Naveen ‘Missing’ Posters: ହିଂଜିଳି ଅଂଚଳରେ ଚାଲିଲା ନବୀନ ମିସିଂ ପୋଷ୍ଟର; ସହରର ଏକାଧିକ ସ୍ଥାନରେ ଲାଗିଛି ଏହି ପୋଷ୍ଟର

Nov 02, 2026 - 18:56
Naveen ‘Missing’ Posters:  ହିଂଜିଳି ଅଂଚଳରେ ଚାଲିଲା ନବୀନ ମିସିଂ ପୋଷ୍ଟର; ସହରର ଏକାଧିକ ସ୍ଥାନରେ ଲାଗିଛି ଏହି ପୋଷ୍ଟର

ବନ୍ୟା ସ୍ଥିତିରେ ହିଞ୍ଜିଳି ଅଂଚଳରେ ଲାଗିଲା ନବୀନ ମିସିଂ ପୋଷ୍ଟର।

ବାତ୍ୟା ସମୟରେ ନବୀନ ନିଜ ନିର୍ବାଚନମଣ୍ଡଳୀକୁ ଯାଇନଥିବାରୁ ହିଂଜିଳି ସହର ସମେତ ଆଖପାଖ ଅଂଚଳର ବିଭିନ୍ନ ସ୍ଥାନରେ ନବୀନ ମିସିଂ ପୋଷ୍ଟର ଲାଗିଛି।

ବାତ୍ୟା ଦୁର୍ଦ୍ଦିନରେ ଲୋକେ ହନ୍ତସନ୍ତ ହେଉଥିବାବେଳେ ନବୀନ ନିଜ ନିର୍ବାଚନମଣ୍ଡଳୀ ଗସ୍ତରେ ଯାଇନାହାନ୍ତି।

Advertisment ଏହାକୁ ନେଇ ନବୀନଙ୍କୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ବାଳ।

କହିଛନ୍ତି, ନବୀନ ବାବୁ ଯେତେବେଳେ ମୁଖ୍ୟମନ୍ତ୍ରୀ ଥିଲେ, ସେତେବେଳେ ବନ୍ୟାଞ୍ଚଳ ପରିଦର୍ଶନ ପାଇଁ ହେଲିକପ୍ଟରରେ ଯାଉଥିଲେ।

କିନ୍ତୁ ଆଜି ସରକାରରେ ନାହାନ୍ତି ବୋଲି ନିଜ ନିର୍ବାଚନମଣ୍ଡଳୀକୁ ଯିବା ପାଇଁ ତାଙ୍କର ଆଗ୍ରହ ନାହିଁ କାହିଁକି।

ସରକାରରେ ଥିଲାବେଳେ ଯେଉଁ ଦାୟିତ୍ୱବୋଧ ଦେଖାଉଥିଲେ ବିରୋଧୀ ଦଳରେ ଥିବାବେଳେ ମଧ୍ୟ ସେହି ଦାୟିତ୍ୱବୋଧ ରହିବା ଆବଶ୍ୟକ।

ହିଞ୍ଜିଳିର ବିଧାୟକ ହେଉଛନ୍ତି ନବୀନ ବାବୁ।

ତେଣୁ ହିଞ୍ଜିଳିବାସୀଙ୍କର ତାଙ୍କୁ ପ୍ରଶ୍ନ କରିବା ଏବଂ ତାଙ୍କଠାରୁ ଉତ୍ତର ମାଗିବାର ଏବଂ ନିଜ ବିଧାୟକଙ୍କୁ ନିଜ ପାଖରେ ପାଇବାର ପୂର୍ଣ୍ଣ ଅଧିକାର ରହିଛି ବୋଲି କହିଛନ୍ତି ଅନିଲ ବିଶ୍ବାଳ।

ସେପଟେ ପ୍ରସଙ୍ଗକୁ ନେଇ ଜବାବ ରଖିଛି ବିଜେଡି।

ନବୀନ ବାବୁ ନିଜେ ନ ଗଲେବି ବରିଷ୍ଠ ନେତାମାନଙ୍କୁ ପଠାଇଛନ୍ତି ବୋଲି କହିଛି ବିଜେଡି।

Advertisment ହିଂଜିଳି ଅଂଚଳରେ ଚାଲିଲା ନବୀନ ମିସିଂ ପୋଷ୍ଟର ସହରର ଏକାଧିକ ସ୍ଥାନରେ ଲାଗିଛି ଏହି ପୋଷ୍ଟର ବାତ୍ୟା ବିପନ୍ନଙ୍କ କଥା ବୁଝିବାକୁ ଯାଇନଥିବାରୁ ଲାଗିଲା ପୋଷ୍ଟର ପୋଷ୍ଟରକୁ ନେଇ ନବୀନଙ୍କୁ ବିଜେପିର କଡ଼ା ସମାଲୋଚନା 'ମୁଖ୍ୟମନ୍ତ୍ରୀ ଥିବାବେଳେ ହେଲିକପ୍ଟରରେ ଯାଉଥିଲେ' 'ସରକାରରେ ନଥିବାରୁ ନିଜ ଅଂଚଳକୁ ଯିବାକୁ ଆଗ୍ରହ ନାହିଁ' ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।