Nepal flood: କାଦୁଅରେ ହଜିଗଲା ଚଳଚଞ୍ଚଳ ତ୍ରିଶୁଳୀ ବଜାର‌; ପ୍ରାଣ ବିକଳରେ ଲୋକେ ଦୌଡ଼ିଲେ ଲୋକେ

Aug 28, 2026 - 20:34
Nepal flood: କାଦୁଅରେ ହଜିଗଲା ଚଳଚଞ୍ଚଳ ତ୍ରିଶୁଳୀ ବଜାର‌; ପ୍ରାଣ ବିକଳରେ ଲୋକେ ଦୌଡ଼ିଲେ ଲୋକେ

"କାଠମାଣ୍ଡୁ: ନେପାଳର ନୁୱାକୋଟ ଜିଲ୍ଲାର ତ୍ରିଶୂଳୀ ବଜାରବାସୀଙ୍କ ପାଇଁ ବୁଧବାର ଦିନଟି ଅନ୍ୟ ଦିନ ଭଳି ଆରମ୍ଭ ହୋଇଥିଲା।

ଅଳଙ୍କାର, ପୋଷାକ ଦୋକାନ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ଭରି ରହିଥିବା ଏହି ଚଳଚଞ୍ଚଳ ବଜାର ସହର ଆଖି ପିଛୁଳାକେ ଏମିତି କାଦୁଅ ଭିତରେ ହଜିଯିବ ବୋଲି କେହି କଳ୍ପନା ମଧ୍ୟ କରିନଥିଲେ।

ନେପାଳର ତ୍ରିଶୂଳୀ ବଜାର ଅଭିମୁଖେ ବନ୍ୟାଜଳ ପ୍ରବଳ ବେଗରେ ମାଡ଼ି ଆସୁଥିବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ୍‌ ହେବାରେ ଲାଗିଛି।

ନୁୱାକୋଟରେ ଘଟିଥିବା ବିପୁଳ ଧ୍ୱଂସର ଭୟାବହତାକୁ ଏହି ଦୃଶ୍ୟ ସ୍ପଷ୍ଟ କରୁଛି।

Advertisment ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ତ୍ରିଶୂଳୀ ବଜାର ଅଭିମୁଖେ ବନ୍ୟାଜଳ ପ୍ରବଳ ବେଗରେ ମାଡ଼ି ଆସୁଥିବାର ଭୟଙ୍କର ଦୃଶ୍ୟ ଦେଖିବାକୁ ମିଳିଛି।

କିଛି ସମୟ ପରେ କାଦୁଅ ଓ ଭଙ୍ଗାରୁଜାର ଏକ ବିଶାଳ ସ୍ରୋତ ସହର ଦେଇ ବହିଯାଇଥିଲା।

ଜୀବନ ବଞ୍ଚାଇବା ପାଇଁ ସ୍ଥାନୀୟ ବାସିନ୍ଦା, ପଥଚାରୀ ଓ ଗାଡ଼ି ଚାଳକମାନେ ଏଣେତେଣେ ଦୌଡ଼ି ପଳାଉଥିବା ଦେଖାଯାଇଛି।

ମାତ୍ର କିଛି ମିନିଟ୍ ମଧ୍ୟରେ ଏକଦା ଚଳଚଞ୍ଚଳ ଥିବା ଏହି ବଜାର ସହର ହଠାତ୍ ଏକ ଧ୍ୱଂସସ୍ତୁପରେ ପରିଣତ ହୋଇଯାଇଥିଲା।

Crack in Tibet Lake; ତିବ୍ଦତ ହ୍ରଦରେ ଫାଟ; ନେପାଳରେ ପୁଣି ଭୟଙ୍କର ବନ୍ୟା ଆଶଙ୍କା ତ୍ରିଶୂଳୀର କେତେକ ଅଞ୍ଚଳରେ ଧ୍ୱଂସର ଚିତ୍ର ଅତ୍ୟନ୍ତ ଭୟାବହ।

ହଜାର ହଜାର କୋଠାମାଡ଼ିର ଅସ୍ତିତ୍ବ ହଯିଯାଇଥିବା ବେଳେ ଏବେ ସେଠାରେ ପଥର ଓ ବହଳ କାଦୁଅ ବ୍ୟତୀତ ପ୍ରାୟ କିଛି ଦେଖିବାକୁ ମିଳୁନାହିଁ।

ନୁୱାକୋଟ ଏପର୍ଯ୍ୟନ୍ତ ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳଗୁଡ଼ିକ ମଧ୍ୟରେ ରହିଛି।

ଅନେକ ଗାଁ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି।

ସବୁଠାରୁ ଅଧିକ ପ୍ରଭାବିତ ଅଞ୍ଚଳରେ ଉଦ୍ଧାରକାରୀ ଦଳ ବିପୁଳ ପରିମାଣର କାଦୁଅ ଓ ଭଙ୍ଗାରୁଜା ମଧ୍ୟରେ ଖୋଜାଖୋଜି ଚଳାଇଛନ୍ତି।

ନିଖୋଜ ଲୋକମାନଙ୍କୁ ଜୀବିତ ଉଦ୍ଧାର କରିବାର ଆଶା କ୍ରମେ କମିଯାଉଥିବା ବେଳେ ଭାରୀ ଯନ୍ତ୍ରପାତି ବ୍ୟବହାର କରି ଉଦ୍ଧାରକାରୀମାନେ ଜୀବିତ ବ୍ୟକ୍ତିଙ୍କ ସନ୍ଧାନ କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।