Nepal: ଅଚାନକ ବନ୍ୟାର କାରଣ ଜାଣିବାପାଇଁ ୭ ଜଣିଆ ଟିମ୍‌ ଗଠନ କଲା ନେପାଳ

Sep 19, 2026 - 21:19
Nepal: ଅଚାନକ ବନ୍ୟାର କାରଣ ଜାଣିବାପାଇଁ ୭ ଜଣିଆ ଟିମ୍‌ ଗଠନ କଲା ନେପାଳ

"କାଠମାଣ୍ଡୁ : ଗତମାସରେ ନେପାଳରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ୧୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଯାଇଛି ଏବଂ ୬ ହଜାରରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି।

ତେବେ ନେପାଳରେ ଅଚାନକ ଏଭଳି ବନ୍ୟା ଆସିବାର କାରଣ ଜାଣିବାପାଇଁ ନେପାଳ ସରକାର ଏକ ୭ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଛନ୍ତି।

ଏହି କମିଟି ନେପାଳ ବନ୍ୟା ବିପର୍ଯ୍ୟୟରେ ଜଳବାୟୁ ପରିବର୍ତ୍ତନର ସମ୍ଭାବ୍ୟ ଭୂମିକାକୁ ପରୀକ୍ଷା କରିବ।

ଉଲ୍ଲେଖଯୋଗ୍ୟ ଅଗଷ୍ଟ ୨୬ ତାରିଖରେ ନେପାଳ-ତିବ୍ଦତ ସୀମାରେ ହୋଇଥିବା ଅଚାନକ ବନ୍ୟାରେ ଉତ୍ତର କେନ୍ଦ୍ରୀୟ ନେପାଳର ଅନେକ ସହର ଏବଂ ଗାଁ ଭାସି ଯାଇଥିଲା।Advertisment ଆହୁରି ପଢନ୍ତୁ: Odisha Weather Alert: ଉତ୍ତର ଆଣ୍ଡାମାନରେ ଲଘୁଚାପ, ୨୧ରୁ ଦକ୍ଷିଣ ଓ ପୂର୍ବ ଉପକୂଳ ଓଡ଼ିଶାରେ ବର୍ଷା ହିମାଳୟ ସୀମାର ଦକ୍ଷିଣରୁ ବହିଥିବା ଭୋଟେକୋଶୀ ନଦୀର ବନ୍ୟାଜଳରେ ଅନେକ ଘର, ଗାଡ଼ିମୋଟର , ରାସ୍ତା ଏବଂ ପୋଲ୍‌ ଭସାଇ ନେଇଥିଲା।

ଏଥିଯୋଗୁ ଅନେକ ହାଇଡ୍ରୋପାୱାର ପ୍ରକଳ୍ପ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି।

ଶକ୍ତି, ଜଳ ସମ୍ପଦ ଏବଂ ଜଳସେଚନ ମନ୍ତ୍ରାଳୟ ପକ୍ଷରୁ ବନ୍ୟାର କାରଣ ଜାଣିବାପାଇଁ ବିଶେଷଜ୍ଞ କମିଟି ଗଠନ ହୋଇଛି।

ଏଥିରେ ହାଇଡ୍ରୋଲୋଜି, ଗ୍ଲେସିଓଲୋଜି, ରିମୋଟ୍‌ ସେନ୍ସିଂ, ଜିଓଲୋଜି, ହାଇଡ୍ରୋପାୱାର୍‌ ଇନଫ୍ରାଷ୍ଟ୍ରକ୍‌ଚର ଏବଂ ଡିଜାଷ୍ଟର୍‌ ରିସ୍କ ରିଡକ୍‌ସନ୍‌ର ବିଶେଷଜ୍ଞମାନେ ରହିଛନ୍ତି।

ଏହି ବିଶେଷଜ୍ଞ କମିଟି ଅଚାନକ ବନ୍ୟାର କାରଣ ଜାଣିବାପାଇଁ ଏକ ବିସ୍ତୃତ ବୈଜ୍ଞାନିକ ତଦନ୍ତ କରିବେ।

ମାସକ ମଧ୍ୟରେ ଏହି କମିଟିକୁ ରିପୋର୍ଟ ଦାଖଲ କରିବାକୁ କୁହାଯାଉଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।