Movement: ଚଳନ୍ତିକା: ନିଦ ଭାଙ୍ଗେ କମ୍ପନ, ଶବ୍ଦ ଭାଙ୍ଗେ ସପନ
"ରେଳ ଧାରଣାଠାରୁ ମାତ୍ର ୩୦ରୁ ୩୫ ଫୁଟ୍ ଦୂରରେ ତାଙ୍କ ଘର।
ଦିନରାତି ଟ୍ରେନ୍ ଯାତାୟାତର ବିକଟଶବ୍ଦ ସାଙ୍ଗକୁ ଘର ଭିତରେ ଅନୁଭୂତ ହୋଇଥାଏ କମ୍ପନ।
ଭୁବନେଶ୍ୱର ଭିଏସ୍ଏସ୍ ନଗରରେ ଦୀର୍ଘ ୧୮ ବର୍ଷ ଧରି ଏଭଳି ପରିବେଶରେ ରହି ଆସୁଛନ୍ତି ସାହିତ୍ୟିକ ଶତ୍ରୁଜିତ୍।
ରେଳ ଧାରଣା ନିକଟରେ ଘର ହୋଇଥିବାରୁ ପ୍ରତିଦିନ ନାନା ସମସ୍ୟା ସେ ଭୋଗ କରୁଛନ୍ତି।Advertisment Narendra Modi: "ବିକଶିତ ଭାରତ" ଓ "ୟଙ୍ଗି ଉଜବେକିସ୍ତାନ"ର ସମାନ ଦୃଷ୍ଟିକୋଣକୁ ଆଗେଇ ନେବା ନେଇ ମୁଁ ଆଶାବାଦୀ: ମୋଦୀ ତାଙ୍କ କହିବାନୁସାରେ, ""ପ୍ରାୟ ପ୍ରତି ୧୦ରୁ ୧୫ ମିନିଟ୍ ଅନ୍ତରରେ ଏହି ଆମ ଘର ସାମ୍ନା ଦେଇ ଟ୍ରେନ୍ ଯାତାୟାତ କରିଥାଏ।
ଟ୍ରେନ୍ ଯିବା ସମୟରେ ଘର ଭିତରେ କମ୍ପନ ଅନୁଭୂତ ହୁଏ।
ଏହାର ପ୍ରଭାବରେ ଘରର କାନ୍ଥ ଫାଟିବା ସହ ବେଳେବେଳେ ପ୍ଲାଷ୍ଟର ଖଣ୍ଡ ଖଣ୍ଡ ହୋଇ ଖସିପଡ଼ିଥାଏ।
ଦୀର୍ଘଦିନ ଧରି ଏଠାରେ ରହୁଥିବାରୁ ପରିବାର ଲୋକଙ୍କର ଟ୍ରେନ୍ ଶବ୍ଦ ସହ ଶୋଇବାର ଅଭ୍ୟାସ ହୋଇଗଲାଣି।
ହେଲେ ଘରକୁ ଅତିଥି ଆସିଲେ ସେମାନେ ରାତିରେ ଠିକ୍ ଭାବେ ଶୋଇପାରନ୍ତି ନାହିଁ।
କେବଳ ନିଦ ନୁହେଁ, ଟ୍ରେନ୍ ଶବ୍ଦ ଯୋଗୁଁ ପିଲାଙ୍କ ପାଠପଢ଼ା, ଫୋନ୍ରେ କଥାବାର୍ତ୍ତା ଭଳି ଦୈନନ୍ଦିନ କାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହୁଏ।
ବିଶେଷକରି ରୋଗୀ, ବୟସ୍କ, ଛୋଟପିଲା ଓ ହୃଦ୍ରୋଗୀଙ୍କ ପାଇଁ ଟ୍ରେନ୍ ଶବ୍ଦ ଉଭୟ ମାନସିକ ଓ ଶାରୀରିକ ସମସ୍ୟା ସୃଷ୍ଟି କରିଥାଏ।
ରେଳ ଶବ୍ଦର ସମସ୍ୟା ଏତେ ଅଧିକ ଯେ, ମୋର ଅନେକ ପଡ଼ୋଶୀ ନିଜ ଘର ଛାଡ଼ି ଅନ୍ୟତ୍ର ଭଡ଼ା ନେଇ ରହୁଛନ୍ତି।
ଶବ୍ଦ ଓ କମ୍ପନରୁ ମୁକ୍ତି ପାଇବା ପାଇଁ ସେମାନଙ୍କୁ ଅନ୍ୟତ୍ର ରହିବାକୁ ପଡୁଛି।"" Weekly Horoscope 2026 August 30 to September 05: ଜାଣନ୍ତୁ ଏ ସପ୍ତାହର ରାଶିଫଳ...
ଏହାଛଡ଼ା ତାଙ୍କ ଘର ଦୁଆରେ ଥିବା ସିଗ୍ନାଲିଂ ପୋଲ୍ ମଧ୍ୟ ଅନ୍ୟ ଏକ ସମସ୍ୟାର କାରଣ।
ବେଳେବେଳେ ସିଗ୍ନାଲ୍ ପାଇଁ ଟ୍ରେନ୍ ଦୀର୍ଘ ସମୟ ଧରି ସେଠାରେ ଅଟକି ରହେ।
ଏହି ସମୟରେ ଇଞ୍ଜିନ୍ର ଶବ୍ଦ ଚାଲୁ ରହୁଥିବାରୁ ପରିବେଶ ଆହୁରି ଅସହ୍ୟ ହୋଇପଡ଼େ ବୋଲି ସେ କହନ୍ତି।
ରେଳ ଧାରଣା ନିକଟରେ ରହୁଥିବା ଲୋକଙ୍କ ପାଇଁ ଟ୍ରେନ୍ର ଶବ୍ଦ ଏକ ସାଧାରଣ ଦୃଶ୍ୟ ହୋଇଯାଇଥିଲେ ମଧ୍ୟ, ଏହାର ପ୍ରଭାବ ସେମାନଙ୍କ ଦୈନନ୍ଦିନ ଜୀବନର ବିଭିନ୍ନ ଦିଗକୁ ଛୁଇଁଯାଉଛି।
ତାଙ୍କର ଅନୁଭୂତି ଏହି ସମସ୍ୟାର ଏକ ବାସ୍ତବ ଚିତ୍ର ସାମ୍ନାକୁ ଆଣୁଛି।କେବଳ ଶତ୍ରୁଜିତ୍ କାହିଁକି, ଭାରତବର୍ଷରେ ଲକ୍ଷ ଲକ୍ଷ ଲୋକ ଏଭଳି ସମସ୍ୟାର ସାମ୍ନା କରୁଛନ୍ତି।
ରେଳ ଧାରଣା ନିକଟରେ ରହୁଥିବା ଲୋକଙ୍କ ପାଇଁ ଟ୍ରେନ୍ର ଶବ୍ଦ ଓ କମ୍ପନ ଦୈନନ୍ଦିନ ଜୀବନର ଏକ ସମସ୍ୟା ପାଲଟିଛି।
ବର୍ଷ ବର୍ଷ ଧରି ଏଭଳି ଅଧିକ ଶବ୍ଦର ସମ୍ପର୍କରେ ରହିବା ନିଦ ଓ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ବୋଲି ନିକଟରେ ଦିଲ୍ଲୀରେ ହୋଇଥିବା ଏକ ଗବେଷଣା ଏବେ ଚିନ୍ତା ବଢ଼ାଇଛି।
୨୦୨୪ ମସିହାରେ ଦିଲ୍ଲୀ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି (ଡିଟିୟୁ)ର ଗବେଷକମାନେ ଦିଲ୍ଲୀର ରେଳ ଷ୍ଟେସନ୍ ନିକଟସ୍ଥ ୧୦ଟି ସ୍ଥାନରେ ଅଧ୍ୟୟନ କରିଥିଲେ।
ଏଠାରେ ଶବ୍ଦ ଓ କମ୍ପନର ସ୍ତର ନିର୍ଦ୍ଧାରିତ ମାନଠାରୁ ଅଧିକ ଥିବା ଜଣାପଡ଼ିଥିଲା।
ଅଧ୍ୟୟନରେ ସାମିଲ ଲୋକଙ୍କ ମଧ୍ୟରେ ନିଦ ବ୍ୟାହତ ହେବା ଏକ ପ୍ରମୁଖ ଅଭିଯୋଗ ଥିଲା।
ଗବେଷକଙ୍କ ମତରେ, ରେଳ ଶବ୍ଦ ଦ୍ବାରା ଉଚ୍ଚ ରକ୍ତଚାପ, ହୃଦ୍ରୋଗ କିମ୍ବା ମାନସିକ ସ୍ୱାସ୍ଥ୍ୟ ସମସ୍ୟାଗୁଡ଼ିକ ଉପୁଜିପାରେ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ଗାଇଡ୍ଲାଇନ୍ରେ ବି ଉଲ୍ଲେଖ ଅଛି।
ଶିଶୁମାନଙ୍କ କ୍ଷେତ୍ରରେ ଏହା ସ୍ମୃତି, ବୁଝିବା କ୍ଷମତା ଓ ଏକାଗ୍ରତା ଉପରେ ମଧ୍ୟ କୁପ୍ରଭାବ ପକାଇପାରେ।
Protest: ଭଦ୍ରକ ଜିଲ୍ଲା ଟ୍ରକ୍ ଟିପର ମାଲିକ ସଂଘର ଧାରଣାକୁ ମାସେ ବିତିଲା, ଶୁଣିଲାନି ପ୍ରଶାସନ ଶବ୍ଦ ନିୟନ୍ତ୍ରଣ ପାଇଁ ରେଳବାଇ ପକ୍ଷରୁ ଲଙ୍ଗ୍-ୱେଲ୍ଡେଡ୍ ରେଳ ଧାରଣା, ରେଳ ଗ୍ରାଇଣ୍ଡିଂ, ଉନ୍ନତ ବ୍ରେକିଂ ସାମଗ୍ରୀ ଓ ଭିତ୍ତିଭୂମିର ଉନ୍ନତ ରକ୍ଷଣାବେକ୍ଷଣ ଭଳି ପଦକ୍ଷେପ ନିଆଯାଇଛି।
ଆଗକୁ ରେଳ ଧାରଣା ନିକଟରେ ରହୁଥିବା ଲୋକଙ୍କ ଅନୁଭୂତିକୁ ଭିତ୍ତିକରି ଅଧିକ ଗବେଷଣା ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି।
କେବଳ ଶବ୍ଦ ନୁହେଁ, ରେଳ ଚଳାଚଳ ସମୟରେ ସୃଷ୍ଟି ହେଉଥିବା କମ୍ପନ ମଧ୍ୟ ରେଳ ଧାରଣା ନିକଟରେ ରହୁଥିବା ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।
ତେଣୁ ଗବେଷକମାନେ କେବଳ ଶବ୍ଦର ତୀବ୍ରତା ନୁହେଁ, ଟ୍ରେନ୍ କେତେଥର ଯାଉଛି, କେଉଁ ସମୟରେ ଯାଉଛି ଏବଂ ଏହା ଲୋକଙ୍କ ନିଦ ଓ ଦୈନନ୍ଦିନ ଜୀବନକୁ କିପରି ପ୍ରଭାବିତ କରୁଛି, ତାହା ମଧ୍ୟ ବିଚାର କରିବେ।ଉଲ୍ଲେଖଯୋଗ୍ୟ, ଭାରତୀୟ ରେଳ ନେଟ୍ୱର୍କରେ ପ୍ରତିଦିନ ପ୍ରାୟ ୨୫ ହଜାର ଟ୍ରେନ୍ ଚଳାଚଳ କରୁଛି।
ସେଥିମଧ୍ୟରୁ ୧୩ ହଜାରରୁ ୧୩,୫୦୦ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରୁଥିବା ବେଳେ ପ୍ରାୟ ୧୧,୫୦୦ରୁ ୧୨ ହଜାର ମାଲବାହୀ ଟ୍ରେନ୍ ଚଳାଚଳ କରୁଛି।
ଏହି ବିଶାଳ ରେଳ ନେଟ୍ୱର୍କ ଦେଶର ୭,୩୦୦ରୁ ଅଧିକ ଷ୍ଟେସନ୍କୁ ଯୋଡ଼ିବା ସହ ପ୍ରତିଦିନ ୨ରୁ ୨.୪ କୋଟିରୁ ଅଧିକ ଯାତ୍ରୀଙ୍କୁ ନବାଆଣିବା କରୁଛି।
ଏତେ ବିପୁଳ ସଂଖ୍ୟକ ଟ୍ରେନ୍ ଚଳାଚଳ କରୁଥିବାରୁ ରେଳ ଧାରଣା ନିକଟରେ ରହୁଥିବା ଲୋକଙ୍କ ପାଇଁ ଟ୍ରେନ୍ ଶବ୍ଦ ମଧ୍ୟ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ପାଲଟିଛି।
ଏହି କାରଣରୁ ରେଳ ଶବ୍ଦର ପ୍ରଭାବକୁ ନେଇ ଅଧିକ ଗବେଷଣା ଓ ନିୟମିତ ନିରୀକ୍ଷଣର ଆବଶ୍ୟକତା ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।