Massive Explosion at Firecracker Storage House: ଭୟଙ୍କର ବିସ୍ଫୋରଣ! ବାଣ ଗୋଦାମରେ ନିଆଁ, ଅନେକ ମୃତ ଆଶଙ୍କା

Oct 23, 2026 - 20:03
Massive Explosion at Firecracker Storage House: ଭୟଙ୍କର ବିସ୍ଫୋରଣ! ବାଣ ଗୋଦାମରେ ନିଆଁ, ଅନେକ ମୃତ ଆଶଙ୍କା

ଏକ ଭୟଙ୍କର ବିସ୍ଫୋରଣକୁ ନେଇ ଆତଙ୍କ ଖେଳିଯାଇଛି।

ବାଣ ଗଚ୍ଛିତ ଥିବା ଏକ ଘରେ ନିଆଁ ଲାଗିବା ପରେ ଲଗାତାର ବିସ୍ଫୋରଣ ଘଟିଛି।

ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର ଆଗପଟର ଏକ ଅଂଶ ଭୁଶୁଡ଼ି ରାସ୍ତା ଉପରେ ଭଗ୍ନାବଶେଷ ପଡ଼ିଯାଇଛି।

ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Advertisment ପ୍ରାଥମିକ ସୂଚନା ଅନୁସାରେ, ବିହାରର ସିୱାନ ଜିଲ୍ଲାରେ ସ୍ଥାନୀୟ ବାଣ ବ୍ୟବସାୟୀ ମହମ୍ମଦ ଅମିରୁଦ୍ଦିନଙ୍କ ଘରେ ବହୁ ପରିମାଣରେ ବାଣ ଗଚ୍ଛିତ ରଖାଯାଇଥିଲା।

ଏହି ବାଣରେ ନିଆଁ ଲାଗିବା ପରେ ଗୋଟିଏ ପରେ ଗୋଟିଏ ବିସ୍ଫୋରଣ ଘଟିଥିବା ଖବର ମିଳିଛି।

ଘଟଣା ସମୟରେ ଘର ଭିତରେ ଅନେକ ଲୋକ ଉପସ୍ଥିତ ଥିବା କୁହାଯାଉଛି।

ନିଆଁ ଅନ୍ୟ ବାଣକୁ ବ୍ୟାପିବା ପରେ ବିସ୍ଫୋରଣର ତୀବ୍ରତା ବଢ଼ିଥିଲା।

ପ୍ରାୟ ଦୁଇ ଘଣ୍ଟା ଧରି ମଝିରେ ମଝିରେ ବିସ୍ଫୋରଣ ହେବାରୁ ଆଖପାଖ ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଥିଲା।

Advertisment ଘର ଭୁଶୁଡ଼ିଲା, ମୃତାହତଙ୍କ ସଂଖ୍ୟା ଅସ୍ପଷ୍ଟ ବିସ୍ଫୋରଣର ପ୍ରଭାବରେ ଘରର ଆଗପଟ ଅଂଶ ଭୁଶୁଡ଼ି ପଡ଼ିଥିବାରୁ ଭଗ୍ନାବଶେଷ ତଳେ କେହି ଫସି ରହିଥିବା ଆଶଙ୍କା ରହିଛି।

ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ବିସ୍ଫୋରଣ ଯୋଗୁଁ ମୃତଦେହଗୁଡ଼ିକ ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିବା ଆଶଙ୍କା ମଧ୍ୟ ପ୍ରକାଶ ପାଇଛି।

ତେବେ ଏହି ଘଟଣାରେ ପ୍ରକୃତରେ କେତେ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ମୃତକଙ୍କ ପରିଚୟ କ'ଣ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ।

କେମିତି ଲାଗିଲା ନିଆଁ, ତଦନ୍ତକୁ ଅପେକ୍ଷା ଘରେ ଗଚ୍ଛିତ ଥିବା ବାଣରେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା, ଏବଂ ବାଣ ସଂରକ୍ଷଣ ସମୟରେ ସୁରକ୍ଷା ନିୟମ ପାଳନ କରାଯାଇଥିଲା କି ନାହିଁ, ସେନେଇ ଅଧିକ ତଥ୍ୟ ମିଳିବା ବାକି ଅଛି।

ଘଟଣାରେ ମୃତାହତଙ୍କ ପ୍ରକୃତ ସଂଖ୍ୟା ଓ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ମଧ୍ୟ ବିଶେଷ ସୂଚନା ମିଳିପାରିନାହିଁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।