Medicines: ନିମ୍ନମାନର ଔଷଧ ଉତ୍ପାଦନ କଲେ ବାତିଲ ହେବ ଲାଇସେନ୍ସ

Nov 05, 2026 - 16:26
Medicines: ନିମ୍ନମାନର ଔଷଧ ଉତ୍ପାଦନ କଲେ ବାତିଲ ହେବ ଲାଇସେନ୍ସ

ନୂଆଦିଲ୍ଲୀ: ଔଷଧର ଗୁଣବତ୍ତା ନେଇ କେନ୍ଦ୍ର ସରକାର କଠୋର ହେବାକୁ ଯାଉଛନ୍ତି।

ନିମ୍ନମାନର ଔଷଧ ଉତ୍ପାଦନ କରୁଥିବା କମ୍ପାନିଗୁଡ଼ିକର ଉତ୍ପାଦନ ଲାଇସେନ୍ସ ତୁରନ୍ତ ସ୍ଥଗିତ ରଖିବାକୁ ସରକାର ପ୍ରସ୍ତାବ ଦେଇଛନ୍ତି।

ଏଥିପାଇଁ ୧୯୪୫ ମସିହାର ଡ୍ରଗ୍ସ ରୁଲ୍‌ସ‌ରେ ସଂଶୋଧନ ଆଣିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଯୋଜନା କରିଛି।

ଏହାଦ୍ୱାରା ଗୁଣବତ୍ତା ପରୀକ୍ଷାରେ ବିଫଳ ହେଉଥିବା ଔଷଧର ଉତ୍ପାଦନ ଓ ବିକ୍ରି ଉପରେ ଶୀଘ୍ର ରୋକ୍ ଲଗାଯାଇପାରିବ।

Advertisment ବର୍ତ୍ତମାନର ନିୟମ ଅନୁଯାୟୀ, କୌଣସି ଔଷଧ ନିମ୍ନମାନର ବୋଲି ଜଣାପଡ଼ିଲେ ଏହାର ଉତ୍ପାଦନ ଲାଇସେନ୍ସ ବାତିଲ କିମ୍ବା ସ୍ଥଗିତ କରିବା ପୂର୍ବରୁ କମ୍ପାନିକୁ କାରଣ ଦର୍ଶାଅ ନୋଟିସ୍ ଦେବା ସହ ନିର୍ଦ୍ଦିଷ୍ଟ ପ୍ରକ୍ରିୟା ପାଳନ କରିବାକୁ ପଡ଼ୁଛି।

ଏହି ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ ନିମ୍ନମାନର ଔଷଧ ବଜାରରେ ରହିବାର ଆଶଙ୍କା ରହୁଛି।

ଏହାକୁ ରୋକିବା ପାଇଁ ସରକାର ନୂଆ ବ୍ୟବସ୍ଥା ଆଣିବାକୁ ଚାହୁଁଛନ୍ତି।

ମାନଦଣ୍ଡରେ ତ୍ରୁଟି ଥିଲେ କାର୍ଯ୍ୟାନୁଷ୍ଠାନ ପ୍ରସ୍ତାବିତ ନିୟମ ଅନୁଯାୟୀ, ସରକାରୀ ଔଷଧ ବିଶ୍ଳେଷକଙ୍କ ପରୀକ୍ଷା ରିପୋର୍ଟରେ କୌଣସି ଔଷଧ ନିର୍ଦ୍ଧାରିତ ଗୁଣବତ୍ତା ମାନ ପୂରଣ କରୁନଥିବା ଜଣାପଡ଼ିଲେ ତୁରନ୍ତ ଉତ୍ପାଦନ ଲାଇସେନ୍ସ ସ୍ଥଗିତ କରାଯାଇପାରିବ।

ଔଷଧରେ ସକ୍ରିୟ ଉପାଦାନର ମାତ୍ରା (ଆସେ), ଶରୀରରେ ଔଷଧ ଦ୍ରବୀଭୂତ ହେବାର କ୍ଷମତା (ଡିସଲ୍ୟୁସନ), ଅନ୍ୟ ପଦାର୍ଥର ଉପସ୍ଥିତି, ଅଶୁଦ୍ଧତା ଏବଂ ଜୀବାଣୁମୁକ୍ତ ରହିବା ଭଳି ଗୁରୁତ୍ୱପୂର୍ଣ୍ଣ ମାନଦଣ୍ଡରେ ତ୍ରୁଟି ଥିଲେ ଏହି କାର୍ଯ୍ୟାନୁଷ୍ଠାନ ହେବ।

ଖୋଜିବାକୁ ପଡ଼ିବ ମୂଳ କାରଣ ତେବେ ଲାଇସେନ୍ସ ସ୍ଥଗିତ ହେବା ପରେ କମ୍ପାନିଗୁଡ଼ିକ ତୁରନ୍ତ ପୁଣି ଉତ୍ପାଦନ ଆରମ୍ଭ କରିପାରିବେ ନାହିଁ।

ଔଷଧର ଗୁଣବତ୍ତାରେ ତ୍ରୁଟି କାହିଁକି ରହିଲା, ତାହାର ମୂଳ କାରଣ ଖୋଜିବାକୁ ପଡ଼ିବ।

ଏଥିସହ ତ୍ରୁଟି ସୁଧାରିବା ଏବଂ ଭବିଷ୍ୟତରେ ଏଭଳି ସମସ୍ୟା ଯେପରି ନ ହୁଏ, ସେଥିପାଇଁ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ହେବ।

ସମ୍ପୃକ୍ତ ଲାଇସେନ୍ସ ପ୍ରଦାନକାରୀ କର୍ତ୍ତୃପକ୍ଷ ଏହି ପଦକ୍ଷେପଗୁଡ଼ିକୁ ଯାଞ୍ଚ କରି ସନ୍ତୁଷ୍ଟ ହେବା ପରେ ହିଁ ଲାଇସେନ୍ସ ଉପରୁ କଟକଣା ହଟାଯିବ।

ରୋଗୀଙ୍କ ସୁରକ୍ଷାକୁ ମିଳିବ ଗୁରୁତ୍ୱ ଏହା ସହିତ ଔଷଧର ପରୀକ୍ଷା ରିପୋର୍ଟ ସମ୍ପର୍କିତ ଫର୍ମ-୧୩ରେ ମଧ୍ୟ ସଂଶୋଧନ ପ୍ରସ୍ତାବ ରହିଛି।

ନିମ୍ନମାନର ଔଷଧ ସମ୍ପର୍କିତ ରିପୋର୍ଟ ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ( ଡିସିଜିଆଇ ), ସମ୍ପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳର ଲାଇସେନ୍ସ ପ୍ରଦାନକାରୀ ସଂସ୍ଥା ଏବଂ ଔଷଧ ନିର୍ମାତା ଓ ବିକ୍ରେତାଙ୍କୁ ପଠାଯିବ।

ଏହାଦ୍ୱାରା ସମସ୍ତ ସଂସ୍ଥା ତୁରନ୍ତ ତଥ୍ୟ ପାଇବା ସହ ଆବଶ୍ୟକ ପଦକ୍ଷେପ ନେଇପାରିବେ।

ମସ୍କଙ୍କ କମ୍ପାନିଗୁଡ଼ିକର ଭବିଷ୍ୟତକୁ ନେଇ ଚିନ୍ତା ୨୦୨୪ ଡିସେମ୍ବର ୨୦ରେ ଅନୁଷ୍ଠିତ ଡ୍ରଗ୍ସ କନସଲଟେଟିଭ୍ କମିଟିର ୬୫ତମ ବୈଠକ ଏବଂ ୨୦୨୫ ଏପ୍ରିଲ ୨୪ରେ ଅନୁଷ୍ଠିତ ଡ୍ରଗ୍ସ ଟେକ୍ନିକାଲ ଆଡଭାଇଜରି ବୋର୍ଡର ୯୨ତମ ବୈଠକର ସୁପାରିସ ଆଧାରରେ ଏହି ପ୍ରସ୍ତାବ ଅଣାଯାଇଛି।

ଏହାର ଚିଠା ନିୟମ ଉପରେ ଜନସାଧାରଣ ଓ ସମ୍ପୃକ୍ତ ପକ୍ଷଙ୍କଠାରୁ ୩୦ ଦିନ ମଧ୍ୟରେ ମତାମତ ଓ ପରାମର୍ଶ ଲୋଡ଼ାଯାଇଛି।

ଏହି ପରିବର୍ତ୍ତନ ଲାଗୁ ହେଲେ ଦେଶରେ ଔଷଧର ଗୁଣବତ୍ତା ଯାଞ୍ଚ ଓ ନିୟନ୍ତ୍ରଣ ବ୍ୟବସ୍ଥା ଅଧିକ କଡ଼ାକଡ଼ି ହେବା ସହ ରୋଗୀଙ୍କ ସୁରକ୍ଷାକୁ ଗୁରୁତ୍ୱ ମିଳିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।