Man Earning ₹10,000 Finds ₹1 Lakh Crore in Bank Account: ମାସିକ ଦରମା ୧୦ ହଜାର, ଆକାଉଣ୍ଟରେ ଜମା ହେଲା ୧ ଲକ୍ଷ କୋଟି

Oct 30, 2026 - 22:36
Man Earning ₹10,000 Finds ₹1 Lakh Crore in Bank Account: ମାସିକ ଦରମା ୧୦ ହଜାର, ଆକାଉଣ୍ଟରେ ଜମା ହେଲା ୧ ଲକ୍ଷ କୋଟି

ମାସିକ ଦରମା ମାତ୍ର ୧୦ ହଜାର ଟଙ୍କା।

ହେଲେ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଗଲା ଏକ ଲକ୍ଷ କୋଟି ଟଙ୍କା।

ଏତେ ଟଙ୍କା ଦେଖି ଯୁବକ ଯେତିକି ଆଶ୍ଚର୍ଯ୍ୟ, ତାଠୁ ଅଧିକ ବଢ଼ିଛି ତାଙ୍କ ଅଡ଼ୁଆ।

କାରଣ, ବ୍ୟାଙ୍କ ଫ୍ରିଜ୍ କରିଦେଇଛି ପୂରା ଆକାଉଣ୍ଟ।

ଏପରିକି ନିଜର ଟଙ୍କା ଥାଇ ବି ମୋବାଇଲ୍ ରିଚାର୍ଜ କରିପାରୁନାହାନ୍ତି ରାଜସ୍ଥାନର ଏହି ଯୁବକ।

Advertisment କୋଟିପତି ନୁହେଁ, ହଠାତ୍ ହୋଇଗଲେ ଲକ୍ଷ କୋଟିପତି।

ରାଜସ୍ଥାନର ସିକର ସହରରେ ଏକ ମେଡିକାଲ୍ ଷ୍ଟୋରରେ କାମ କରୁଥିବା ସମୀର ଖାନ୍‌ଙ୍କ ବ୍ୟାଙ୍କ ଆକାଉଣ୍ଟରେ ହଠାତ୍ ଜମା ହୋଇଗଲା ଏକ ଲକ୍ଷ କୋଟି ଟଙ୍କା।

ମାସକୁ ମାତ୍ର ୧୦ ହଜାର ଟଙ୍କା ଦରମା ପାଉଥିବା ସମୀରଙ୍କ ପାଇଁ ଏହି ଘଟଣା ଏବେ ବଡ଼ ରହସ୍ୟ ପାଲଟିଛି।

ସୂଚନା ଅନୁସାରେ, ସମୀର ଖାନ୍ କୋଟକ ମହିନ୍ଦ୍ରା ବ୍ୟାଙ୍କ ଆପ୍‌ରେ ମୋବାଇଲ୍ ରିଚାର୍ଜ କରିବାକୁ ଉଦ୍ୟମ କରୁଥିଲେ।

ହେଲେ ଟଙ୍କା ଟ୍ରାନ୍ସଫର୍ ହୋଇନଥିଲା।

ଏହାପରେ ସେ ବ୍ୟାଙ୍କ ଷ୍ଟେଟମେଣ୍ଟ ଯାଞ୍ଚ କରିବାରୁ ଆକାଉଣ୍ଟରେ ଏକ ଲକ୍ଷ କୋଟି ଟଙ୍କା ଥିବା ଦେଖିବାକୁ ପାଇଥିଲେ।

Advertisment କିନ୍ତୁ ଏହି ଟଙ୍କା ତାଙ୍କ କୌଣସି କାମରେ ଆସୁନାହିଁ।

କାରଣ, ବ୍ୟାଙ୍କ ତାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିଦେଇଛି।

ଏପରିକି ଆକାଉଣ୍ଟରେ ପୂର୍ବରୁ ଥିବା ନିଜର ୫୫ ହଜାର ଟଙ୍କା ମଧ୍ୟ ଉଠାଇପାରୁନାହାନ୍ତି ସମୀର।

ତାଙ୍କ ଆକାଉଣ୍ଟରେ ବାଲାନ୍ସ ଶୂନ ଦେଖାଉଥିବା ସେ କହିଛନ୍ତି।

ସିକରର ସାଲାସର ବସ୍‌ଷ୍ଟାଣ୍ଡ ନିକଟରେ ଥିବା ନିର୍ମଳ ମେଡିକାଲ୍ ପଏଣ୍ଟରେ ସମୀର କାମ କରୁଛନ୍ତି।

ମେଡିକାଲ୍ ଷ୍ଟୋର ମାଲିକ ଧୀରଜ ଶର୍ମାଙ୍କ କହିବା ଅନୁସାରେ, ସମୀର ଜାନୁଆରୀ ମାସରୁ ସେଠାରେ କାମ କରୁଛନ୍ତି ଏବଂ ତାଙ୍କ ମାସିକ ଦରମା ୧୦ ହଜାର ଟଙ୍କା।

ଏପଟେ ସାଇବର କ୍ରାଇମ୍ ପୋଲିସର ଏଏସ୍‌ଆଇ ଦୀନଦୟାଲ କହିଛନ୍ତି, ଏହା ବ୍ୟାଙ୍କର କୌଣସି ବୈଷୟିକ ତ୍ରୁଟି ହୋଇପାରେ।

ଘଟଣା ସମ୍ପର୍କରେ ବ୍ୟାଙ୍କ ସହ ଯୋଗାଯୋଗ କରାଯାଉଛି।

ଅନ୍ୟପଟେ କୋଟକ ବ୍ୟାଙ୍କର ଶାଖା ପରିଚାଳକ ନୀତେଶ କୁମାର କହିଛନ୍ତି, ଖାତାଧାରୀ ବ୍ୟାଙ୍କକୁ ଆସି ଯୋଗାଯୋଗ କରିବା ପରେ ଯାଞ୍ଚ କରାଯିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।