Man Bites Cobra, Snake Dies: ସାପକୁ କାମୁଡିଦେଲେ ଯୁବକ, ମରିଗଲା ନାଗ ସାପ
ସାପକୁ କାମୁଡିଦେଲେ ଯୁବକ । ଯୁବକଙ୍କ କାମୁଡାରେ ନାଗ ସାପ ମୃତ। ୨୪ ଘଣ୍ଟିଆ ନିରୀକ୍ଷଣରେ ଯୁବକ। ଝାରସୁଗୁଡ଼ା ଲାଇକେରା ଥାନା ଅଞ୍ଚଳରେ ଘଟିଛି ଏଭଳି ଅଜବ ଘଟଣା। କର୍ମାପଡ଼ାର ଧରମସିଙ୍ଗ ଖଡ଼ିଆ କ୍ଷେତକୁ ଯାଉଥିବା ବେଳେ ହଠାତ୍ ତାଙ୍କ ଗୋଡ଼ ଏକ ନାଗ ସାପ ଉପରେ ପଡ଼ିଥିଲା। ସାପଟି ଫଣା ଟେକିବାରୁ ସେ ଭୟଭୀତ ହୋଇପଡ଼ିଥିଲେ।
ଆଉ ସାପଟିକୁ ଧରି ତା ଫଣା କାମୁଡି ଛିଣ୍ଡାଇ ଦେଇଥିଲେ। ତେବେ ତାଙ୍କ କହିବା ଅନୁସାରେ, ପୂର୍ବରୁ ଜଣେ ଗୁଣିଆ ତାଙ୍କୁ କହିଥିଲେ ଯେ, ସାପ କାମୁଡ଼ିଲେ ସାପକୁ ମଧ୍ୟ କାମୁଡ଼ିଦେଲେ ବିଷ ରୁହେ ନାହିଁ। ଏହି କଥାକୁ ବିଶ୍ୱାସ କରି ସେ ଭୟରେ ନାଗ ସାପଟିକୁ ହାତରେ ଧରିଥିଲେ। ଏହାପରେ ସାପର ଫଣାକୁ ଦାନ୍ତରେ ଚୋବାଇ ଛିଣ୍ଡାଇ ଦେଇଥିଲେ। ଫଳରେ ସାପଟି ମରିଯାଇଥିଲା।
ଅନ୍ୟପଟେ ଘଟଣା ପରେ ଧରମସିଙ୍ଗ ମଧ୍ୟ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ଗୋବିନ୍ଦପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ପରୀକ୍ଷା ପରେ ତାଙ୍କ ସ୍ୱାସ୍ଥ୍ୟ ସ୍ଥିର ଥିବା ଜଣାପଡ଼ିଥିଲେ ମଧ୍ୟ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ତାଙ୍କୁ ୨୪ ଘଣ୍ଟା ଡାକ୍ତରୀ ନିରୀକ୍ଷଣରେ ରଖାଯାଇଥିବା ଜଣାପଡିଛି। ତେବେ ସାପକୁ କାମୁଡ଼ିଲେ ବିଷ ନଷ୍ଟ ହୋଇଯାଏ- ଏହା ସମ୍ପୂର୍ଣ୍ଣ ଭ୍ରାନ୍ତ ଧାରଣା। ସାପ କାମୁଡ଼ିଲେ ଅନ୍ଧବିଶ୍ୱାସ, ଗୁଣିଆ କିମ୍ବା ଘରୋଇ ଉପଚାର ଉପରେ ନିର୍ଭର ନକରି ତୁରନ୍ତ ଡାକ୍ତରଖାନା ଯିବା ହିଁ ସବୁଠାରୁ ଜରୁରୀ।...
ସାପକୁ କାମୁଡ଼ିଦେଲେ ଯୁବକ!
ଯୁବକଙ୍କ କାମୁଡ଼ାରେ ନାଗ ସାପ ମୃତ!
ଲାଇକେରାରେ ଚାଞ୍ଚଲ୍ୟ, ସାପକୁ କାମୁଡ଼ି ମାରିଲେ ଯୁବକ!
ଗୁଣିଆଙ୍କ କଥାରେ ବିଶ୍ୱାସ କରି ସାପକୁ କାମୁଡିଦେଲେ
ନାଗ ସାପକୁ ହାତରେ ଧରି କାମୁଡି ଛିଣ୍ଡାଇଦେଲେ!
୨୪ ଘଣ୍ଟିଆ ନିରୀକ୍ଷଣରେ ଯୁବକ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।