Mineral fund loot-8: ଖଣିଜ ପାଣ୍ଠି ଲୁଟ-୮: ଯାଜପୁର ଟଙ୍କା ଖର୍ଚ୍ଚ ହୋଇଛି ଢେଙ୍କାନାଳରେ

Sep 07, 2026 - 05:00
Mineral fund loot-8: ଖଣିଜ  ପାଣ୍ଠି ଲୁଟ-୮: ଯାଜପୁର ଟଙ୍କା ଖର୍ଚ୍ଚ ହୋଇଛି ଢେଙ୍କାନାଳରେ

"ଯାଜପୁର: ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଉଦ୍ଦିଷ୍ଟ ଜିଲ୍ଲା ଖଣିଜ ପାଣ୍ଠି ବଣ୍ଟନକୁ ନେଇ ଯାଜପୁର ଜିଲ୍ଲା ପ୍ରଶାସନର ତଞ୍ଚକତା ଏବେ ସାମନାକୁ ଆସିଛି।

ଡିଏମ୍‌ଏଫ୍‌ ଅର୍ଥ ଖର୍ଚ୍ଚକୁ ନେଇ ରହିଥିବା ଆଇନଗତ ଦିଗକୁ ସମ୍ପୂର୍ଣ୍ଣ ଜଳାଞ୍ଜଳି ଦେଇ ଜିଲ୍ଲା ପ୍ରଶାସନ କୋଟି କୋଟି ଟଙ୍କା ଅନ୍ୟ ଜିଲ୍ଲାର ସରକାରୀ ବିଭାଗର କାର୍ଯ୍ୟନିର୍ବାହୀ ସଂସ୍ଥାକୁ ଦେଇଛି।

ଯାଜପୁର ଡିଏମ୍‌ଏଫ୍‌ ପାଣ୍ଠିରୁ ଢେଙ୍କାନାଳ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଜନକୁ ୨୭.୮୬ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ନିୟମ ଅନୁଯାୟୀ ଗୋଟିଏ ଜିଲ୍ଲାର ଖଣି ଯୋଗୁଁ ଅନ୍ୟ ଜିଲ୍ଲା ପ୍ରଭାବିତ ହେଲେ ପାଣ୍ଠି କେବଳ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ଟ୍ରଷ୍ଟରୁ ଅନ୍ୟ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ଟ୍ରଷ୍ଟକୁ (ଇଣ୍ଟର ଡିଏମ୍‌ଏଫ୍‌ ଟ୍ରଷ୍ଟ ଟ୍ରାନ୍‌ସଫର) ବା ହସ୍ତାନ୍ତର ହୋଇପାରିବ।

ତଥ୍ୟ ଅନୁସାରେ, ଯାଜପୁର ଜିଲ୍ଲା ଖଣିଜ ପାଣ୍ଠିରୁ ଢେଙ୍କାନାଳ ଜିଲ୍ଲାପାଳ ତଥା ଟ୍ରଷ୍ଟ ଅଧ୍ୟକ୍ଷଙ୍କୁ ମାତ୍ର ୨ କୋଟି ୭୫ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ସିଧାସଳଖ ଢେଙ୍କାନାଳ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ (ଆରଡବ୍ଲୁଏସ୍‌ଏସ୍‌)କୁ ଟଙ୍କା ପ୍ରଦାନ କରାଯାଇଛି।

ଏଥିରେ ୨୦୧୭ରୁ ୨୦୨୦ ମଧ୍ୟରେ ରହିଥିବା ଯାଜପୁରର ପୂର୍ବତନ ଜିଲ୍ଲାପାଳଙ୍କ ଭୂମିକାକୁ ନେଇ ସନ୍ଦେହ ଉପୁଜିଛି।Advertisment High Court: ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ୍‌ ସଞ୍ଜୟ ଅଗ୍ରୱାଲ ଇଣ୍ଟର ଡିଏମ୍‌ଏଫ ଟ୍ରଷ୍ଟ ଟ୍ରାନ୍‌ସଫର ନକରି ସିଧାସଳଖ ଖର୍ଚ୍ଚଢେଙ୍କାନାଳ ଆରଡବ୍ଲୁଏସ୍‌ଏସ୍‌କୁ ଯାଇଛି ୨୭ କୋଟିରୁ ଊର୍ଦ୍ଧ୍ୱ ଯାଜପୁର ଜିଲ୍ଲାପାଳ ତଥା ଖଣିଜ ପାଣ୍ଠି ପ୍ରତିଷ୍ଠାନର ଅଧ୍ୟକ୍ଷ ଢେଙ୍କାନାଳ ଜିଲ୍ଲାପାଳ ତଥା ଖଣିଜ ପାଣ୍ଠି ପ୍ରତିଷ୍ଠାନର ଅଧ୍ୟକ୍ଷଙ୍କୁ ଦେଇଥିବା ୨.୭୫ କୋଟି ଟଙ୍କାରେ ସ୍କୁଲ କମ୍ପ୍ୟୁଟର ଘର, ପାଚେରି ନିର୍ମାଣ, ସ୍ମାର୍ଟ କ୍ଲାସ୍‌ ରୁମ୍, ପାର୍କ, ଲାଇବ୍ରେରି, ସଭାଗୃହ ନିର୍ମାଣ କରାଯାଇଛି ବୋଲି ତଥ୍ୟରେ ଦର୍ଶାଯାଇଛି।

ମାତ୍ର ୨୦୧୬-୧୭ରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଯାଜପୁର ଖଣିଜ ପାଣ୍ଠିରୁ ୨୭ କୋଟି ଟଙ୍କା ପାନୀୟଜଳ ପ୍ରକଳ୍ପ ପାଇଁ ଢେଙ୍କାନାଳ ଆରଡବ୍ଲୁଏସ୍‌ଏସ୍‌କୁ ଦିଆଯାଇଛି।

ନିୟମ ଅନୁସାରେ ଯାଜପୁର ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଟ୍ରଷ୍ଟ ବୋର୍ଡ ଅନ୍ୟ ପ୍ରଭାବିତ ଜିଲ୍ଲାର ପାଣ୍ଠିକୁ ହସ୍ତାନ୍ତର କରିବେ।

ପରେ ପ୍ରଭାବିତ ଜିଲ୍ଲା ଏହି ପାଣ୍ଠିକୁ ଅନୁମୋଦନ କରିବା ପରେ ସେଠାରେ କାର୍ଯ୍ୟକାରୀ ହେବ।

ଯାଜପୁର ଜିଲ୍ଲା ପ୍ରଶାସନ ଏଥିରେ ମନମାନି କରିଛି।

ଆଇନକୁ ଅତିକ୍ରମ କରି ସିଧାସଳଖ ଅନ୍ୟ ଜିଲ୍ଲାର କାର୍ଯ୍ୟକାରୀ ବିଭାଗ ଆକାଉଣ୍ଟକୁ ୨୭.୮୬ କୋଟି ଟଙ୍କା ହସ୍ତାନ୍ତର କରିଛି।

ଯେଉଁଥିରେ ଏକ ବଡ଼ଧରଣର ଆର୍ଥିକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି।

ଢେଙ୍କାନାଳ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଯାଜପୁର ଜିଲ୍ଲାପାଳଙ୍କ ନିୟନ୍ତ୍ରଣାଧୀନ ନ ଥିବାବେଳେ ୨୭.୮୬ କୋଟି ଟଙ୍କାର ପ୍ରକଳ୍ପଗୁଡ଼ିକୁ ପ୍ରଶାସନିକ ଅନୁମୋଦନ ଏବଂ ଟେଣ୍ଡରକୁ ଅନୁମୋଦନ କିଏ ଦେଲା?

ନିୟମ ବହିର୍ଭୂତ ଭାବେ ସିଧାସଳଖ କାର୍ଯ୍ୟକାରୀ ବିଭାଗକୁ ଟଙ୍କା ଦିଆଯାଇଥିବାରୁ ଏହାର ଅଡିଟ୍ ଓ ଉପଯୋଗିତା ପ୍ରମାଣପତ୍ର ପ୍ରଦାନ ସମୟରେ ବ୍ୟାପକ ହେରଫେର ଓ ସରକାରୀ ପାଣ୍ଠି ଅପବ୍ୟବହାର ହୋଇଛି।

ଅନ୍ୟପଟେ ଢେଙ୍କାନାଳ ଜିଲ୍ଲା ଖଣିଜ ପାଣ୍ଠି ପ୍ରତିଷ୍ଠାନ ଟ୍ରଷ୍ଟକୁ ଏଡ଼ାଇବା ଦ୍ବାରା ସେଠାକାର ସ୍ଥାନୀୟ ବିଧାୟକ, ସାଂସଦ ଓ ଜନପ୍ରତିନିଧିମାନଙ୍କର ପ୍ରକଳ୍ପ ତଦାରଖ ଅଧିକାରକୁ କ୍ଷୁଣ୍ଣ କରାଯାଇଛି।

Horoscope 2026 September 07: ଜାଣନ୍ତୁ ଆଜିର ରାଶିଫଳ ସୂଚନାଯୋଗ୍ୟ, ଢେଙ୍କାନାଳ ଜିଲ୍ଲାର ଭୁବନ, କଙ୍କଡ଼ାହାଡ଼ ଓ କାମାକ୍ଷାନଗର ବ୍ଲକ୍‌ର ବିଭିନ୍ନ ଗାଁରେ ପାନୀୟଜଳ ଏବଂ ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ପାଇଁ ଯାଜପୁର ଡିଏମ୍‌ଏଫ୍‌ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରାଯାଇଛି।

ଏଥିରେ ମୋଟ ୪୧ଟି ପ୍ରକଳ୍ପ ନିର୍ମାଣ ହୋଇଥିବା ଦର୍ଶାଯାଇଛି।

ଏସବୁ ପ୍ରକଳ୍ପର କାର୍ଯ୍ୟକାରୀ ସଂସ୍ଥା ଭାବେ ଢେଙ୍କାନାଳ ଆରଡବ୍ଲ୍ୟୁଏସ୍‌ଏସ୍‌ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ନାମ ରହିଛି।

୨୦୧୬-୧୭ରୁ ୨୦୧୯-୨୦ ମଧ୍ୟରେ ପର୍ଯ୍ୟାୟକ୍ରମେ ଏସବୁ ପ୍ରକଳ୍ପ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିରୁ ଅର୍ଥ ବରାଦ ହୋଇଥିବା ଜଣାପଡ଼ିଛି।

ଭୁବନ ବ୍ଲକ୍‌ର ଲକ୍ଷ୍ମୀଧରପୁର, ବ୍ରାହ୍ମଣ କଣ୍ଟାଖୋଲ, ସେନେଡ଼ା, ରେଣ୍ଡାପାଟଣା, କୁମୁରୁସିଂହା, କେନ୍ଦୁଆପଦା, ମଥାନୂଆଗାଁ, ଗୋବଗୋଦର, ଅନନ୍ତପୁର ଓ ନୂଆଜିରାଳ, ଭୁବନ ବ୍ଲକ୍‌ର ଏକତାଳି, ଜିଏନ୍‌ ପ୍ରସାଦ, ଗୋଡ଼ଗମପୁର, ଗରୁଡ଼ବନ୍ଦି, ମଥାଖୋକସା, କାଂଶନଗଡ଼, କାଇଁସିରି, ଡେଙ୍ଗାବାହାଲି, ଦେହୁରିସାହି, ବଡ଼କାଠିଆ, ଝିଙ୍କାରଗଡ଼ ଓ କରଡ଼ାପାଳ, କାମାକ୍ଷାନଗର ବ୍ଲକ୍‌ର ଆରଚୁଆ, ଶ୍ରୀଶେଷପୁର, ଲୋକନାଥପୁର, ବଡ଼ସୁଆଁଳ, ମହୁଲପାଳ, ସାରିଅଁ, ସାଧୁମୁଣ୍ଡା ଓ ରାହାଣି, କଙ୍କଡ଼ାହାଡ଼ ବ୍ଲକ୍‌ର ସେଣ୍ଡସରା, କଣକଣା, ଜାମୁଚକଡ଼ା, ବିରାଶାଳ, ବାଘବସା, ମାଇଧରପୁର, ଭାଲୁଟାଙ୍ଗେର, ରାଇବୋଲ, ଭାଲୁମୁଣ୍ଡା ଦରତୋଟା ଆଦି ଗ୍ରାମରେ ଏ ସବୁ ପାନୀୟଜଳ ପ୍ରକଳ୍ପ ନିର୍ମାଣ ହୋଇଥିବା ଦର୍ଶାଯାଇଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।