Murder: ମଣିପୁରରେ ପୁଣି ୨ ଜଣଙ୍କୁ ଗୁଳି କରି ହତ୍ୟା
"ଇମ୍ଫାଲ: ମଣିପୁରରେ ହିଂସା ଦିନକୁ ଦିନ ଅତି ଉଗ୍ର ରୂପ ନେବାରେ ଲାଗିଛି।
ପୁଣି ୨ ଜଣଙ୍କୁ ଗୁଳିକରି ହତ୍ୟା ପରେ ସ୍ଥିତି ସାଂଘାତିକ ହୋଇଛି।
ମଣିପୁର ସେନାପତି ଜିଲ୍ଲାର କେଲେଜାଙ୍ଗ ଗ୍ରାମରେ ୨ ଜଣ ନାଗରିକଙ୍କୁ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିବା ଜଣାପଡ଼ିଛି।
Advertisment ଭାରତ-ମିଆଁମାର ସୀମାନ୍ତ ଜିଲ୍ଲାରେ ୪ ଜଣ ତଙ୍ଗଖୁଲ ନାଗାଙ୍କୁ ହତ୍ୟା ଘଟଣାର ଦିନକ ପରେ ଏହି ଘଟଣା ଘଟିଛି।
ଅଧିକାରୀଙ୍କ ଅନୁଯାୟୀ ସେନାପତି ଜିଲ୍ଲାର କେଲେଜଙ୍ଗ ଗ୍ରାମରେ ଆଜି ଅପରାହ୍ନ ପ୍ରାୟ ୨.୪୫ ସମୟରେ ଏହି ଘଟଣା ଘଟିଛି।
ମୃତକମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନେ ହେଉଛନ୍ତି ମାଓ ଚାଓୱେନାମାର ରକି ଏବଂ ପୌମୀ ଲାଇ ଶିରାଫି ଗ୍ରାମର କୁମାର।
IIT Bombay: ଆଇଆଇଟି ବମ୍ବେ ଛାତ୍ରଙ୍କ ଆତ୍ମହତ୍ୟା ଘଟଣା: ବାପା-ମା"ଙ୍କ ଆମରଣ ଅନଶନ କାମଜଙ୍ଗ ଜିଲ୍ଲାର ପିଲଙ୍ଗ ଗ୍ରାମରେ ୪ ନାଗା ନାଗରିକଙ୍କୁ ଗୁଳିକରି ହତ୍ୟା କରାଯିବାର ଦିନକ ପରେ ଏହି ଘଟଣା ଘଟିଛି।
ଉଲ୍ଲେଖଯୋଗ୍ୟ, ନାଗା ସର୍ବୋଚ୍ଚ ସଂସ୍ଥା ୟୁଏନ୍ସି ( ୟୁନାଇଟେଡ୍ ନାଗା କାଉନସିଲ୍) ସେପ୍ଟେମ୍ବର ୨୬ ସନ୍ଧ୍ୟା ୬ ପରଠାରୁ ସମସ୍ତ ଜାତୀୟ ରାଜପଥରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ହୋଇଥିବା ଆର୍ଥିକ କଟକଣା ଉଠାଇବାପାଇଁ ଘୋଷଣା କରିବାର କିଛି ଘଣ୍ଟା ପରେ ଏହି ହତ୍ୟାକାଣ୍ଡ ଘଟିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।