Mojtaba Khamenei: ଆମେରିକା ଆକ୍ରମଣରୁ ଦ୍ୱିତୀୟ ଥର ବଞ୍ଚିଲେ ମୋଜତବା ଖେମିନି
"ତେହେରାନ: ଗତ ୨୮ ଫେବ୍ରୁଆରିରେ ଇରାନ ଉପରେ ହୋଇଥିବା ଆମେରିକା ଏବଂ ଇସ୍ରାଏଲ୍ ଭୀଷଣ ବିମାନ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ପରେ ଦେଶର ଶାସନ ଭାର ସମ୍ଭାଳିଥିବା ନୂଆ ସର୍ବୋଚ୍ଚ ନେତା ମୋଜତବା ଖେମିନିଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଛି।
ଇରାନର ଧର୍ମଗୁରୁ ମହସିନ ହୈଦରୀ କତର ଗଣମାଧ୍ୟମ "ଅଲ୍ ଅରବୀ" ଚ୍ୟାନେଲ୍କୁ ଦେଇଥିବା ଏକ ସାକ୍ଷାତକାରରେ ଦାବି କରିଛନ୍ତି ଯେ ପ୍ରାରମ୍ଭିକ ଆକ୍ରମଣରେ ଗୁରୁତର ଆହତ ହେବା ପରେ ମୋଜତବାଙ୍କୁ ତେହେରାନର ଏକ ଡାକ୍ତରଖାନାରे ଭର୍ତ୍ତି କରାଯାଇଥିଲା।
କିନ୍ତୁ ଶତ୍ରୁପକ୍ଷ ଏହାର ସୂଚନା ପାଇ ତେହେରାନର ୩ଟି ପ୍ରମୁଖ ହସ୍ପିଟାଲ ଉପରେ ବୋମା ବର୍ଷଣ କରିଥିଲେ।
ମୋଜତବା ସେଥିରୁ ଗୋଟିଏ ହସ୍ପିଟାଲରେ ଥିଲେ ଏବଂ ତାଙ୍କୁ ଧ୍ୱଂସାବଶେଷ ଭିତରୁ ଜୀବନ୍ତ ଉଦ୍ଧାର କରାଯାଇଥିଲା।Advertisment ଆହୁରି ପଢନ୍ତୁ :Kolkata SRFTI clash: କୋଲକାତା ଫିଲ୍ମ ଇନଷ୍ଟିଚ୍ୟୁଟ୍ରେ ଛାତ୍ର ଓ ଗ୍ରାହକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏହି ଭୟାବହ ଆକ୍ରମଣ ପରଠାରୁ ସୁପ୍ରିମ୍ ଲିଡର୍ ମୋଜତବା ଏକ ଗୁପ୍ତ ସ୍ଥାନକୁ ଚାଲିଯାଇଛନ୍ତି ଏବଂ ତାଙ୍କର କୌଣସି ଅଡିଓ-ଭିଡିଓ ବାର୍ତ୍ତା ସରକାରୀ ସ୍ତରରେ ଜାରି କରାଯାଇନାହିଁ।
ହୈଦରୀଙ୍କ ସୂଚନା ଅନୁଯାୟୀ ରାଷ୍ଟ୍ରୀୟ ସଚିବାଳୟ ଉପରେ ହୋଇଥିବା ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଅନେକ ଗୁପ୍ତ ରିପୋର୍ଟ ଜଳି ପୋଡ଼ି ଛାରଖାର ହୋଇଯାଇଥିଲା।
ଏହାପରେ ସଦସ୍ୟମାନଙ୍କୁ ଏକ ଗୁପ୍ତ କୋଠରିକୁ ଡକାଯାଇ ଚିଠା ପ୍ରକ୍ରିୟାରେ ଭୋଟିଂ କରାଯାଇଥିଲା, ଯେଉଁଠାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କଠୋର ଚେତାବନୀ ସତ୍ତ୍ୱେ ମୋଜତବାଙ୍କୁ ୫୯ଟି ମଧ୍ୟରୁ ୫୦ଟି ଭୋଟ୍ ମିଳିଥିଲା ଏବଂ ଟେଲିଭିଜନରେ ଆନୁଷ୍ଠାନିକ ଘୋଷଣା ପରେ ହିଁ ସେ ନିଜେ ସୁପ୍ରିମ୍ ଲିଡର୍ ହେବା ସମ୍ପର୍କରେ ଜାଣିବାକୁ ପାଇଥିଲେ।
ଆହୁରି ପଢନ୍ତୁ :No Road Access to Village: ରାସ୍ତା ନଥିବାରୁ ୬ କିମି ଦୋଳାରେ ବୁହାହେଲେ ପ୍ରସୂତି ଅପରପକ୍ଷରେ ମୋଜତବା ଖାମେନେଇଙ୍କ ବର୍ତ୍ତମାନର ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଆମେରିକା ଓ ଇରାନ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି।
ଆମେରିକା ଗୁଇନ୍ଦା ସଂସ୍ଥାର ରିପୋର୍ଟ ଆଧାରରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାବି କରିଛନ୍ତି ଯେ ମୋଜତବା ବଞ୍ଚିଛନ୍ତି, କିନ୍ତୁ ସେ ମୁମୂର୍ଷୁ ଅବସ୍ଥାରେ ଅଛନ୍ତି ଏବଂ ତାଙ୍କ ଶରୀରର ବାମ ଭାଗ (ହାତ ଓ ଗୋଡ଼) ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହୋଇଛି।
କିନ୍ତୁ ନିକଟରେ ଜାତିସଂଘ ସାଧାରଣ ସଭାରେ ଯୋଗଦେବାକୁ ଆମେରିକା ଯାଇଥିବା ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ ଫକ୍ସ ନ୍ୟୁଜ୍କୁ କହିଛନ୍ତି ଯେ ଏହି ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ ଅଟେ।
ସେ ନିଜେ ନୂଆ ସୁପ୍ରିମ୍ ଲିଡର୍ଙ୍କ ସହ ୭ ଘଣ୍ଟା ଲମ୍ବା ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଥାଇ ସରକାରୀ ଶାସନ ପରିଚାଳନା କରୁଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।