Mantra for Life: ଜୀବନ-ମନ୍ତ୍ର: ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ

Sep 22, 2026 - 09:50
Mantra for Life: ଜୀବନ-ମନ୍ତ୍ର: ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ

"ଭାଦ୍ରବମାସ ଶୁକ୍ଳପକ୍ଷ ଏକାଦଶୀ ପାର୍ଶ୍ବ ପରିବର୍ତ୍ତନ ଏକାଦଶୀ ନାମରେ ପ୍ରସିଦ୍ଧ।

ଏହା ହେଉଛି ଭଗବାନ ବିଷ୍ଣୁଙ୍କର ଚାରିମାସର ଶୟନକାଳର ମଧ୍ୟଭାଗ।

ତାଙ୍କର ଚାରିମାସବ୍ୟାପୀ ଶୟନକାଳର ଆରମ୍ଭ ହୋଇଥାଏ ଆଷାଢ଼ ଶୁକ୍ଳ ଏକାଦଶୀ ଦିନ।

ଏହା ବାହୁଡ଼ାଯାତ୍ରାର ପରଦିନ।

ଏଣୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ସେତେବେଳେ ରଥ ଉପରେ ଥିବାରୁ ଏହି ଶୟନନୀତି ରଥ ଉପରେ ଅନୁଷ୍ଠିତ ହୋଇଥାଏ।Advertisment Conference: ଆଜି ଏଏନ୍‌ଟିଏଫ୍ ମୁଖ୍ୟମାନଙ୍କ ୩ୟ ସମ୍ମିଳନୀ ଉଦ୍‌ଘାଟନ କରିବେ ଅମିତ ଶାହ ଏହି ଶୟନନୀତି ପାଇଁ ଶ୍ରୀଜଗନ୍ନାଥ ମନ୍ଦିରରେ ତିନି ଶୟନ ଠାକୁର ରହିଛନ୍ତି।

ଶ୍ରୀଜଗନ୍ନାଥଙ୍କର ଶୟନଠାକୁରଙ୍କର ନାଆଁ ଶ୍ରୀନାରାୟଣ, ଶ୍ରୀବଳଭଦ୍ରଙ୍କର ଶୟନଠାକୁରଙ୍କ ନାଆଁ ଶ୍ରୀବାସୁଦେବ ଏବଂ ଦେବୀ ସୁଭଦ୍ରାଙ୍କର ଶୟନଠାକୁରଙ୍କର ନାଆଁ ଶ୍ରୀଭୁବନେଶ୍ବରୀ।

ଉଲ୍ଲେଖନୀୟ ଯେ ଏହି ତିନି ନାମରେ ଅଣସର ସମୟରେ ଏହି ଠାକୁରମାନଙ୍କର ପଟିଦିଅଁ ମଧ୍ୟ ପୂଜିତ ହୋଇଥାଆନ୍ତି।

ଆଷାଢ଼ ଶୁକ୍ଳ ଏକାଦଶୀର ଶୟନ-ନୀତିରେ ଏହି ତିନି ଶୟନଠାକୁରଙ୍କୁ‌ ସେମାନଙ୍କ ସହ ସଂପୃକ୍ତ ଠାକୁରଙ୍କ ରଥକୁ ନିଆଯାଏ।

ସେମାନଙ୍କୁ ସଂପୃକ୍ତ ମୂଳ ବିଗ୍ରହଙ୍କର ଅଙ୍ଗଲାଗି କରାଯିବା ସହିତ ଅନ୍ୟାନ୍ୟ ନୀତି ପରେ ରଥରୁ ଶ୍ରୀମନ୍ଦିରର ଭଣ୍ଡାର ଦ୍ବାର ନିକଟକୁ ନିଆଯାଏ।

ସେଠାରେ ପାରମ୍ପରିକ ରୀତି ଅନୁସାରେ ପଟ, ଶେଯ ଓ ମାଣ୍ଡି ପଡ଼ିଥିବା ଶୟନ-ପେଡ଼ିରେ ଶୟନ କରାଯାଏ।

ଏହି ଶୟନଯାତ୍ରା ଦ୍ବାଦଶଯାତ୍ରା ମଧ୍ୟରେ ଅନ୍ୟତମ।

Karam festival: କୁଡୁମି ସମାଜର କରମ ପରବ ଉପଲକ୍ଷେ ଝୁମର ଆସର ଏହାର ଦୁଇ ମାସ ପରେ, ଭାଦ୍ରବ ଶୁକ୍ଳ ଏକାଦଶୀ ଦିନ ଅନୁଷ୍ଠିତ ହୁଏ ପାର୍ଶ୍ବ ପରିବର୍ତ୍ତନ ଯାତ୍ରା।

ଏହା ଶୟନ ଠାକୁରମାନଙ୍କର କଡ଼ ଲେଉଟାଇବାର ପର୍ବ।

ଶୟନଠାକୁରମାନଙ୍କର ଶୟନ-ପେଡ଼ିର ମୁଦ ଖୋଲାଯାଇ ଏହି ନୀତି ଅନୁଷ୍ଠିତ ହୋଇଥାଏ।

ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ ଯେ ଶୟନଯାତ୍ରା କାଳରେ ଶୟନ ଠାକୁରମାନେ ଦକ୍ଷିଣ ଦିଗକୁ ମୁହଁ କରି ଶୋଇଥିବାବେଳେ, ପାର୍ଶ୍ବ ପରିବର୍ତ୍ତନ ଯାତ୍ରାରେ ସେମାନେ ଉତ୍ତର ଦିଗକୁ ମୁହଁ କରି ଶୁଅନ୍ତି।

ଭାଦ୍ରବ ଶୁକ୍ଳ ଏକାଦଶୀର ଏହି ଯାତ୍ରା ପରମ ପୁଣ୍ୟପ୍ରଦ ବୋଲି କଥିତ ଅଛି।

କାରଣ, ଏହିଠାରୁ ଭଗବାନ ବିଷ୍ଣୁଙ୍କର କ୍ରମଜାଗରଣର ପର୍ବ ଆରମ୍ଭ ହୋଇଥାଏ।

ଏହାର ଦୁଇମାସ ପରେ, କାର୍ତ୍ତିକ ଶୁକ୍ଳ ଏକାଦଶୀ ଦେବ ଉତ୍‌ଥାପନ ପର୍ବ ରୂପେ ପାଳିତ ହୁଏ।

ଏହା ଦାରୁବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ଏକ ନିଦର୍ଶନ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।