ନୋଟିସ୍‌ ବିରୋଧରେ ଏକାଠି ହେଲେ ବିଭିନ୍ନ ସଂଗଠନ: ଆବାସିକ ଘରେ ବ୍ୟବସାୟିକ ପ୍ରତିଷ୍ଠାନ ଚାଲିଥିବା ପ୍ରସଙ୍ଗ

Aug 30, 2026 - 05:46
ନୋଟିସ୍‌ ବିରୋଧରେ ଏକାଠି ହେଲେ ବିଭିନ୍ନ ସଂଗଠନ: ଆବାସିକ ଘରେ ବ୍ୟବସାୟିକ ପ୍ରତିଷ୍ଠାନ ଚାଲିଥିବା ପ୍ରସଙ୍ଗ

"ଭୁବନେଶ୍ୱର: ଆବାସିକ ଘରେ ଚାଲିଥିବା ବ୍ୟବସାୟିକ ପ୍ରତିଷ୍ଠାନକୁ ଭାଙ୍ଗିବାକୁ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଭୁବନେଶ୍ବର ମହାନଗର ନିଗମ ଏଭଳି ପ୍ରାୟ ୫ ହଜାର ଘର ଚିହ୍ନଟ କରିଛି।

ସମସ୍ତଙ୍କୁ କାରଣଦର୍ଶାଅ ନୋଟିସ୍‌ ଜାରି କରାଯାଇଛି।

ଅନେକ ଘର ବି ଭାଙ୍ଗିବାକୁ ଚିଠି କରାଯାଇଛି।

ଭୁବନେଶ୍ବର ମହାନଗର ନିଗମର ଏହି ନୋଟିସ୍‌ ବିରୋଧରେ ଆଜି ଭୁବନେଶ୍ବରର ବିଭିନ୍ନ ସଂଗଠନର କାର୍ଯ୍ୟକର୍ତ୍ତାମାନେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପଢ଼ୀଙ୍କୁ ଭେଟିଛନ୍ତି।

ନୋଟିସ୍‌ ନାଁରେ ନାଗରିକଙ୍କୁ ଆତଙ୍କିତ ନ କରି ୨୦୨୫ ଗେଜେଟ୍ ବିଜ୍ଞପ୍ତି ଅଧୀନରେ ସବୁକୁ ନିୟମିତ କରିବାକୁ ଦାବି କରିଛନ୍ତି।

Advertisment Neglect: ନବରଂଗପୁର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ବିଦ୍ୟୁତ ସଂଯୋଗ କଟିଲେ ସବୁ ଅନ୍ଧାର ଆଜି ଆମେ ଭୁବନେଶ୍ୱରିଆ, ଭୁବନେଶ୍ୱର ଉନ୍ନୟନ ପରିଷଦ, ଆବାସିକ କଲ୍ୟାଣ ସମିତି, ହାଉସିଂ ସୋସାଇଟି ଓ ଛୋଟ ବ୍ୟବସାୟୀଙ୍କ ଏକ ପ୍ରତିନିଧିମଣ୍ଡଳୀ ଶ୍ରୀମତୀ ପାଢ଼ୀଙ୍କୁ ଭେଟିଛନ୍ତି।

ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ଆମେ ଭୁବନେଶ୍ୱରିଆର ସଭାପତି ବିଜୟ ପଟ୍ଟନାୟକଙ୍କ ନେତୃତ୍ୱରେ ଆବାହକ ବାସୁଦେବ ଭଟ୍ଟ, ସମ୍ପାଦକ ପ୍ରଣବ ସ୍ୱାଇଁ, ମୁଖ୍ୟ ସଂଯୋଜକ ସଞ୍ଜୟ ଦାସ, ସଦସ୍ୟ କୈଳାସ ମହାପାତ୍ର, ପ୍ରଦ୍ୟୁମ୍ନ ଦାସ, ନାରାୟଣ ମହାପାତ୍ର, ନିଶିଥ ନନ୍ଦ ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧିମଣ୍ଡଳୀ ଆଲୋଚନାରେ ଉପସ୍ଥିତ ଥିଲେ।

ପ୍ରତିନିଧିମଣ୍ଡଳୀ ଅଭିଯୋଗ କରିଛନ୍ତି, ଭୁବନେଶ୍ବର ମହାନଗର ନିଗମର ପତ୍ର ସଂଖ୍ୟା ୪୫୩୦୮, ୪୫୧୦୮, ୪୫୨୭୫/୩୧.୦୭.୨୦୨୬ ଓ ୪୫୦୭୭/୩୦.୦୭.୨୦୨୬ ଜରିଆରେ ବାଣିଜ୍ୟିକ ନକ୍ସା ଓ ହୋଲ୍ଡିଂ ପ୍ରମାଣପତ୍ର ନଦେଲେ ଘର ସିଲ୍‌ କିମ୍ବା ଭାଙ୍ଗିବାକୁ କହିଛି।

କେତେକ ଦୋକାନକୁ ଶୁଣାଣି ବିନା ସିଲ୍‌ କରାଯାଇଛି।

Neglect: ରେଳ ଲାଇନ୍‌ରେ ଅଟକିଛି ଛଅ ଗାଁର ଜୀବନଯାତ୍ରା!

ସୁପ୍ରିମ୍‌କୋର୍ଟଙ୍କ ଆଦେଶକୁ ଆମେ ସମ୍ମାନ ଦେଉଛୁ, କିନ୍ତୁ ଭୁବନେଶ୍ବର ମହାନଗର ନିଗମର ଏହି ନୋଟିସ୍‌ ରାଜ୍ୟ ସରକାରଙ୍କ ୧୫ ନଭେମ୍ବର ୨୦୨୫ ଗେଜେଟ୍‌ର ବିରୋଧୀ।

ସିଲ୍‌, ଭାଙ୍ଗିବା, ବିଦ୍ୟୁତ୍, ଜଳ ବିଚ୍ଛିନ୍ନ ପରି ଅତ୍ୟଧିକ ଚାପ ତୁରନ୍ତ ସ୍ଥଗିତ ରଖିବା, ଗେଜେଟ୍ ବିଜ୍ଞପ୍ତି-୨୦୨୫ ଅନୁସାରେ ଅନୁମୋଦିତ ୨୩ଟି ବ୍ୟବହାରର ଯାଞ୍ଚ କରିବା, କାଗଜପତ୍ର ଦାଖଲ ପାଇଁ ୬ ମାସ ସମୟ ଦେବା, ସର୍ବକ୍ଷମା ଯୋଜନାରେ ନିୟମିତକରଣ ପାଇଁ ପ୍ରତିନିଧିମଣ୍ଡଳୀ ଦାବି କରିଛନ୍ତି।

ଶ୍ରୀମତୀ ପାଢ଼ୀ ଏ ଉପରେ ଏକ ପରାମର୍ଶ ବୈଠକ ଡାକିବାକୁ ସହମତି ଜଣାଇଥିବା ପ୍ରତିନିଧିମଣ୍ଡଳୀ କହିଛନ୍ତି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।