Money Laundering Case: ୧,୪୧୭ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲା: ଇଡି ଦ୍ୱାରା ୨ ମୁଖ୍ୟ ଅଭିଯୁକ୍ତ ଗିରଫ
"ଚେନ୍ନାଇ: କୃଷି ରପ୍ତାନି ବ୍ୟବସାୟରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ପ୍ରାୟ ୩୬,୦୦ରେଜିଷ୍ଟ୍ରଡ୍ ନିବେଶକଙ୍କଠାରୁ ୧,୪୧୭.୮୬ କୋଟି ଟଙ୍କା ଠକେଇ କରିବା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ୨ ଜଣ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଗିରଫ ହୋଇଥିବା ଅଭିଯୁକ୍ତ ଦ୍ୱୟ ହେଲେ ଏସ୍.
ନବୀନ କୁମାର ଓ ଏସ୍.
ମୁଥୁସେଲଭମ୍।
ଗତ ସେପ୍ଟେମ୍ବର ୨୯ ତାରିଖରେ ମନି ଲଣ୍ଡରିଂ ନିରୋଧୀ ଆଇନ (ପିଏମ୍ଏଲ୍ଏ) ଅଧୀନରେ ସେମାନଙ୍କୁ ଗିରଫ କରାଯିବା ପରେ ପିଏମ୍ଏଲ୍ଏ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା, ଯେଉଁଠାରେ କୋର୍ଟ ସେମାନଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହାଜତ (ଜୁଡିସିଆଲ୍ କଷ୍ଟଡି)କୁ ପଠାଇ ଦେଇଛନ୍ତି।Advertisment ଇଡିର ସୂଚନାନୁସାରେ, ତାମିଲନାଡୁର ଇରୋଡ୍ ଜିଲ୍ଲା କ୍ରାଇମ୍ ବ୍ରାଞ୍ଚ ପକ୍ଷରୁ ରୁଜୁ ହୋଇଥିବା ମାମଲା ଆଧାରରେ ଏହି ତଦନ୍ତ ଆରମ୍ଭ ହୋଇଥିଲା।
ଅଭିଯୁକ୍ତମାନେ "ଏମଏସ୍ ୟୁନିକ୍ ଏକ୍ସପୋର୍ଟ" ଓ "ଇଷ୍ଟ୍ ଭ୍ୟାଲି ଆର୍ଗୋ ଫାର୍ମସ୍" ନାମକ ସଂସ୍ଥା ମାଧ୍ୟମରେ "ୟୁଏନ୍ଆଇ", "ଏଫ୍ଏନପି", "ଏଫ୍ଏପି" ଓ "ୟୁଏନ୍ଆର୍" ଭଳି ବିଭିନ୍ନ ପ୍ରଲୋଭନକାରୀ ନିବେଶ ଯୋଜନା ଚଲାଉଥିଲେ।
କୃଷିଜାତ ଦ୍ରବ୍ୟ ରପ୍ତାନିରୁ ଅଧିକ ଲାଭ ମିଳୁଥିବା କହି ସେମାନେ ୩୫,୭୫୯ ଜଣ ନିବେଶକଙ୍କଠାରୁ ବିପୁଳ ପରିମାଣର ଅର୍ଥ ସଂଗ୍ରହ କରିଥିଲେ।
ମାତ୍ର ଆର୍ଥିକ ଯାଞ୍ଚରୁ ଜଣାପଡ଼ିଛି ଯେ, ଏହି କମ୍ପାନୀଗୁଡ଼ିକ ପ୍ରକୃତରେ କୌଣସି ରପ୍ତାନି ବ୍ୟବସାୟ କରୁନଥିଲେ ଏବଂ ଏହା କେବଳ ଲୋକଙ୍କୁ ଠକିବା ପାଇଁ ଏକ ଜାଲ୍ ବିଛାଯାଇଥିଲା।
ତଦନ୍ତରୁ ଆହୁରି ସ୍ପଷ୍ଟ ହୋଇଛି ଯେ, ନିବେଶକଙ୍କ ୭୧୯ କୋଟିରୁ ଅଧିକ ଟଙ୍କା ୧୦୦ରୁ ଉର୍ଦ୍ଧ୍ୱ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ, ସହଯୋଗୀ ସଂସ୍ଥା, ପରିବାର ସଦସ୍ୟ ଏବଂ ନିକଟତର ଲୋକଙ୍କ ଆକାଉଣ୍ଟକୁ ପଠାଯାଇଥିଲା।
ଏହି ପୁରା ଠକେଇର ମୁଖ୍ୟ ନାୟକ ନବୀନ କୁମାର ନିଜେ ସମସ୍ତ ବ୍ୟାଙ୍କିଙ୍ଗ କାରବାର ନିୟନ୍ତ୍ରଣ କରୁଥିଲେ।
କମ୍ପାନୀରେ କେବଳ ୪ ଜଣ କର୍ମଚାରୀ ଥିବା ସତ୍ତ୍ୱେ ୩୯୦.୯୦ କୋଟି ଟଙ୍କା ମିଛରେ ଦରମା ବାବଦରେ ଦିଆଯାଇଥିବା ଦେଖାଯାଇଥିଲା ଏବଂ କୌଣସି ପ୍ରକୃତ କାରବାର ବିନା ୭୯.୫୬ କୋଟି ଟଙ୍କାର ପିଆଜ ଓ ଅନ୍ୟାନ୍ୟ କୃଷି ଦ୍ରବ୍ୟ କିଣାଯାଇଥିବା ଦର୍ଶାଯାଇଥିଲା।
ଅନ୍ୟପକ୍ଷରେ, ଅନ୍ୟଜଣ ଅଭିଯୁକ୍ତ ମୁଥୁସେଲଭମ୍ ମାତ୍ର ୪୨.୧୦ ଲକ୍ଷ ଟଙ୍କା ନିବେଶ କରି କମିଶନ୍, ରେଫରାଲ୍ ବୋନସ୍ ଓ ରିଟର୍ଣ୍ଣ ଆକାରରେ ୧୨.୭୨ କୋଟି ଟଙ୍କା ହଡ଼ପ କରିଥିଲେ।
ଗତ ଜୁନ୍ ମାସରେ ଇଡି ପକ୍ଷରୁ ୯ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ଏବେ ଅଧିକ ତଦନ୍ତ ଓ ସମ୍ପତ୍ତି ବାଜ୍ୟାପ୍ତ ପ୍ରକ୍ରିୟା ଜାରି ରହିଛି।
Gandhi: ବାପୁଜୀଙ୍କ ଜନ୍ମଦିନରେ ମନେ ପଡ଼େ ୧୯୮୨ ମସିହାରେ ମୁକ୍ତିପ୍ରାପ୍ତ "ଗାନ୍ଧୀ" "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।