MMDR Protest Intensifies: ଏମଏମଡିଆର୍କୁ ନେଇ ବିଜେଡିର ବଡ଼ ଆନ୍ଦୋଳନ, ମହାତ୍ମା ଗାନ୍ଧି ମାର୍ଗରେ ଗର୍ଜିଲା ଦଳ
ଏମଏମଡିଆର୍ କୁ ନେଇ ଗର୍ଜିଲା ବିଜେଡି। ବିଧାନସଭାରେ ଅଚଳାବସ୍ଥା ଜାରି। ମହାତ୍ମା ଗାନ୍ଧି ମାର୍ଗରେ କଲା ବଡ଼ ଆନ୍ଦୋଳନ। ବିଧାନସଭାକୁ ଆସିଲେନି କିନ୍ତୁ ପ୍ରତିବାଦ ସଭାରେ ଯୋଗ ଦେଲେ ବିରୋଧୀ ଦଳ ନେତା ନବୀନ। ମହାତ୍ମାଗାନ୍ଧି ମାର୍ଗରେ ଧସ୍ତାଧସ୍ତି, ବ୍ୟାରିକେଡ୍ ଭଙ୍ଗା। ସଂଶୋଧିତ ଏମଏମଡିଆର୍ ଆଇନ୍ ପ୍ରତ୍ୟାହାର ଦାବିରେ ବିଜେଡି ଆଜି ବଡ଼ ସମାବେଶ କରି ସରକାରଙ୍କୁ ଦେଇଛି ଚେତାବନୀ। ଯୁବ, ଛାତ୍ର, ମହିଳା ସଂଗଠନ ସହିତ, ବିଧାୟକ, ସାଂସଦ ଓ ହଜାର ହଜାର କର୍ମୀ ଏଥିରେ ଯୋଗ ଦେଇଥିଲେ।
ବିଧାନସଭା ବୟକଟ୍ କରି ବିଜେଡି ବିଧାୟକମାନେ ଚାଲି ଚାଲି ଆନ୍ଦୋଳନ ସ୍ଥଳକୁ ଯାଇଥିଲେ। ନବୀନ ମଞ୍ଚରେ ଅଭିଭାଷଣ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। GenZ ଙ୍କ ଦ୍ୱାହି ଦେଇ ନବୀନ କହିଛନ୍ତି ସରକାର ରାଜ୍ୟ ସ୍ୱାର୍ଥକୁ ଭୁଲିଗଲେ। GenZ ଙ୍କ ଭବିଷ୍ୟତ ପାଇଁ ବିଜେଡି ଲଢେଇ ଜାରି ରଖିବ। ବିଧାନସଭା ସ୍ବତନ୍ତ୍ର ଅଧିବେଶନ ଡାକିବା ସହିତ ସଂଶୋଧିତ ଆଇନ୍ ପ୍ରତ୍ୟାହାର ପାଇଁ ସେ ଚିଠି ଲେଖିଥିଲେ ବି ଉତ୍ତର ଆସିଲାନି।
ବିଜେଡିର ଏହି ଆନ୍ଦୋଳନକୁ କଡ଼ା ଟାର୍ଗେଟ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। GST ଲାଗୁ ସମୟରେ ମଧ୍ୟ ଦଳ ବିରୋଧ କରିଥିଲା। ଖଣି ରାଜସ୍ୱ ଓ କେନ୍ଦ୍ରୀୟ ନୀତିକୁ ନେଇ ମଧ୍ୟ ବିଜେଡି ପୂର୍ବରୁ ପ୍ରଶ୍ନ ଉଠାଇଥିଲା। କିନ୍ତୁ ଏହା ସୁଫଳ ବର୍ତ୍ତମାନ ରାଜ୍ୟ ପାଉଛି। ଅନ୍ୟପଟେ, ବିଜେଡି ଆକ୍ରମଣର ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। MMDR ପ୍ରସଙ୍ଗ ହେଉ କି ପାଠ୍ୟପୁସ୍ତକ... ସବୁ ପ୍ରସଙ୍ଗରେ ଆଲୋଚନା ହୋଇପାରିବ।
କିନ୍ତୁ ବର୍ତ୍ତମାନ ଓଡ଼ିଶା ବନ୍ୟା ପ୍ରଭାବିତ ହୋଇଥିବା ବେଳେ, ଏହି ସମୟରେ ବନ୍ୟା ସ୍ଥିତି ଉପରେ ଆଲୋଚନାକୁ ପ୍ରାଥମିକତା ଦେବା ଦରକାର। ସେହିପରି Gen-zଙ୍କୁ ନବୀନ ଭ୍ରମିତ କରୁଛନ୍ତି ବୋଲି କହିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ। ଏ ଆନ୍ଦୋଳନ ମାଟି ନୁହେଁ ପାର୍ଟି ପାଇଁ କରୁଛନ୍ତି।
ବିଜେଡି ପରେ ଆସନ୍ତାକାଲି କଂଗ୍ରେସ ବି ମହାତ୍ମାଗାନ୍ଧି ମାର୍ଗରେ mmdr କୁ ନେଇ ବଡ଼ ଆନ୍ଦୋଳନ କରିବ। ଦେଖିବାର କଥା ବିରୋଧୀଙ୍କ ଏହି ପ୍ରତିବାଦ ଆଗକୁ କେଉଁ ମୋଡ଼ ନେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।