Meta : ମେଟାକୁ ଆମେରିକା କୋର୍ଟରୁ ବଡ଼ ଝଟକା: ପିଲାଙ୍କ ସୁରକ୍ଷାରେ ଅବହେଳା ପାଇଁ ୫୬୭ ମିଲିୟନ ଡଲାର ଜରିମାନା
"ନୂଆଦିଲ୍ଲୀ: ମେଟାକୁ ଆମେରିକା କୋର୍ଟରୁ ବଡ଼ ଝଟକା ।
ଆମେରିକାର ନ୍ୟୁ ମେକ୍ସିକୋ ଅଦାଲତ ଫେସବୁକ୍ ଓ ଇନଷ୍ଟାଗ୍ରାମର ମୂଳ କମ୍ପାନୀ ମେଟା ବିରୋଧରେ ଏକ ଐତିହାସିକ ରାୟ ଦେଇଛନ୍ତି।
ଅଦାଲତ କମ୍ପାନୀକୁ ପିଲା ଓ କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟ ଏବଂ ଅନଲାଇନ ସୁରକ୍ଷାରେ ଅବହେଳା କରିଥିବା ଅଭିଯୋଗରେ ୫୬୭ ମିଲିୟନ ଡଲାର (ପ୍ରାୟ ୫,୪୦୦ କୋଟି ଟଙ୍କା) ପ୍ରଦାନ କରିବାକୁ ଆଦେଶ ଦେଇଛନ୍ତି।
ଏହି ମାମଲାର ଦ୍ୱିତୀୟ ପର୍ଯ୍ୟାୟର ଶୁଣାଣି ପରେ ଏହି ନିଷ୍ପତ୍ତି ଆସିଛି।
ଏହାପୂର୍ବରୁ ମାର୍ଚ୍ଚ ମାସରେ ମେଟା ମାମଲାର ପ୍ରଥମ ପର୍ଯ୍ୟାୟରେ ମଧ୍ୟ ପରାଜିତ ହୋଇଥିଲା।Advertisment ଜରିମାନାର ଅର୍ଥ କେଉଁଠି ଖର୍ଚ୍ଚ ହେବ?
ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ ୪୨୦ ମିଲିୟନ ଡଲାର ପିଲା ଓ ଯୁବମାନଙ୍କର ମାନସିକ ସ୍ୱାସ୍ଥ୍ୟ ସେବା, ଚିକିତ୍ସା ଏବଂ ପୁନର୍ବାସ କାର୍ଯ୍ୟକ୍ରମରେ ବ୍ୟୟ କରାଯିବ।
ଅବଶିଷ୍ଟ ଅର୍ଥ ଆଗାମୀ ୫ ବର୍ଷ ଧରି ସଚେତନତା ଅଭିଯାନ, ପ୍ରତିଷେଧକ କାର୍ଯ୍ୟକ୍ରମ, ସ୍କ୍ରିନିଂ ସେବା ଓ ଅନ୍ୟାନ୍ୟ ସୁରକ୍ଷାମୂଳକ ପଦକ୍ଷେପ ପାଇଁ ବ୍ୟବହୃତ ହେବ।
ମେଟା ଜାଣିଥିଲା ଯେ ତାହାର ସୋସିଆଲ ମିଡିଆ ପ୍ଲାଟଫର୍ମ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇପାରେ।
ତଥାପି କମ୍ପାନୀ ପର୍ଯ୍ୟାପ୍ତ ସୁରକ୍ଷାମୂଳକ ବ୍ୟବସ୍ଥା ଗ୍ରହଣ କରିନଥିଲା।
ପିଲାମାନଙ୍କ ସହ ଜଡିତ ଯୌନ ଶୋଷଣ ସମ୍ପର୍କିତ କିଛି ସୂଚନା ଲୁଚାଇଥିବା ଅଭିଯୋଗ ମଧ୍ୟ ପ୍ରମାଣିତ ହୋଇଥିଲା।
ଏହାପୂର୍ବରୁ ମାମଲାର ପ୍ରଥମ ପର୍ଯ୍ୟାୟରେ ଜୁରି ମେଟା ଉପରେ ୩୭୫ ମିଲିୟନ ଡଲାରର ସିଭିଲ ଜରିମାନା ଲଗାଇଥିଲେ।
Supreme Court: ନ୍ୟାୟିକ ଅଧିକାରୀ ସରକାରୀ କର୍ମଚାରୀ ନୁହନ୍ତି, ସେମାନଙ୍କ ଅବସର ବୟସ ଅଲଗା ହୋଇପାରେ: ସୁପ୍ରିମ୍କୋର୍ଟ ଅଭିଯୋଗକାରୀ ପକ୍ଷ ଅଦାଲତଙ୍କୁ ଅନୁରୋଧ କରିଥିଲେ ଯେ ପିଲାମାନଙ୍କୁ ଦୀର୍ଘ ସମୟ ଧରି ପ୍ଲାଟଫର୍ମରେ ବାନ୍ଧି ରଖୁଥିବା ନିଶା ସୃଷ୍ଟିକାରୀ (Addictive) ଫିଚରଗୁଡ଼ିକୁ ସୀମିତ କରାଯାଉ।
ବୟସ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ା କରାଯାଉ।
ପିଲାମାନଙ୍କ ସୁରକ୍ଷା ପାଇଁ ପ୍ରାଇଭେସି ସେଟିଂସ୍ରେ ବଡ଼ ପରିବର୍ତ୍ତନ ଆଣାଯାଉ।
ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଆମେରିକାର COPPA ଆଇନ ଅନୁଯାୟୀ କେବଳ ମେଟାକୁ ୧୩ ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ବାଧ୍ୟତାମୂଳକ ବୟସ ଯାଞ୍ଚ ଲାଗୁ କରିବାକୁ ନିର୍ଦ୍ଦେଶ ଦେବା ସମ୍ଭବ ନୁହେଁ।
ଅନ୍ୟ ସୋସିଆଲ ମିଡିଆ କମ୍ପାନୀମାନଙ୍କ ଉପରେ ସମାନ ନିୟମ ନଥିବାବେଳେ କେବଳ ମେଟା ଉପରେ ଏପରି ନିୟମ ଲାଗୁ କରିବା ଅସମାନ ଓ ଅନୁଚିତ ହେବ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।