Nana Patekar: ଅଭିନୟର ଅନନ୍ୟ ମହାନାୟକ ନାନା ପାଟେକର: ୧୯୫୧-୨୦୨୬
"ଭାରତୀୟ ସିନେମା ଜଗତର ପ୍ରଭାବଶାଳୀ ବ୍ୟକ୍ତିତ୍ୱ ନାନା ପାଟେକରଙ୍କ ଜୀବନଦୀପ ନିର୍ବାପିତ ହୋଇଯାଇଛି।
ଗୁରୁବାର ୭୫ ବର୍ଷ ବୟସରେ ଗୋଆସ୍ଥିତ ନିଜ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ନିଜର ଗମ୍ଭୀର କଣ୍ଠସ୍ୱର, ଅବିସ୍ମରଣୀୟ ଭାବପ୍ରକାଶ ଏବଂ ସଂଳାପ କହିବାର ସ୍ୱତନ୍ତ୍ର ଶୈଳୀ ପାଇଁ ସେ କ୍ରମାଗତ ୫ ଦଶନ୍ଧି ଧରି କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ରହିଛନ୍ତି।
ସେ କେବଳ ରୂପେଲି ପରଦାର ଜଣେ କଳାକାର ନଥିଲେ, ବରଂ ବାସ୍ତବ ଜୀବନରେ ଗରିବ ଓ ମରୁଡ଼ି ପ୍ରପୀଡ଼ିତ ଚାଷୀଙ୍କ ପାଇଁ ଥିଲେ ଜଣେ ଦେବଦୂତ।
ଚାଷୀମାନଙ୍କ ପାଇଁ ଲଗାତାର ସ୍ବର ଉତ୍ତୋଳନ ଓ ସହାୟତା ପ୍ରଦାନରେ ତାଙ୍କର ଭୂମିକା ଉଲ୍ଲେଖନୀୟ।
ତାଙ୍କ ବିୟୋଗରେ ଭାରତୀୟ ଚଳଚ୍ଚିତ୍ର ଇତିହାସର ଏକ ଗୌରବମୟ ଅଧ୍ୟାୟର ଅବସାନ ଘଟିଛି।
ସାମଗ୍ରିକ ଆକଳନ ଅନୁଯାୟୀ, ନାନା ପାଟେକର ତାଙ୍କ ସିନେମା କ୍ୟାରିୟରରେ ନିଜକୁ କୌଣସି ନିର୍ଦ୍ଦିଷ୍ଟ ଚରିତ୍ରରେ ସୀମିତ ରଖିନଥିଲେ।
ରଙ୍ଗମଞ୍ଚରୁ ନିଜର ଅଭିନୟ ଜୀବନ ଆରମ୍ଭ କରିଥିବା ଏହି ମହାନ କଳାକାର ସମାନ ଦକ୍ଷତାର ସହ ଜଣେ କ୍ରୋଧୀ ବ୍ୟକ୍ତିତ୍ବ, ଜଣେ କଠୋର ଅପରାଧୀ ଏବଂ ଜଣେ ହାସ୍ୟରସାତ୍ମକ ଚରିତ୍ରକୁ ପରଦା ଉପରେ ଜୀବନ୍ତ କରିପାରୁଥିଲେ।
ସିନେମାରେ ଯେତିକି ନିଖୁଣ ଭାବେ ସେ ନିଜର ଆତ୍ମବିଶ୍ୱାସ ପ୍ରଦର୍ଶନ କରୁଥିଲେ, ସମାଜ ସେବାରେ ସେତିକି ବିନମ୍ରତାର ସହ କାର୍ଯ୍ୟ କରୁଥିଲେ।
Advertisment Election: ଆଜି ଆସିବ ଉପନିର୍ବାଚନ ଫଳ ରଙ୍ଗମଞ୍ଚରୁ ରୂପେଲି ପରଦାନାନା ପାଟେକର ପ୍ରାରମ୍ଭିକ ପର୍ଯ୍ୟାୟରେ ମରାଠୀ ରଙ୍ଗମଞ୍ଚରୁ ନିଜର ଅଭିନୟ ଜୀବନର ମୂଳଦୁଆ ସ୍ଥାପନ କରିଥିଲେ।
୧୯୭୮ ମସିହାରେ ମୁକ୍ତିଲାଭ କରିଥିବା "ଗମନ" ଚଳଚ୍ଚିତ୍ର ମାଧ୍ୟମରେ ସେ ବଲିଉଡରେ ପାଦ ଥାପିଥିଲେ।
ଏହାପରେ "ଅଙ୍କୁଶ", "ପ୍ରତିଘାତ", "ଅନ୍ଧା ଯୁଦ୍ଧ" ଏବଂ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ "ସଲାମ ବମ୍ବେ" ଭଳି ସିନେମାରେ ସେ ନିଜର ଅପରିସୀମ ପ୍ରତିଭା ପ୍ରମାଣିତ କରିଥିଲେ।
ବିଶିଷ୍ଟ ଚଳଚ୍ଚିତ୍ର "ପରିନ୍ଦା" ତାଙ୍କୁ ହିନ୍ଦୀ ସିନେମାର ଜଣେ ଶୀର୍ଷ ଅଭିନେତା ଭାବେ ପ୍ରତିଷ୍ଠିତ କରିଥିଲା।
ଏହି ଚଳଚ୍ଚିତ୍ରରେ "ଆନ୍ନା" ଚରିତ୍ରରେ ଅସାଧାରଣ ଅଭିନୟ ପାଇଁ ତାଙ୍କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା।
ପରବର୍ତ୍ତୀ ସମୟରେ "କ୍ରାନ୍ତିବୀର" ପାଇଁ ଶ୍ରେଷ୍ଠ ଅଭିନେତା ଏବଂ "ଅଗ୍ନି ସାକ୍ଷୀ" ପାଇଁ ପୁନର୍ବାର ଶ୍ରେଷ୍ଠ ସହ-ଅଭିନେତା ଭାବେ ସେ ଜାତୀୟ ପୁରସ୍କାର ଲାଭ କରିଥିଲେ। ।
ବହୁମୁଖୀ ଚରିତ୍ର ଚିତ୍ରଣ ଏବଂ ସଂଳାପର ଯାଦୁକରୀ ଶକ୍ତିନାନା ପାଟେକରଙ୍କ ସବୁଠାରୁ ବଡ଼ ଶକ୍ତି ଥିଲା ତାଙ୍କର କଣ୍ଠସ୍ୱର ଏବଂ ସଂଳାପ କହିବାର ଶୈଳୀ।
ସେ "ଅଙ୍ଗାର", "ତିରଙ୍ଗା", "ଖାମୋଶୀ: ଦ ମ୍ୟୁଜିକାଲ୍", "ଯଶୱନ୍ତ" ଏବଂ "ଅପହରଣ" ଭଳି ଗମ୍ଭୀର ସିନେମାରେ ନିଜର ଡାଏଲଗ୍ ଜରିଆରେ ଦର୍ଶକଙ୍କୁ ରୋମାଞ୍ଚିତ କରୁଥିଲେ। "କ୍ରାନ୍ତିବୀର" ସିନେମାର "ଆ ଗୟେ ମେରୀ ମୌତ କା ତମାସା ଦେଖନେ" କିମ୍ବା "ଏକ ମଚ୍ଛର ସାଲା ଆଦମୀ କୋ ହିଜଡା ବନା ଦେତା ହୈ" ଭଳି ସଂଳାପ ଆଜି ମଧ୍ୟ ଜନମାନସରେ ଗୁଞ୍ଜରିତ ହେଉଛି।
କେବଳ ସେତିକି ନୁହେଁ, "ୱେଲକମ୍" ଏବଂ "ୱେଲକମ୍ ବ୍ୟାକ୍" ଚଳଚ୍ଚିତ୍ରରେ "ଉଦୟ ସେଟ୍ଟୀ" ନାମକ ଏକ କମେଡି ଚରିତ୍ରରେ ଅଭିନୟ କରି ସେ ପ୍ରମାଣ କରିଥିଲେ ଯେ ହାସ୍ୟରସ ପରିବେଷଣରେ ମଧ୍ୟ ସେ ଅଦ୍ୱିତୀୟ।
ନିଜର ହସ, ଚାହାଣୀ ଏବଂ ଶବ୍ଦ ମଧ୍ୟରେ ବିରତି ନେବାର ଶୈଳୀ ତାଙ୍କୁ ଅତି ବିଖ୍ୟାତ କରିଦେଇଥିଲା।
ସମ୍ମାନ, ସ୍ୱୀକୃତି ଓ ଏକ ମହାନ କଳାକାରର ଅଲିଭା ଛାପକଳା ଓ ସାମାଜିକ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ବିଭିନ୍ନ ସମୟରେ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଛି।
ତାଙ୍କର ସଫଳତା ପାଇଁ ଭାରତ ସରକାର ତାଙ୍କୁ ୨୦୧୩ ମସିହାରେ "ପଦ୍ମଶ୍ରୀ" ପ୍ରଦାନ କରିଥିଲେ।
ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ "ଦ ଭ୍ୟାକ୍ସିନ୍ ୱାର୍" ଏବଂ "ବନବାସ" ଭଳି ସିନେମା ସାମିଲ ରହିଛି।
ଭାରତୀୟ ସିନେମାରେ ନାନା ପାଟେକରଙ୍କ ସ୍ଥାନ ଅପୂରଣୀୟ।
ନାନାଙ୍କ ବ୍ୟକ୍ତିତ୍ବର ନିଆରା କଥା ମହାନ ଅଭିନେତା ନାନା ପାଟେକର ପ୍ରଭାବଶାଳୀ ଅଭିନୟ ବ୍ୟତୀତ ସରଳ ଜୀବନଶୈଳୀ ଓ ସମ୍ବେଦନଶୀଳ ମନୋଭାବ ପାଇଁ ଚିରକାଳ ମନେ ରହିବେ।
ତାଙ୍କ ଭିତରେ ଏମିତି କେତେକ ସୁଗୁଣ ଥିଲା, ଯାହା ତାଙ୍କୁ ସ୍ବତନ୍ତ୍ର ପରିଚୟ ପ୍ରଦାନ କରିଥିଲା।
ନିଜର ଦମ୍ଦାର୍ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ପକାଉଥିବା ନାନା ମାତ୍ର ୧୩ ବର୍ଷ ବୟସରେ ସଂସାର ଜଞ୍ଜାଳେର ବାନ୍ଧି ହୋଇଯାଇଥିଲେ।
ପିଲାଟି ଦିନରୁ ହିଁ ସେ ପରିବାରର ଗୁଜୁରାଣ ମେଣ୍ଟାଇବାକୁ କାମ କରିବା ଆରମ୍ଭ କରିଥିଲେ।
ସେ ମୁମ୍ବାଇରେ ସିନେମା ପୋଷ୍ଟର ମାରିବା ଓ ଜେବ୍ରା କ୍ରସିଂ ରଙ୍ଗ କରି ମାସକୁ ମାତ୍ର ୩୫ ଟଙ୍କା ରୋଜଗାର କରୁଥିଲେ।
Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ ନାନାଙ୍କ ଜୀବନର ଆଉ ଏକ ନିଆରା ଦିଗ ଥିଲା ସେନା ସହ ସମ୍ପର୍କ। "ପ୍ରହାର" ଚଳଚ୍ଚିତ୍ରର ନିର୍ଦେଶନା ପାଇଁ ସେ ତିନିବର୍ଷିଆ ସେନା ପ୍ରଶିକ୍ଷଣ ନେଇଥିଲେ ଏବଂ ପରେ କାର୍ଗିଲ ଯୁଦ୍ଧ ସମୟରେ ମଧ୍ୟ ସେନାରେ କାମ କରିଥିଲେ।
ତାଙ୍କୁ ସମ୍ମାନସୂଚକ ଭାବେ କ୍ୟାପ୍ଟେନ୍ ପଦ ପ୍ରଦାନ କରାଯାଇଥିଲା।
ନାନାଙ୍କ ଜୀବନଶୈଳୀ ଥିଲା ଅତ୍ୟନ୍ତ ସରଳ।
କୌଣସି ବିଳାସମୟ ଘର କି ଗାଡ଼ିର ସଉକ ତାଙ୍କର ନ ଥିଲା।
ବହୁ ଦଶନ୍ଧି ପୂର୍ବରୁ ମାତ୍ର ୧.୧ ଲକ୍ଷ ଟଙ୍କା ଦେଇ କିଣିଥିବା ମୁମ୍ବାଇରେ ୭୫୦ ବର୍ଗଫୁଟ୍ର ଘରେ ନାନା ରହୁଥିଲେ।
ତାଙ୍କୁ ଏକଦା ଦେଢ଼ କୋଟି ଟଙ୍କାର ଏକ କାର୍ ଉପହାର ସ୍ବରୂପ ମିଳିଥିଲା।
ସେ ତାହା ନ ନେଇ ସେଇ ଅର୍ଥକୁ ଆତ୍ମହତ୍ୟା କରିଥିବା ଚାଷୀମାନଙ୍କ ପରିବାରକୁ ସହାୟତା ଲାଗି ଦାନ କରିଥିଲେ।
ସେ ନିଜେ ରୋଷେଇ କରି ଖାଉଥିଲେ ଏବଂ ବନ୍ଧୁପରିଜନଙ୍କୁ ମଧ୍ୟ ଖୁଆଉଥିଲେ।
ଅନ୍ୟ ତାରକାଙ୍କ ପରି ନିଜ ପୁଅକୁ ଚଳଚ୍ଚିତ୍ର ଶିଳ୍ପରେ ପ୍ରବେଶ କରାଇବାରେ ଆଦୌ ନିଜର କ୍ଷମତା ବା ସମ୍ପର୍କର ଉପଯୋଗ କରିନାହାନ୍ତି ନାନା ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।