Minor Girl Murder Case:ନାବାଳିକା ହତ୍ୟା ମାମଲା: ନାମ୍ପୋ ଫାଣ୍ଡି ଅଧିକାରୀ ନିଲମ୍ବିତ, ଥାନାଧିକାରୀଙ୍କ ବଦଳି

Oct 23, 2026 - 15:25
Minor Girl Murder Case:ନାବାଳିକା ହତ୍ୟା ମାମଲା: ନାମ୍ପୋ ଫାଣ୍ଡି ଅଧିକାରୀ ନିଲମ୍ବିତ, ଥାନାଧିକାରୀଙ୍କ ବଦଳି

ଜଳେଶ୍ୱରରେ ନାବାଳିକାଙ୍କ ମୃତଦେହ ଉଦ୍ଧାର ଘଟଣାକୁ ନେଇ ଚାଞ୍ଚଲ୍ୟ।

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଅଭିଯୋଗ ଆସିବା ପରେ ପୁଲିସ ବିଭାଗରେ ହୋଇଛି ବଡ଼ କାର୍ଯ୍ୟାନୁଷ୍ଠାନ।

କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ନାମ୍ପୋ ଫାଣ୍ଡି ଅଧିକାରୀ କରଣ ମାରାଣ୍ଡିଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଜଳେଶ୍ୱର ଥାନାଧିକାରୀ ଅଶୋକ ବାରିକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।

Advertisment ବାଲେଶ୍ୱର ଏସ୍‌ପିଙ୍କ ଏହି କାର୍ଯ୍ୟାନୁଷ୍ଠାନ ପରେ ମାମଲାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।

ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ଏଫ୍‌ଆଇଆର୍ ରଖିନଥିବା ଅଭିଯୋଗ ଉଠିଛି।

ସୂଚନା ଅନୁସାରେ, ନାବାଳିକା ଜଣକ ଡ୍ୟାନ୍ସ କ୍ଲାସ୍‌କୁ ଯାଇଥିବା ବେଳେ ନିଖୋଜ ହୋଇଯାଇଥିଲେ।

ଗତ ୧୬ ତାରିଖରୁ ସେ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ଖୋଜାଖୋଜି କରାଯାଇଥିଲା।

ହେଲେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା।

Advertisment ଶେଷରେ ବର୍ତ୍ତନା ପଞ୍ଚାୟତ ଅନ୍ତର୍ଗତ ଘେରାପଦା ଜଙ୍ଗଲରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଏହାପରେ ପରିବାର ଲୋକେ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଆଣିଥିଲେ।

ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ଓ ଉଦ୍‌ବେଗ ପ୍ରକାଶ ପାଇଛି।

ଅଭିଯୋଗ ପରେ ବି FIR ରଖିନଥିଲା ପୁଲିସ!

ଏହି ଘଟଣାରେ ପୁଲିସର କାର୍ଯ୍ୟଶୈଳୀକୁ ନେଇ ଗୁରୁତର ପ୍ରଶ୍ନ ଉଠିଛି।

ପରିବାର ଲୋକେ ନାବାଳିକା ନିଖୋଜ ହେବା ପରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏଫ୍‌ଆଇଆର୍ ରୁଜୁ କରିନଥିବା ଅଭିଯୋଗ କରିଛନ୍ତି।

ଏହି ଅବହେଳା ଅଭିଯୋଗକୁ ଗୁରୁତ୍ୱର ସହ ନେଇ ବାଲେଶ୍ୱର ଏସ୍‌ପି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି।

ନାମ୍ପୋ ଫାଣ୍ଡି ଅଧିକାରୀ ଏସ୍‌ଆଇ କରଣ ମାରାଣ୍ଡିଙ୍କୁ ନିଲମ୍ବନ କରାଯାଇଛି।

ତାଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ଅନ୍ୟପଟେ ଜଳେଶ୍ୱର ଥାନାଧିକାରୀ ଅଶୋକ ବାରିକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।

ନ୍ୟାୟ ଅପେକ୍ଷାରେ ପରିବାର, ତଦନ୍ତ ଉପରେ ନଜର ନାବାଳିକାଙ୍କ ହତ୍ୟାକୁ ନେଇ ଅନେକ ପ୍ରଶ୍ନ ଉଠୁଛି।

ସେ କେଉଁ ପରିସ୍ଥିତିରେ ନିଖୋଜ ହେଲେ?

ତାଙ୍କ ମୃତ୍ୟୁ ପଛରେ କିଏ ଦାୟୀ?

ପରିବାରର ଅଭିଯୋଗ ପରେ ମଧ୍ୟ ଏଫ୍‌ଆଇଆର୍ ରୁଜୁ କରାଯାଇନଥିବା ଅଭିଯୋଗର ସତ୍ୟତା କ'ଣ?

ଏସବୁ ଦିଗ ଏବେ ଗୁରୁତ୍ୱପୂର୍ଣ୍ଣ।

ପରିବାରକୁ ନ୍ୟାୟ ମିଳିବା ସହ ଘଟଣାରେ ଦୋଷୀଙ୍କୁ ଚିହ୍ନଟ କରି କଠୋର ଦଣ୍ଡ ଦେବା ଦାବି ଉଠୁଛି।

ଏବେ ପୁଲିସ ତଦନ୍ତରେ କ'ଣ ତଥ୍ୟ ସାମ୍ନାକୁ ଆସୁଛି ଏବଂ ମାମଲାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ କ'ଣ ହେଉଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।