Massive Diwali Shopping Rush Brings Delhi: ଦୀପାବଳି ପାଇଁ ଦିଲ୍ଲୀରେ ଭୟଙ୍କର ଭିଡ଼, ରାସ୍ତାରେ ଗାଡ଼ିର ଲମ୍ବା ଲାଇନ୍
ଦୀପାବଳି ପାଇଁ ଦିଲ୍ଲୀରେ ଭୟଙ୍କର ଭିଡ଼।
ଟ୍ରାଫିକ୍ ଜାମରେ ଫସିଲା ଜାତୀୟ ରାଜଧାନୀ।
ଦୀପାବଳି ଓ ଧନତେରସ ପୂର୍ବରୁ କିଣାକିଣି ପାଇଁ ଲୋକେ ବଜାରକୁ ବାହାରିଥିବାରୁ ଦୋକାନ ବଜାରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।
ଏଥିଯୋଗୁଁ ଦିଲ୍ଲୀରେ ଟ୍ରାଫିକ୍ ପରିଚାଳନାରେ ଗୁରୁତର ସମସ୍ୟା ଦେଖାଦେଇଛି।
ମହାନଗରୀରର ସମସ୍ତ ପ୍ରମୁଖ ରାସ୍ତାଗୁଡ଼ିକରେ ଟ୍ରାଫିକ୍ ସମସ୍ୟା ଉପୁଜିଛି।
Advertisment ବିଶେଷକରି ସରୋଜିନୀ ନଗର, ସାଉଥ୍ ଏକ୍ସଟେନସନ୍, ଲାଜପତ ନଗର, କାରୋଲ ବାଗ୍, କମଳା ନଗର, ଚାନ୍ଦନୀ ଚୌକ୍ ଏବଂ ରାଜୌରୀ ଗାର୍ଡେନ୍ ସମେତ ଅନେକ ପ୍ରମୁଖ ଅଞ୍ଚଳରେ ଭିଡ଼ ପରିସ୍ଥିତି ଅଣାୟତ ହୋଇଥିବା ଦେଖିବାକୁ ମିଳିଛି।
ଏସବୁ ଅଞ୍ଚଳରେ ରାସ୍ତାରେ ଗାଡ଼ିର ଲମ୍ବା ଲାଇନ୍ ସାଙ୍ଗକୁ ଲୋକେ ମଧ୍ୟ ବହୁ ସଂଖ୍ୟାରେ ଭିଡ଼ ଜମାଇଛନ୍ତି।
ଉତ୍ସବ ପୂର୍ବରୁ ଲୋକେ ଏକାସଙ୍ଗେ ବଜାରରକୁ ବାହାରିଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।
ଗତକାଲିଠୁ ଦିଲ୍ଲୀରେ ଏ ସମସ୍ୟା ଲାଗି ରହିଥିବାରୁ ଦିଲ୍ଲୀ ପୋଲିସ ନାକେଦମ ହେବା ସାଙ୍ଗକୁ ଦିଲ୍ଲୀବାସୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।