ଅପରାଧ ନିୟନ୍ତ୍ରଣ ପାଇଁ କଡ଼ା ପଦକ୍ଷେପ, ଫୋନ୍ କଲ୍ ପ୍ରତି…
ପାଟଣା,୩୧ା୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ପରିସରରେ ଶନିବାର ‘ଆମ ପୋଲିସ’ ସମିତି, ନିଶାମୁକ୍ତ ଭାରତ ପାଇଁ ଶପଥ ପାଠ, ରାଷ୍ଟ୍ରୀୟ ଏକତା ଦିବସ ବୈଠକ ଥାନା ଅଧିକାରୀ କିରଣ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ବୈଠକରେ ଅଞ୍ଚଳର ଆଇନଶୃଙ୍ଖଳା ପରିସ୍ଥିତି, ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା।
ବିଶେଷକରି ପାଟଣା ଅଞ୍ଚଳରେ ଚୋରି ଓ ଡକାୟତି ରୋକିବାକୁ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ ସହ ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ସହଯୋଗ ଲୋଡ଼ାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଓ ଦୋକାନ ସମ୍ମୁଖରେ ସିସିଟିଭି କ୍ୟାମେରା ଲଗାଇବାକୁ ପୋଲିସ ଅଧିକାରୀମାନେ ପରାମର୍ଶ ଦେଇଥିଲେ।
ସେହିପରି ବଢ଼ୁଥିବା ସାଇବର ଠକେଇରୁ ସୁରକ୍ଷିତ ରହିବା ପାଇଁ ଅଜଣା ବ୍ୟକ୍ତିଙ୍କୁ ମୋବାଇଲ ନମ୍ବର, ଓଟିପି ଓ ଏଟିଏମ୍ କାର୍ଡର ପିନ୍ ନ ଦେବା ସହ ସନ୍ଦିଗ୍ଧ ଫୋନ୍ କଲ ପ୍ରତି ସତର୍କ ରହିବାକୁ ସଚେତନ କରାଯାଇଥିଲା।
ବୈଠକରେ ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ଏସଆଇ ଲକ୍ଷ୍ମଣ ମାଝୀ, ଏଏସ୍ଆଇ ଜିତେନ୍ଦ୍ର କୁମାର ପଟେଲଙ୍କ ସମେତ ପାଟଣା ବଜାରର ଅଜୟ କୁମାର ଦାଶ, ସମବାୟ ବିତ ଦୀନବନ୍ଧୁ ମିଶ୍ର, ବ୍ୟବସାୟୀ ଯତୀନ୍ଦ୍ର କୁମର ଦାଶ, ସହଦେବ ବେହେରା, ଦକ୍ଷ କୁମାର୍ ସାହୁ, ଅଜୟ ଦାସ, ପ୍ରଦୀପ ବେହେରା, ବିଷ୍ଣୁ ବେହେରା, ଖବରଦାତା କାମିନୀକାନ୍ତ ଦ୍ୱିବେଦୀ, ଦଶରଥ ବାରିକ, ଚିରଞ୍ଜୀବ ଦାଶ, ରଞ୍ଜନ ବାରିକଙ୍କ ସହ ବହୁ ବ୍ୟବସାୟୀ ଓ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।