Media House Office Seal: ଖବର ନାଁରେ ବ୍ଲାକମେଲ୍, ଚରିତ୍ର ହତ୍ୟା ପାଇଁ ସୁପାରି

Jul 20, 2026 - 20:18
Media House Office Seal: ଖବର ନାଁରେ ବ୍ଲାକମେଲ୍, ଚରିତ୍ର ହତ୍ୟା ପାଇଁ ସୁପାରି

ଗୁଳି ନୁହେଁ...ଛୁରୀ ନୁହେଁ...ତଥାପି ହେଉଥିଲା ହତ୍ୟା। ଶରୀର ନୁହେଁ...ଚରିତ୍ରର ମର୍ଡର୍। ଆମ୍ବିଆନ୍ସ ବାଇଟ୍ ପୋଲିସ କମିଶନର। ନିର୍ଦ୍ଦିଷ୍ଟ ଘରୋଇ ଗଣମାଧ୍ୟମର ପ୍ରତିଷ୍ଠାତା ସୁଧାଂଶୁ ରାଉତ। ଯାହାଙ୍କ ବ୍ଲାକମେଲ୍ ରାକେଟର ଗୁମର ଖୋଲିଛି କମିଶନରେଟ ପୋଲିସ। ପୋଲିସ କମିଶନରଙ୍କ କହିବା ଅନୁସାରେ, ବାବୁ ଚଳାଇଥିଲେ ବଦନାମର ବ୍ଲାକ୍ ବିଜନେସ୍। ପ୍ରଥମେ ଉଦ୍ଦେଶ୍ୟମୂଳକ ଭାବେ ଖବର ନାଁରେ ପ୍ରେସର୍ ପକାଉଥିଲେ, ପରେ ମୋଟା ଅଙ୍କର ଟଙ୍କା ଦାବି। ଟଙ୍କା ମିଳିଗଲେ ହଟାଇ ଦିଆଯାଉଥିଲା ଖବର। ସାଂଘାତିକ କଥା ହେଲା- ନ୍ୟୁଜ୍ ନାଁରେ ଚରିତ୍ର ହତ୍ୟା ପାଇଁ ସୁପାରୀ ନେଉଥିଲେ ସୁଧାଂଶୁ। ଜଣେ ମଣିଷର ସାମାଜିକ ପରିଚୟ ଓ ସମ୍ମାନକୁ ଧ୍ୱଂସ କରିବାର ଷଡ଼ଯନ୍ତ୍ର ରଚୁଥିଲେ। ଟଙ୍କା ନେଇ ଲୋକଙ୍କ ଚରିତ୍ର ହତ୍ୟା କରିବାର ଟ୍ରେଣ୍ଡ୍ ଗଢ଼ିଥିଲେ। ଯାହାର ପ୍ରମାଣ ପାଇଛି କମିଶନରେଟ୍ ପୋଲିସ । ଗତକାଲି ସଂଧ୍ୟାରେ ପ୍ରାୟ ୬ ଘଣ୍ଟା ଧରି ବରମୁଣ୍ଡା ସ୍ଥିତ ଅଫିସରେ ରେଡ୍ କରି ସିଲ୍ କରିବା ସହ କଂପ୍ୟୁଟର ଓ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି। ବନ୍ଧା ହୋଇଛନ୍ତି ସଂପୃକ୍ତ ସଂସ୍ଥାର ଦୁଇ କର୍ମଚାରୀ। ଅଭିଯୁକ୍ତ ସୁଧାଂଶୁ ଏବେ ଫେରାର ଥିବା ବେଳେ ସଂଗୀନ ଦଫାରେ ମାମଲା ରୁଜୁ କରି କଠୋର ଦଣ୍ଡବିଧନର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ସିପି।

ଅଭିଯୋଗ ଅନୁଯାୟୀ, ଦୀର୍ଘଦିନ ଧରି ସୁପାରୀ ସାମ୍ବାଦିକତାର ରାକେଟ୍ ଚଳାଇଆସୁଥିଲେ ସୁଧାଂଶୁ। ବିଭିନ୍ନ ନେତା, ବିଲଡର ଓ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଚାନ୍ଦା-ବଟି ଆଦାୟ କରି ହୋଇଥିଲେ ବଳୀୟାନ। ଏକାଧିକ ସ୍ଥାନରୁ ଆର୍ଥିକ ସହାୟତା ନେଇ ପୋଲିସକୁ ପ୍ରମାଣ ମିଳିଥିବା ସୂଚନା ମିଳିଛି। ଆର୍ଥିକ ନେଣଦେଣ ଓ ଠକେଇ ସାମ୍ରାଜ୍ୟ ନେଇ ପୋଲିସ ଜୋରଦାର ତଦନ୍ତ କରୁଥିବାବେଳେ ଚନ୍ଦ୍ରଶେଖରପୁର ଥାନାରେ ରୁଜୁ ହୋଇଛି ଆଉ ଏକ ମାମଲା। ଏକ ବିଲ୍ଡର ସଂସ୍ଥାର ଅଭିଯୋଗ ଅନୁସାରେ, ନିଜ ଚ୍ୟାନେଲରେ ୨ କୋଟି ପୁଞ୍ଜି ଖଟାଇ ଅଂଶଧନ କିଣିବାକୁ ଚାପ ପକାଇଥିଲେ ସୁଧାଂଶୁ। ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରିବାରୁ ବରବାଦ କରିଦେବାକୁ ଧମକ ଦେବା ପରେ ଉଦ୍ଦେଶ୍ୟମୂଳକ ଭାବେ ଖବର ପ୍ରସାରଣ କରୁଥିଲେ। ଏପରିକି ଘରକୁ କର୍ମଚାରୀଙ୍କୁ ପଠାଇ ଧମକାଉଥିଲେ ବୋଲି ଅଭିଯୋଗ ହୋଇଛି । 

ପାଠ୍ୟ ପୁସ୍ତକ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ବିରୋଧରେ ସୋସିଆଲ ମିଡିଆରେ ମିଥ୍ୟା ତଥ୍ୟ ପ୍ରଚାର କରି ନିଜ ପାଲରେ ପକାଇବାକୁ ଉଦ୍ୟମ କରିଥିଲେ ସୁଧାଂଶୁ ରାଉତ। ଏନେଇ ଗଣଶିକ୍ଷା ମନ୍ତ୍ରୀଙ୍କ OSDଙ୍କ ଏତଲାକୁ ଆଧାର କରି ପୋଲିସ ତଦନ୍ତ ଜାରି ରଖିଛି । ଘଟଣାରେ ସୁପାରୀ ସାମ୍ବାଦିକତା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ମଧ୍ୟ ଦାବି କରିଥିଲା । 

ପ୍ରଶ୍ନ ଉଠୁଛି- କେତେ ଜଣଙ୍କୁ ଚରିତ୍ର ହତ୍ୟା ଚକ୍ରବ୍ୟୁହରେ ଫସାଇଛନ୍ତି ସୁଧାଂଶୁ ? ବଦନାମ ବ୍ୟବସାୟରେ କିଏ ସାଜିଥିଲା ସୁଧାଂଶୁଙ୍କ ବଳ? କିଏ ସେହି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଓ ନେତା, ଯିଏ ଯୋଗାଉଥିଲେ ଟଙ୍କା ? କେଉଁଠି ଆତ୍ମଗୋପନ କରିଛନ୍ତି ସୁଧାଂଶୁ ରାଉତ ? ଏବେ ସମସ୍ତଙ୍କ ନଜର କେବେ ଗିରଫ ହେଉଛନ୍ତି ସୁଧାଂଶୁ ଆଉ କେବେ ଖୋଲିବ ପୂରା ଗୁମର। ସେପଟେ ଏହି ପୂରା ମାମଲାରେ ସୁଧାଂଶୁ ରାଉତଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।