Son Kills Mother: ନିଶା ପାଇଁ ଟଙ୍କା ମାଗିଲା ପୁଅ, ନଦେବାରୁ ମା’ଙ୍କୁ କୁରାଢ଼ୀରେ ହାଣିଦେଲା!

Sep 24, 2026 - 14:55
Son Kills Mother: ନିଶା ପାଇଁ ଟଙ୍କା ମାଗିଲା ପୁଅ, ନଦେବାରୁ ମା’ଙ୍କୁ କୁରାଢ଼ୀରେ ହାଣିଦେଲା!

ଦିନଦ୍ୱିପ୍ରହରରେ ଘଟିଛି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ। ନିଶା ପାଇଁ ଟଙ୍କା ମାଗିବାକୁ ନେଇ ବିବାଦ ପରେ ଜଣେ ପୁଅ ନିଜ ମା’ଙ୍କୁ କୁରାଢ଼ୀରେ ହତ୍ୟା କରିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ଘଟଣାଟି ଉତ୍ତରପ୍ରଦେଶର ମହୋବା ଜିଲ୍ଲାର କୁଲପହାଡ଼ କୋତୱାଲି ଥାନା ଅଧୀନ ରାୱତପୁରା ଖୁର୍ଦ୍ଦ ଗାଁରେ ଘଟିଛି। ସେପ୍ଟେମ୍ବର ୨୩ ତାରିଖରେ ଏହି ଘଟଣା ଘଟିଥିବା ପୋଲିସ ସୂଚନା ଦେଇଛି।

ନିଶା ପାଇଁ ଟଙ୍କା ମାଗିବାରୁ ବିବାଦ

ପୋଲିସ ଅନୁସାରେ, ମୋହନ ସିଂହ ଯାଦବ ନିଶା ଖାଇବା ପାଇଁ ନିଜ ମା’ଙ୍କୁ ଟଙ୍କା ମାଗିଥିଲେ। ଟଙ୍କା ଦେବାକୁ ନେଇ ମା’-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହି ସମୟରେ ମୋହନ ଘରେ ଥିବା କୁରାଢ଼ୀ ଧରି ମା’ଙ୍କ ଉପରେ ଆକ୍ରମଣ କରିଥିଲା। ଧାରୁଆ ଅସ୍ତ୍ରରେ ଗୁରୁତର ଆହତ ହୋଇ ମହିଳା ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ।

ଘଟଣାଟି ଦିନଦ୍ୱିପ୍ରହରରେ ଘଟିଥିବାରୁ ଖବର ପ୍ରଚାର ହେବା ମାତ୍ରେ ଗାଁରେ ଆତଙ୍କ ଖେଳିଯାଇଥିଲା। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକଙ୍କ ଗହଳି ଜମିଥିଲା।

ଘଟଣାସ୍ଥଳରେ ପହଞ୍ଚିଲା ପୋଲିସ

ଖବର ପାଇ କୁଲପହାଡ଼ କୋତୱାଲି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୋଲିସ ଘଟଣାସ୍ଥଳ ଯାଞ୍ଚ କରିବା ସହ ମୃତଦେହକୁ ଜବତ କରିଥିଲା। ପରେ ଆଇନଗତ ପ୍ରକ୍ରିୟା ଶେଷ କରି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। 

ଅଭିଯୁକ୍ତ ପୋଲିସ ହେପାଜତରେ

ପରିବାର ପକ୍ଷରୁ ଦିଆଯାଇଥିବା ତହରିର ଆଧାରରେ ପୋଲିସ ମୋହନ ସିଂହ ଯାଦବଙ୍କ ବିରୋଧରେ ମାମଲା ରୁଜୁ କରିଛି। ତାଙ୍କୁ ପୋଲିସ ହେପାଜତରେ ନେଇ ପଚରାଉଚରା କରାଯାଉଛି। ଘଟଣା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।