Mayurbhanj: ସ୍ବଚ୍ଛ ଆଦିବାସୀ ଗାଁ ବୋବେଇଯୋଡ଼ାକୁ ହର୍ଷ ଗୋଏଙ୍କା ପ୍ରଶଂସା

Oct 05, 2026 - 00:44
Mayurbhanj: ସ୍ବଚ୍ଛ ଆଦିବାସୀ ଗାଁ ବୋବେଇଯୋଡ଼ାକୁ ହର୍ଷ ଗୋଏଙ୍କା ପ୍ରଶଂସା

"ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲାର ସ୍ବଚ୍ଛ ଗାଁ ବୋବେଇଯୋଡ଼ା ଶିଳ୍ପପତି ହର୍ଷ ଗୋଏଙ୍କାଙ୍କ ଦୃଷ୍ଟି ଆକର୍ଷଣ କରିଛି।

ସେ ଗାଁର ଏକ ଭିଡିଓକୁ ସୋସିଆଲ ମିଡିଆ "ଏକ୍ସ"ରେ ଜାରି କରି ଏହାର ସ୍ବଚ୍ଛତା, ପ୍ଲାଷ୍ଟିକ୍‌ ଓ ଆବର୍ଜନାମୁକ୍ତ ପରିବେଶକୁ ପ୍ରଶଂସା କରିଛନ୍ତି।

ଏଭଳି ସ୍ବଚ୍ଛତା ବଜାୟ ରଖିଥିବାରୁ ସେ ଗ୍ରାମବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ପ୍ରତିଟି ଗାଁ ଓ ସହରକୁ ସ୍ବଚ୍ଛ କରିବାକୁ ଆମେ ଏହାକୁ ଏକ ମିସନ ଭାବେ କାହିଁକି ଗ୍ରହଣ କରିପାରିବା ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।Advertisment ଆଦିବାସୀମାନେ ବାସ କରୁଥିବା ଗାଁ ବୋବେଇଯୋଡ଼ରେ ଘରଗୁଡ଼ିକରେ ରଙ୍ଗବେରଙ୍ଗର ରଙ୍ଗ ଲଗାଯାଇଥିବା ବେଳେ କାନ୍ଥରେ ବିଭିନ୍ନ ଚିତ୍ର ରହିଛି।

ପ୍ରାକୃତିକ ରଙ୍ଗ ବ୍ୟବହାର କରି ଚାଳଘରଗୁଡ଼ିକୁ ରଙ୍ଗ କରାଯାଇଛି।

ସ୍ବଚ୍ଛତାକୁ ଦେଖିବା ପାଇଁ ପର୍ଯ୍ୟଟକମାନେ ଯାଉଛନ୍ତି।

ଘର ବାରଣ୍ଡାଠାରୁ ଆରମ୍ଭ କରି ସଡ଼କ ପର୍ଯ୍ୟନ୍ତ ଯେଉଁଆଡ଼େ ଆଖି ପଡ଼ିବ ତାହା କେବଳ ସ୍ବଚ୍ଛ ହିଁ ଦେଖାଯାଉଛି।

ସ୍ବଚ୍ଛତା ବଜାୟ ରଖିବା ଗ୍ରାମବାସୀଙ୍କ ଏକ ଅଭ୍ୟାସରେ ପରିଣତ ହୋଇଛି।

ପ୍ରତିଦ୍ବନ୍ଦ୍ବୀଙ୍କଠାରୁ କିଭଳି ପ୍ରତିଶୋଧ ନିଅନ୍ତି ଟାଟା?

ଭିଡିଓ ଟ୍ବିଟ କରି ପୂରା କାହାଣୀ ଜଣାଇଲେ ଶିଳ୍ପପତି ହର୍ଷ ଗୋଏଙ୍କା "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।