Relentless Sea Fury: ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର, ୩ ଦିନରେ ସମ୍ପୂର୍ଣ୍ଣ ଧୋଇଯାଇଛି ୩ଟି ମୁଖ୍ୟ ରାସ୍ତା
ଗଞ୍ଜାମ ଜିଲ୍ଲାରେ ସମୁଦ୍ରର କରାଳ ରୂପ। ପୂର୍ବରୁ ପୋଡ଼ମ୍ପେଟା ଅଞ୍ଚଳକୁ ଗ୍ରାସ କରିବା ପରେ ଏବେ ଆର୍ଯ୍ୟପଲ୍ଲୀରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର। ଗତ ତିନି ଦିନ ଭିତରେ ସମୁଦ୍ରର ପ୍ରବଳ ଲହଡ଼ି ମାଡ଼ରେ ତିନି ତିନୋଟି ମୁଖ୍ୟ ରାସ୍ତା ସମ୍ପୂର୍ଣ୍ଣ ଧୋଇଯାଇଛି। ଗତକାଲି ବିଳମ୍ବିତ ରାତିରେ ପରିସ୍ଥିତି ଆହୁରି ସାଙ୍ଘାତିକ ହୋଇପଡ଼ିଛି। କେ. ଆର୍ଯ୍ୟପଲ୍ଲୀ ଗାଁରୁ ମେରାଇନ୍ ଥାନାକୁ ଯାଇଥିବା ମୁଖ୍ୟ ରାସ୍ତାକୁ ସମୁଦ୍ର ଗର୍ଭରେ ବିଲୀନ କରିଦେଇଛି ଭୟଙ୍କର ଲହଡ଼ି।
ଫଳରେ ଗାଁ ସହ ମେରାଇନ୍ ଥାନାର ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ରାସ୍ତା ପରେ ଏବେ ଗ୍ରାମର ଶ୍ମଶାନ ନିକଟରେ ସମୁଦ୍ର ଲହଡ଼ି ସିଧାସଳଖ ପିଟିହେଉଥିବାରୁ ସମ୍ପୂର୍ଣ୍ଣ ଗାଁ ପ୍ରତି ବିପଦ ବଢ଼ିବାରେ ଲାଗିଛି। ଫଳରେ ଭୟଭୀତ ଅବସ୍ଥାରେ ଅଛନ୍ତି ଅଞ୍ଚଳବାସୀ। ସ୍ଥାୟୀ ସମାଧାନ ଆଉ ତୁରନ୍ତ ସୁରକ୍ଷା ପାଚେରୀ ବା ପଥର ପ୍ୟାକିଂ ପାଇଁ ଦାବି ଜୋର୍ ଧରିଛି।...
ଗଞ୍ଜାମ ଜିଲ୍ଲାରେ ସମୁଦ୍ରର କରାଳ ରୂପ
ଆର୍ଯ୍ୟପଲ୍ଲୀରେ ତାଣ୍ଡବ ରଚୁଛି ଅଶାନ୍ତ ସମୁଦ୍ର
୩ ଦିନରେ ସମ୍ପୂର୍ଣ୍ଣ ଧୋଇଯାଇଛି ୩ ମୁଖ୍ୟ ରାସ୍ତା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।