MV Ocean Winner Sinking: MV ଓସନ ୱିନର ଜାହାଜ ବୁଡ଼ି ଘଟଣାର ତନାଘନା, ବୋଝେଇ ହୋଇଥିବା ଲୁହାପଥର ଗୁଣ୍ଡ ନେଇ ତଦନ୍ତ
ଏମଭି ଓସନ ୱିନର ଜାହାଜ ବୁଡି ଘଟଣାର ଚାଲିଛି ଜୋରଦାର ତନାଘନା। ପାରାଦୀପରେ ଖୋଳତାଡ଼ କରୁଛନ୍ତି DG ସିପିଂ ଓ MMD ବିଭାଗ। ଦିଲ୍ଲୀରୁ ଆସିଥିବା MMDର ଏହି ଟିମ୍ ଜାହାଜ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି । ବୋଝେଇ ହୋଇଥିବା ଲୁହାପଥର ଗୁଣ୍ଡ ନେଇ ମଧ୍ୟ ତଦନ୍ତ ହେଉଛି। ପାଣିମିଶା ଲୁହାପଥର ଗୁଣ୍ଡ ଯୋଗୁଁ ଜାହାଜଟି ଗୋଟିଏ ପଟକୁ ଢଳି ବୁଡ଼ିଥିବା ଅଭିଯୋଗ ରହିଛି।
ଏହି ଅଭିଯୋଗର ସତ୍ୟତା ନେଇ ଚାଲିଛି ଛାନଭିନ। ତେବେ ଜାହାଜ ବୁଡ଼ିବା ପାଇଁ ଦାୟୀ କିଏ? କାହାର ଅବହେଳା ଓ ଦାୟିତ୍ୱହୀନତା ଯୋଗୁଁ ଘଟିଲା ଏଭଳି ଅଘଟଣ? ଏହା ପଛରେ ଦୁର୍ନୀତି କିମ୍ବା ଲାଭଖୋର ମନୋଭାବ ରହିଛି କି? ତାହା ମଧ୍ୟ ତଦନ୍ତର ପରିସରରେ ରହିଛି। ପାରାଦୀପ ପୋର୍ଟ ଚେୟାରମ୍ୟାନ କହିଛନ୍ତି ଯେ ଘଟଣାର ତଦନ୍ତ ଚାଲିଛି, ରିପୋର୍ଟ ଆଧାରରେ DG ସିପିଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।...
ପାରାଦୀପରେ MMDର ତନାଘନା
MV ଓସେନ ୱିନର ଜାହାଜ ବୁଡ଼ି ଘଟଣାର ତନାଘନା
DG ସିପିଂ ଓ MMD ବିଭାଗର ପାରାଦୀପରେ ଖୋଳତାଡ଼
ଦିଲ୍ଲୀରୁ MMDର ଏକ ଟିମ୍ ପାରାଦୀପରେ ପହଞ୍ଚିଛନ୍ତି
ଜାହାଜ ସମ୍ପର୍କରେ ଚାଲିଛି ତଥ୍ୟ ସଂଗ୍ରହ
ବୋଝେଇ ହୋଇଥିବା ଲୁହାପଥର ଗୁଣ୍ଡ ନେଇ ମଧ୍ୟ ତଦନ୍ତ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।