Miscreants Barge Into House: ଦ୍ବାଦଶାହ କାର୍ଯ୍ୟ ଚାଲିଥିବା ବେଳେ ଘରେ ପଶି ଦୁର୍ବୃତ୍ତଙ୍କ ଆକ୍ରମଣ

Aug 08, 2026 - 16:08
Miscreants Barge Into House: ଦ୍ବାଦଶାହ କାର୍ଯ୍ୟ ଚାଲିଥିବା ବେଳେ ଘରେ ପଶି ଦୁର୍ବୃତ୍ତଙ୍କ ଆକ୍ରମଣ

ଘରେ ପଶି ଦୁର୍ବୃତ୍ତଙ୍କ ଆତଙ୍କରାଜ। ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ମୋତି ହୋଟେଲ ଛକ ନିକଟରେ ଗୋଟିଏ ଘରେ ପଶି ଦୁବୃର୍ତ୍ତ ଖେଳାଇଲେ ଆତଙ୍କ। ପ୍ରାୟ ୧୦ରୁ ଅଧିକ ଯୁବକ ଗୋଟିଏ ଘରେ ପଶି ଏକାଧିକ ଲୋକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଲୁହା ରଡ ଓ ମାରଣାସ୍ତ୍ରରେ ଦୁବୃର୍ତ୍ତ ମାନେ ଘରେ ପଶି ଆକ୍ରମଣ କରିଥିଲେ।

ସମ୍ପୃକ୍ତ ପରିବାରର ଦ୍ବାଦଶାହ କାର୍ଯ୍ୟ ଚାଲିଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି ପରିବାର ଲୋକଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି। ଦୁବୃର୍ତ୍ତଙ୍କ ଆକ୍ରମଣରେ ଏକାଧିକ ଆହତ ହୋଇଛନ୍ତି। ଆହତ ପରିବାର ଲୋକେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।