Mohan Majhi Gives 10 Key Directives to Odisha Police: ପୋଲିସ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମାର୍ଗଦର୍ଶନ, ଦେଲେ ୧୦ ପରାମର୍ଶ
ରାଜ୍ୟସ୍ତରୀୟ ଡିଜିପି-ଆଇଜିି ସମ୍ମିଳନୀରେ ପୋଲିସକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ୧୦ ପରାମର୍ଶ । ଜିରୋ ଟଲରାନ୍ସ ନୀତି, ଦଣ୍ଡବିଧାନ ହାର ବୃଦ୍ଧି, ନିଶାମୁକ୍ତ ଓଡ଼ିଶା, ତଟରେଖା ଓ ସାମୁଦ୍ରିକ ସୁରକ୍ଷା, ସାଇବର ସୁରକ୍ଷା ଓ ଡାର୍କ ୱେବ୍, ଗୁଇନ୍ଦା ବ୍ୟବସ୍ଥାର ସୁଦୃଢ଼ୀକରଣ, ଥାନା ଆଧୁନିକୀକରଣ, ପୋଲିସର ଜନସାଧାରଣଙ୍କ ପ୍ରତି ନମ୍ର, ସମ୍ବେଦନଶୀଳ ଓ ଭରସାଯୋଗ୍ୟ ବ୍ୟବହାର, 'ଦାଦା ବଟି' ଓ ଚାନ୍ଦା ଆଦାୟ ଉପରେ ରୋକ୍, ଦୁର୍ନୀତିମୁକ୍ତ ଓ ସମର୍ପିତ ପୋଲିସିଂ। ସମ୍ମିଳନୀରେ ଭବିଷ୍ୟତର 'ସ୍ମାର୍ଟ ପୋଲିସିଂ' ବ୍ଲୁ-ପ୍ରିଣ୍ଟ ଉପସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।
ସେ କହିଛନ୍ତି, ରାଜ୍ୟରେ ମହିଳାବିରୋଧୀ ହିଂସାରେ ଦଣ୍ଡବିଧାନ ହାର ୪୦ ପ୍ରତିଶତକୁ ବୃଦ୍ଧି ପାଇଛି, ଏହାକୁ ଅତି କମ୍ ରେ ୭୫%କୁ ବୃଦ୍ଧି କରିବାକୁ ସେ ଆହ୍ୱାନ ଦେଇଛନ୍ତି। ତଦନ୍ତ ପ୍ରକ୍ରିୟାରେ ବୃତ୍ତିଗତ ଦକ୍ଷତା, ଟେକ୍ନୋଲୋଜିର ବ୍ୟବହାର ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ନିଶା କାରବାରର ମୂଳ ସିଣ୍ଡିକେଟକୁ ଧ୍ୱଂସ କରିବାକୁ କହିବା ସହ 'ଦାଦା ବଟି' ଓ ଜୋର୍-ଜବରଦସ୍ତି ଚାନ୍ଦା ଆଦାୟକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସାଧାରଣ ନାଗରିକଙ୍କୁ ସମ୍ମାନ ମିଳୁ ଏବଂ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଜିରୋ ଟଲରେନ୍ସ ହେଉ ବୋଲି ପୋଲିସକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ପୋଲିସକୁ ମୁଖ୍ୟମନ୍ତ୍ରୀଙ୍କ ୧୦ ପରାମର୍ଶ
ରାଜ୍ୟ ସ୍ତରୀୟ ଡିଜିପି ଆଇଜିପି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ
ପୋଲିସ ବିଭାଗକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମାର୍ଗଦର୍ଶନ
ଟେକ୍ନୋଲୋଜିର ବ୍ୟବହାର ଉପରେ ଗୁରୁତ୍ୱାରୋପ
ନିଶା କାରବାରର ମୂଳ ସିଣ୍ଡିକେଟକୁ ଧ୍ୱଂସ କରିବାକୁ ନିର୍ଦ୍ଦେଶ
ଦାଦା ବଟି ଓ ଜୋର୍-ଜବରଦସ୍ତି ଚାନ୍ଦା ଉପରେ କାର୍ଯ୍ୟାନୁଷ୍ଠାନ
ସାଧାରଣ ନାଗରିକଙ୍କୁ ସମ୍ମାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ
ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ହେଉ ଜିରୋ ଟଲରାନ୍ସ
ତଟରେଖା ଓ ସାମୁଦ୍ରିକ ସୁରକ୍ଷା ଉପରେ ଦୃଷ୍ଟି ଦେବାକୁ ଗୁରୁତ୍ୱ
ଗୁଇନ୍ଦା ବ୍ୟବସ୍ଥାର ସୁଦୃଢ଼ୀକରଣ, ଥାନା ଆଧୁନିକୀକରଣ ଉପରେ ଗୁରୁତ୍ୱ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।