Major Relief for Government: କୋଣାର୍କର ୧୧ ଏକର ଜମି ସରକାରୀ ଖାତାକୁ ଫେରିବ, ମୂଲ୍ୟ ପ୍ରାୟ ୧୧୦ କୋଟି

Oct 23, 2026 - 17:55
Major Relief for Government: କୋଣାର୍କର ୧୧ ଏକର ଜମି ସରକାରୀ ଖାତାକୁ ଫେରିବ, ମୂଲ୍ୟ ପ୍ରାୟ ୧୧୦ କୋଟି

ରାଜସ୍ୱ ପର୍ଷଦ ସଦସ୍ୟଙ୍କ ଐତିହାସିକ ରାୟ।

ସରକାରୀ ଖାତାକୁ ଫେରିଲା କୋଣାର୍କର ୧୧ ଏକର ମୂଲ୍ୟବାନ ଜମି।

ପୁରୀ ଜିଲ୍ଲା ଗୋପ ତହସିଲ ଅଧୀନ କୋଣାର୍କ ଏନଏସି ଅଞ୍ଚଳରେ ଥିବା ପ୍ରାୟ ୧୧ ଏକର ମୂଲ୍ୟବାନ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି।

ଓଡ଼ିଶା ରାଜସ୍ୱ ପର୍ଷଦର ସଦସ୍ୟ ସତ୍ୟବ୍ରତ ସାହୁ ଏହି ମାମଲାର ବିଚାର କରି ୩୭ ବର୍ଷ ତଳେ ସେଟେଲମେଣ୍ଟ କମିଶନର ଦେଇଥିବା ରାୟକୁ ଖାରଜ କରିଛନ୍ତି।

ଏହା ସହିତ ଉକ୍ତ ଜମିକୁ ସରକାରୀ ଖାତାକୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Advertisment ସୂଚନା ଅନୁଯାୟୀ, କୋଣାର୍କ ହେଲିପ୍ୟାଡ୍ ନିକଟରେ ଥିବା ୫ ଏକର ୩୦ ଡେସିମିଲ୍ ଏବଂ ଚନ୍ଦ୍ରଭାଗା ମାଘମେଳା ପଡ଼ିଆ ନିକଟରେ ଥିବା ୫ ଏକର ୮୦ ଡେସିମିଲ୍ ଜମିକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା।

ଏହି ଜମିଗୁଡ଼ିକ ଜବରଦଖଲରେ ରହିଥିବା ଅଭିଯୋଗ ହୋଇଥିଲା।

ରାଜସ୍ୱ ପର୍ଷଦଙ୍କ ନିର୍ଦ୍ଦେଶ ପରେ ଗୋପ ତହସିଲଦାର ଉକ୍ତ ଜମିରେ ପହଞ୍ଚି ନାଲି ପତାକା ଲଗାଇଛନ୍ତି।

ଫଳରେ ଦୀର୍ଘବର୍ଷ ଧରି ବିବାଦ ଘେରରେ ଥିବା ଏହି ମୂଲ୍ୟବାନ ଜମିକୁ ସରକାରୀ ଅଧୀନକୁ ଫେରାଇ ଆଣିବା ପ୍ରକ୍ରିୟା ଆଗକୁ ବଢ଼ିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ଜମିର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୧୦ କୋଟି ଟଙ୍କା ବୋଲି ଆକଳନ କରାଯାଉଛି।

Advertisment ଜବରଦଖଲକାରୀଙ୍କ ନିକଟରୁ ସରକାରୀ ଖାତାକୁ ଫେରିଲା ୧୧ ଏକର ଜମି ୩୭ ବର୍ଷ ତଳର ସେଟେଲମେଣ୍ଟ କମିଶନରଙ୍କ ରାୟ ରଦ୍ଦ କୋଣାର୍କ ହେଲିପ୍ୟାଡ୍ ନିକଟ ୫ ଏକର ୩୦ ଡିସିମିଲି ଜମି ଫେରିଲା ଚନ୍ଦ୍ରଭାଗା ମାଘମେଳା ନିକଟ ୫ ଏକର ୮୦ ଡିସିମିଲି ଜମି ବି ଫେରିଲା ଜମି ଉପରେ ନାଲି ପତାକା ଲଗାଇଲେ ସ୍ଥାନୀୟ ତହସିଲଦାର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।