Minister Prithviraj Harichandan Holds Key Meeting: ସାଂସଦଙ୍କ ଚିଠି ପରେ ଆକ୍ସନ, ପ୍ରକଳ୍ପ ନେଇ ବସିଲା ବଡ଼ ବୈଠକ
ପ୍ରକଳ୍ପରେ ବିଳମ୍ବ ଓ ମାନକୁ ନେଇ ସାଂସଦ ଓ ବିଧାୟକ ଚିଠି ଲେଖିବା ପରେ ମନ୍ତ୍ରୀ ଡାକିଲେ ବଡ ବୈଠକ। ପୂର୍ତ୍ତ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ବୈଠକ। ପୂର୍ବରୁ ଏ ନେଇ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା। ଆଜି ବୈଠକ ବସିଥିବା ବେଳେ ଏଥିରେ ପୂର୍ତ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ..
ସରକାରୀ ପ୍ରକଳ୍ପରେ ବିଳମ୍ବ, ତଦାରଖର ଅଭାବ ଏବଂ ମାନକୁ ନେଇ କିଛି ଦିନ ତଳେ ସାଂସଦ ଓ ବିଧାୟକ ପ୍ରଶ୍ନ ଉଠାଇଥିଲେ। ଅସନ୍ତୋଷ ଜାହିର କରି ଚିଠି ଲେଖିଥିଲେ। ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀ ନିଜ ନିଜ ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ନେଇ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ।
ସାଂସଦ ଓ ବିଧାୟକଙ୍କ ଚିଠି: ପୂର୍ତ୍ତମନ୍ତ୍ରୀଙ୍କ ବୈଠକ
ପୂର୍ତ୍ତମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ବୈଠକ
ପୂର୍ତ୍ତ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ
ପୂର୍ବରୁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଥିଲା
ପ୍ରକଳ୍ପରେ ବିଳମ୍ବ ଓ ମାନକୁ ନେଇ ଲେଖିଥିଲେ ଚିଠି
ଅସନ୍ତୋଷ ଦର୍ଶାଇ ଲୋଡିଥିଲେ ସରକାରଙ୍କ ହସ୍ତକ୍ଷେପ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।