Midnight Scooter Arson Caught on CCTV: ରାତି ଅଧରେ ଘରେ ପଶି ସ୍କୁଟି ଜାଳିଦେଲା ଦୁର୍ବୃତ୍ତ, CCTVରେ କଏଦ

Aug 12, 2026 - 14:58
Midnight Scooter Arson Caught on CCTV: ରାତି ଅଧରେ ଘରେ ପଶି ସ୍କୁଟି ଜାଳିଦେଲା ଦୁର୍ବୃତ୍ତ, CCTVରେ କଏଦ

ରାତି ଅଧରେ ଘରେ ପଶି ସ୍କୁଟି ଜାଳି ଦେଇ  ଦୁର୍ବୁତ୍ତ ଫେରାର। ଭୁବନେଶ୍ବର ଲିଙ୍ଗରାଜ ଥାନା ନାଗେଶ୍ୱର ଟାଙ୍ଗୀରେ ଘଟିଛି ଏହି ଘଟଣା । ଘରେ ସମସ୍ତେ ଶୋଇଥିବା ବେଳେ ଜଣେ ଦୁର୍ବୃତ୍ତ ଘରେ ପଶି ଏଭଳି କାରନାମା କରୁଥିବା ନେଇ ସବୁକିଛି ସିସିଟିଭିରେ ହୋଇଛି ରେକର୍ଡ । ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଆରମ୍ଭ କରିଛି ତଦନ୍ତ । ଘଟଣା ଅନୁସାରେ, ନାଗେଶ୍ୱର ଟାଙ୍ଗୀ ବାସିନ୍ଦା ରବୀନ୍ଦ୍ର ସାହୁ ଏବଂ ତାଙ୍କ ପରିବାର କାଲି ରାତିରେ ଶୋଇଥିବାବେଳେ ଏହି କାଣ୍ଡ ଘଟିଛି।

ତାଙ୍କ କହିବା ଅନୁଯାୟୀ, ରାତି ୩ଟା ୪୦ ମିନିଟ୍ ସମୟରେ ହଠାତ୍ ତାଙ୍କ ସ୍କୁଟି ଜଳିବା ଆରମ୍ଭ କରିଥିଲା । ସ୍କୁଟି ଜଳୁଥିବା ଦେଖି ପଡ଼ୋଶୀ ଖବର ଦେବା ପରେ ପରିବାର ଲୋକ ଉଠିଥିଲେ। ଏହାପରେ ସମସ୍ତେ ମିଶି ନିଆଁ ଲିଭାଇଥିଲେ । ତେବେ ସେତେବେଳକୁ ଗାଡ଼ି ପୋଡ଼ି ପାଉଁଶ ହୋଇଯାଇଥିଲା । ସିସିଟିଭି ଦେଖିବା ବେଳକୁ ଜଣେ ଦୁବୃର୍ତ୍ତ ଗାଡ଼ିରେ ନିଆଁ ଲଗାଇ ଫେରାର ହୋଇଯାଉଥିବା ଦେଖିବାକୁ ମିଳିଥିବା ସେ କହିଛନ୍ତି। .... 

ରାତି ଅଧରେ ଘରେ ପଶି ସ୍କୁଟି ଜାଳିଦେଲେ ଦୁର୍ବୃତ୍ତ
ସ୍କୁଟି ଜାଳି ଫେରାର ହୋଇଗଲେ 
ଲିଙ୍ଗରାଜ ଥାନା ନାଗେଶ୍ୱର ଟାଙ୍ଗୀ ଅଂଚଳ ଘଟଣା 
ଘରେ ସମସ୍ତେ ଶୋଇଥିବା ବେଳେ ଘଟାଇଲେ ଲଙ୍କାକାଣ୍ଡ 
ସିସିଟିଭିରେ କଏଦ ଅଗ୍ନିକାଣ୍ଡ ଘଟାଇବା ଚିତ୍ର 
ଥାନାରେ ଅଭିଯୋଗ ପରେ ତଦନ୍ତ ଆରମ୍ଭ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।