Major Setback for Anant Singh: ଜେଲ୍କୁ ଫେରିବେ ଅନନ୍ତ ସିଂହ? ସୁପ୍ରିମକୋର୍ଟଙ୍କ ବଡ଼ ରାୟ
ବିହାର ରାଜନୀତିରେ ପୁଣି ହଟଚମଟ!
ମୋକାମା ବିଧାୟକ ଅନନ୍ତ ସିଂହଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ଝଟକା।
ଦୁଲାରଚନ୍ଦ ଯାଦବ ହତ୍ୟା ମାମଲାରେ ଅନନ୍ତଙ୍କୁ ମିଳିଥିବା ଜାମିନକୁ ରଦ୍ଦ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ଏଥିସହ ଆସନ୍ତା ଡିସେମ୍ବର ୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଏହି ରାୟ ଅନନ୍ତ ସିଂହଙ୍କ ପାଇଁ ବଡ଼ ଆଇନଗତ ଝଟକା ବୋଲି ଚର୍ଚ୍ଚା ହେଉଛି।
Advertisment ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ଏମ୍.ଏମ୍.
ସୁନ୍ଦରେଶ ଏବଂ ଜଷ୍ଟିସ୍ ପି.ଭି.ଙ୍କୁ ନେଇ ଗଠିତ ଖଣ୍ଡପୀଠ ପାଟନା ହାଇକୋର୍ଟଙ୍କ ଜାମିନ ଆଦେଶକୁ ଖାରଜ କରିଛନ୍ତି।
ଏଥିସହ ହତ୍ୟା ମାମଲାର ତଦନ୍ତ ଆସନ୍ତା ଚାରି ମାସ ମଧ୍ୟରେ ଶେଷ କରିବାକୁ ତଦନ୍ତକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।
ମାର୍ଚ୍ଚ ୧୯ ତାରିଖରେ ପାଟନା ହାଇକୋର୍ଟ ଅନନ୍ତ ସିଂହଙ୍କୁ ୧୫ ହଜାର ଟଙ୍କାର ବଣ୍ଡରେ ଜାମିନ ଦେଇଥିଲେ।
କିନ୍ତୁ ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଦୁଲାରଚନ୍ଦ ଯାଦବଙ୍କ ନାତି ନୀରଜ କୁମାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଅନନ୍ତଙ୍କ ଅପରାଧିକ ପୃଷ୍ଠଭୂମିକୁ ଜାମିନ ଦେବା ସମୟରେ ଉପଯୁକ୍ତ ଗୁରୁତ୍ୱ ଦିଆଯାଇନଥିବା ସେ ଯୁକ୍ତି ରଖିଥିଲେ।
ତାଙ୍କ ବିରୋଧରେ ଥିବା ୬୭ଟି ଅପରାଧିକ ମାମଲା ସମ୍ପର୍କରେ ମଧ୍ୟ ଆବଶ୍ୟକ ତଥ୍ୟ ଦିଆଯାଇନଥିବା ଅଭିଯୋଗ ହୋଇଥିଲା।
Advertisment କ'ଣ ଥିଲା ଦୁଲାରଚନ୍ଦ ଯାଦବ ହତ୍ୟା ମାମଲା?
୨୦୨୫ ବିହାର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ମୋକାମାରେ ହିଂସା ଘଟିଥିଲା।
ଅନନ୍ତ ସିଂହଙ୍କ ପ୍ରଚାର ଗାଡ଼ି ଏବଂ ଜନ ସୁରାଜ ପ୍ରାର୍ଥୀ ପୀୟୂଷ ପ୍ରିୟଦର୍ଶୀଙ୍କ ସମର୍ଥକଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଅଭିଯୋଗ ରହିଛି।
ଏହି ହିଂସାରେ ପୂର୍ବତନ RJD ନେତା ତଥା ଜନ ସୁରାଜ ସମର୍ଥକ ଦୁଲାରଚନ୍ଦ ଯାଦବଙ୍କ ମୃତ୍ୟୁ ହୋଇଥିଲା।
ପୁଲିସ ତଦନ୍ତ ଅନୁସାରେ, ହିଂସା ସମୟରେ ଏକ SUV ଗାଡ଼ି ତାଙ୍କ ଉପରେ ଚଢ଼ିଯାଇଥିଲା।
ତେବେ ପରିବାର ଲୋକେ ପ୍ରଥମେ ଗୁଳି ମାରିବା ପରେ ଗାଡ଼ି ଚଢ଼ାଯାଇଥିବା ଅଭିଯୋଗ କରିଥିଲେ।
ଏହି ମାମଲାରେ ଅନନ୍ତ ସିଂହଙ୍କୁ ମୁଖ୍ୟ ଅଭିଯୁକ୍ତ କରାଯାଇଥିଲା ଏବଂ ୨୦୨୫ ନଭେମ୍ବର ୧ ରାତିରେ ତାଙ୍କୁ ଗିରଫ କରାଯାଇଥିଲା।
ଜେଲ୍ରେ ଥାଇ ଜିତିଥିଲେ ନିର୍ବାଚନ ଗିରଫ ହୋଇ ଜେଲ୍ରେ ଥିବା ସତ୍ତ୍ୱେ ଅନନ୍ତ ସିଂହ ୨୦୨୫ ନିର୍ବାଚନରେ ମୋକାମା ଆସନରୁ ବିଜୟୀ ହୋଇଥିଲେ।
ସେ RJD ପ୍ରାର୍ଥିନୀ ବୀଣା ଦେବୀଙ୍କୁ ୨୮,୨୦୬ ଭୋଟ୍ରେ ପରାସ୍ତ କରିଥିଲେ।
ଏବେ ସୁପ୍ରିମକୋର୍ଟଙ୍କ ଜାମିନ ରଦ୍ଦ ନିଷ୍ପତ୍ତି ପରେ ଏହି ହାଇପ୍ରୋଫାଇଲ୍ ମାମଲା ପୁଣି ଚର୍ଚ୍ଚାକୁ ଆସିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।