋଟିଏ ବନ୍ଧୁକ ଓ ଗୁଳି ଜବତ ହୋଇଛି।
ଆନନ୍ଦପୁର ସୋଶୋ ଥାନା ଅନ୍ତର୍ଗତ ବନ୍ତଳ ଗାଁରେ ଗହଣା ଦୋକାନ ଲୁଟ୍ ଘଟଣାରେ ଅର୍ଜୁନ ମୁଖ୍ୟ ଅଭିଯୁକ୍ତ ଥିବା ସୂଚନା ମିଳିଛି।
ତା' ନାଁରେ ଓଡ଼ିଶା ସମେତ ଅନ୍ୟ ରାଜ୍ୟର ବିଭିନ୍ନ ଥାନାରେ ୪୦ରୁ ଅଧିକ ମାମଲା ଥିବା ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।