Narendra Modi: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦିଲ୍ଲୀରେ ଭେଟିଲେ ଋଷି ସୁନକ
"ନୂଆଦିଲ୍ଲୀ: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦିଲ୍ଲୀରେ ଭେଟିଛନ୍ତି ଏବଂ ସାର୍ବଜନୀନ ସେବାରେ ମୋଦୀଙ୍କ ୨୫ ବର୍ଷ ପୂର୍ତ୍ତି ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏକ୍ସରେ ଏକ ପୋଷ୍ଟ୍ କରି ଋଷି ସୁନକ ପ୍ରଧାନମନ୍ତ୍ରୀ ଥିବା ସମୟରେ ମୋଦୀଙ୍କ ସହ ତାଙ୍କ କାର୍ଯ୍ୟକୁ ମନେ ପକାଇଛନ୍ତି ଏବଂ ମୋଦୀଙ୍କ ନେତୃତ୍ବକୁ ପ୍ରଶଂସା କରିଛନ୍ତି।
Advertisment ବାଣିଜ୍ୟ, ଟେକ୍ନୋଲୋଜି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଉପରେ ଦୁଇ ରାଷ୍ଟ୍ର ମଧ୍ୟରେ ରହିଥିବା ସହଯୋଗ ଉପରେ ସେ ଗୁରୁତ୍ବାରୋପ କରିଛନ୍ତି।
ଦ୍ବିପାକ୍ଷିକ ସମ୍ପର୍କ ସଂକ୍ରାନ୍ତରେ ଟିପ୍ପଣୀ ଦେଇ ସୁନକ କହିଛନ୍ତି, ଆପଣଙ୍କ ନେତୃତ୍ବରେ ଭାରତ-ବ୍ରିଟେନ ସମ୍ପର୍କ ଅଧିକ ସୁଦୃଢ଼ ହୋଇଛି।
ଦୁଇ ରାଷ୍ଟ୍ର ବାଣିଜ୍ୟ, ଟେକ୍ନୋଲୋଜି ଓ ଏଆଇ କ୍ଷେତ୍ରରେ ପରସ୍ପରକୁ ଅଧିକରୁ ଅଧିକ ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି।
ଆଗକୁ ମଧ୍ୟ ଭାରତ-ବ୍ରିଟେନ ସମ୍ପର୍କ ଆହୁରି ଅଧିକ ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ କରିଛନ୍ତି।
Triranga: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ "ହର୍ ଘର୍ ତ୍ରିରଙ୍ଗା " ଅଭିଯାନ ଜନ ଆନ୍ଦୋଳନରେ ପରିଣତ ହୋଇଛି: ମୁଖ୍ୟମନ୍ତ୍ରୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।