Murder: ମୁମ୍ବାଇରେ ପରିବାରକୁ ହତ୍ୟା କରି ଜୀବନ ହାରିଲେ ନୌସେନା କର୍ମଚାରୀ

Aug 18, 2026 - 20:08
Murder: ମୁମ୍ବାଇରେ ପରିବାରକୁ ହତ୍ୟା କରି ଜୀବନ ହାରିଲେ ନୌସେନା କର୍ମଚାରୀ

"ମୁମ୍ବାଇ: ଦକ୍ଷିଣ ମୁମ୍ବାଇର ନେଭି ନଗର ଅଞ୍ଚଳରେ ଜଣେ ଭାରତୀୟ ନୌସେନା କର୍ମଚାରୀ ଓ ତାଙ୍କ ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

୩୦ ବର୍ଷୀୟ ପୂରଣମଲ ଶମ୍ଭୁଲାଲ ମେହରାଙ୍କୁ ଶନିବାର ତାଙ୍କ ଆବାସିକ କ୍ବାର୍ଟରରେ ମୃତ ଅବସ୍ଥାରେ ଦେଖିବାକୁ ମିଳିଥିଲା।

ତାଙ୍କ ୨୮ ବର୍ଷୀୟା ପତ୍ନୀ ଓମା, ୩ ବର୍ଷର ପୁଅ ୟଶ ଓ ୨ ମାସର ଶିଶୁ ମଧ୍ୟ ସେଠାରେ ମୃତ ଅବସ୍ଥାରେ ମିଳିଥିଲେ।

ପ୍ରାଥମିକ ତଦନ୍ତରେ ଏହା ପରିବାରକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କରିବା ଘଟଣା ହୋଇଥାଇପାରେ ବୋଲି ପୁଲିସ ସନ୍ଦେହ କରୁଛି।Advertisment ତଦନ୍ତକାରୀଙ୍କ ସୂତ୍ର ଅନୁସାରେ, ଅଗଷ୍ଟ ୧୪ ରାତି ପ୍ରାୟ ୧୧ଟା ସମୟରେ ରାଜସ୍ଥାନର ମୂଳ ବାସିନ୍ଦା ପୂରଣମଲ ତାଙ୍କ ମା"ଙ୍କୁ ହ୍ବାଟ୍‌ସଆପ୍‌ରେ ଏକ ମେସେଜ୍‌ ପଠାଇଥିଲେ।

ଏଥିରେ ସେ "ଆସ, ଆମ ମଲା ଶରୀରଗୁଡ଼ିକ ‌ନେଇଯାଅ" ବୋଲି ଲେଖିଥିଲେ।

ପରଦିନ ସକାଳେ ମା" ମେସେଜ୍‌ଟି ଦେଖି ତାଙ୍କୁ ଫୋନ୍‌ କରିଥିଲେ।

ଫୋନ୍‌ରେ ଯୋଗାଯୋଗ ନ ହେବାରୁ ପୂରଣମଲଙ୍କ ବାପା ଶମ୍ଭୁଲାଲ ମେହରା ନୌସେନା କଣ୍ଟ୍ରୋଲ୍‌ ରୁମ୍‌କୁ ସୂଚନା ଦେଇଥିଲେ।

ଏହାପରେ ତାଙ୍କ ଆବାସକୁ ଯାଇ ଚାରିଜଣଙ୍କୁ ମୃତ ଅବସ୍ଥାରେ ଠାବ କରାଯାଇଥିଲା।

ଘଟଣାର ତଦନ୍ତ ବେଳେ ପୂରଣମଲ ଓ ତାଙ୍କ ପତ୍ନୀଙ୍କ ମୋବାଇଲ୍‌ ଫୋନ୍‌ର ତଥ୍ୟ ହଟାଯାଇଥିବା ଜଣାପଡ଼ିଛି।

ଡିଲିଟ୍‌ ହୋଇଥିବା ତଥ୍ୟ ଉଦ୍ଧାର ପାଇଁ ପୁଲିସ ସାଇବର ବିଶେଷଜ୍ଞଙ୍କ ସହାୟତା ନେଉଛି।

ଏହା ସହ ଘଟଣାର ପ୍ରକୃତ କାରଣ ଓ ପୂରା ଘଟଣାକ୍ରମ ଜାଣିବା ପାଇଁ ପୁଲିସ ପରିଚିତ ବ୍ୟକ୍ତି, ସହକର୍ମୀ ଓ ପଡ଼ୋଶୀଙ୍କ ବୟାନ ରେକର୍ଡ କରିବ।

ପ୍ରାଥମିକ ତଦନ୍ତରେ ପୂରଣମଲ ପରିବାର ଓ ଆର୍ଥିକ ସମସ୍ୟାକୁ ନେଇ ଚାପରେ ଥିବା ଏବଂ ମୁମ୍ବାଇର ଏକ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

ଅକାଳରେ ଝଡ଼ି ପଡ଼ିଲେ ଓଡ଼ିଆ ନୌସେନା କର୍ମଚାରୀ ବିବାହର ୪ ବର୍ଷ ମଧ୍ୟରେ ପୂରଣମଲ ଓ ଓମାଙ୍କ ମଧ୍ୟରେ ବାରମ୍ବାର ବିବାଦ ହେଉଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି।

ଘଟଣାର କିଛି ଦିନ ପୂର୍ବରୁ ପୂରଣମଲଙ୍କ ବାପା ମୁମ୍ବାଇ ଆସି ତାଙ୍କୁ ପରିବାର ସହ ଘରକୁ ଫେରିଯିବାକୁ କହିଥିଲେ।

କିନ୍ତୁ ପୂରଣମଲ ରାଜି ହୋଇନଥିଲେ ଏବଂ ପରେ ଦୁହିଁଙ୍କ ମଧ୍ୟରେ ଫୋନ୍‌ରେ ତୀବ୍ର ଯୁକ୍ତିତର୍କ ହୋଇଥିବା ସୂଚନା ମିଳିଛି।

ପରିବାରର ମୃତ୍ୟୁ ପଛରେ ପ୍ରକୃତ କାରଣ କ"ଣ ଥିଲା, ତାହା ଜାଣିବାକୁ ପୁଲିସ ତଦନ୍ତ କରୁଛି।

ଫରେନ୍ସିକ୍‌ ରିପୋର୍ଟକୁ ମଧ୍ୟ ଅପେକ୍ଷା କରାଯାଇଛି।

ଭାରତୀୟ ନୌସେନା ଏହି ଘଟଣାକୁ ଦୁଃଖଦ ବୋଲି କହିବା ସହ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଥିବା କହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।