Mayurbhanj CCB Scam ମୟୂରଭଞ୍ଜ ସିସିବିରେ ୬୪.୪୨ ଲକ୍ଷ ଟଙ୍କାର ହେରଫେର, ପୂର୍ବତନ ମ୍ୟାନେଜରଙ୍କ ସହ କିରାଣୀ ଗିରଫ

Aug 06, 2026 - 20:59
Mayurbhanj CCB Scam ମୟୂରଭଞ୍ଜ ସିସିବିରେ ୬୪.୪୨ ଲକ୍ଷ ଟଙ୍କାର ହେରଫେର, ପୂର୍ବତନ ମ୍ୟାନେଜରଙ୍କ ସହ କିରାଣୀ ଗିରଫ

"ବାରିପଦା:   ମୟୂରଭଞ୍ଜ ସେଣ୍ଟ୍ରାଲ କୋ-ଅପରେଟିଭ୍ ବ୍ୟାଙ୍କ (ଏମସିସିବି) ବ୍ୟାଙ୍କର ବାହଳଦା ଶାଖାରେ ହୋଇଥିବା ପ୍ରାୟ ୬୪.୪୨ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ଓ ସରକାରୀ ଅର୍ଥ ଆତ୍ମସାତ୍ ମାମଲାରେ ବାରିପଦା ଦୁର୍ନୀତି ନିବାରଣ ବିଭାଗ (ଭିଜିଲାନ୍‌ସ) ଦୁଇ ଜଣଙ୍କୁ ଗିରଫ କରିଛି।

Advertisment Vigilance raid ପୁଣି ଭିଜିଲାନ୍‌ସ ଜାଲରେ କୋଇଡ଼ାର ପୂର୍ବତନ ରେଞ୍ଜନର ପ୍ରସନ୍ନ କୁମାର ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ ବହଳଦା ଶାଖାର ପୂର୍ବତନ ମ୍ୟାନେଜର ଡିଚେନ୍ କୁମାର ମିଶ୍ର ଓ ପ୍ରାକ୍ତନ କିରାଣୀ ମଲୟ କୁମାର ଦତ୍ତ।

୨୦୧୯ ରୁ ୨୦୨୪ ମସିହା ମଧ୍ୟରେ ଅଭିଯୁକ୍ତମାନେ ବ୍ୟାଙ୍କର ଅନ୍ୟ ୩ଜଣ ସହଯୋଗୀ କର୍ମଚାରୀଙ୍କ ସହ ମିଶି ଜାଲିଆତି କରିଥିଲେ।

ଗ୍ରାହକମାନଙ୍କ ଅଜାଣତରେ ଓ ବିନା ସମ୍ମତିରେ ସେମାନଙ୍କର ୨୯ଟି ଅସଲି ଫିକ୍ସଡ୍ ଡିପୋଜିଟ୍ (ଏଫ୍‌ଡି) ବିପରୀତରେ କାଗଜପତ୍ର ଜାଲିଆତି କରି ନକଲି 'ଲୋନ' ଆକାଉଣ୍ଟ ଖୋଲିଥିଲେ।

ଏହି ଚଞ୍ଚକତା ମାଧ୍ୟମରେ ଅଭିଯୁକ୍ତମାନେ ସମୁଦାୟ ୬୪,୪୨,୦୭୪ ଟଙ୍କା ହଡ଼ପ କରି ନିଜସ୍ୱ କାର୍ଯ୍ୟରେ ବିନିଯୋଗ କରିଥିଲେ।

Odisha Vigilance trap ହାତଗୁଞ୍ଜା ନେଉଥିଲେ କୋଷାଗୁଡ଼ା ରାଜସ୍ବ ନିରୀକ୍ଷକ, ଭିଜିଲାନ୍‌ସ ହାବୁଡ଼ିଗଲେ ଏହି ଘଟଣାରେ ବାଲେଶ୍ଵର ଭିଜିଲାନ୍ସ ଥାନାରେ ୦୫.୦୮.୨୦୨୬ ତାରିଖରେ ମାମଲା ନଂ-୧୪ ରୁଜୁ କରାଯାଇଛି।

ଦୁର୍ନୀତି ନିବାରଣ (ସଂଶୋଧିତ) ଆଇନ୍, ୨୦୧୮ ର ଧାରା ୧୩(୨) r/w ୧୩(୧)(a) ଏବଂ ଭାରତୀୟ ପିଙ୍ଗଳ କୋଡ୍‌ (ଆଇପିସି) ର ୪୦୯/୧୨୦-ବି ଦଫାରେ ଏହି କେସ୍ ଦାୟର ହୋଇଥିବା  ଅରୁଣ କୁମାର ନାୟକ, ଏସ୍‌ପି ଭିଜିଲାନ୍ସ, ବାଲେଶ୍ୱର କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।