ଆଜିଠାରୁ ‘ମେଟଲ ମିଟ୍‌’ କୁଇଜ୍‌ ମହାକୁମ୍ଭ

Aug 08, 2026 - 08:03
ଆଜିଠାରୁ ‘ମେଟଲ ମିଟ୍‌’ କୁଇଜ୍‌ ମହାକୁମ୍ଭ

ଭୁବନେଶ୍ୱର,୮ା୮(ସୁଚିସ୍ମିତା ସାହୁ): ଦୈନିକ ଇଂଲିଶ ଖବରକାଗଜ ‘ଓଡିଶା ପୋଷ୍ଟ’ ପକ୍ଷରୁ କୁଇଜ୍‌ ମହାକୁମ୍ଭ ‘ମେଟଲ ମିଟ୍‌’ର ଦଶମ ସଂସ୍କରଣ ଶନିବାର ଉଦ୍‌ଘାଟନ ହେବ। ଭୁବନେଶ୍ୱରସ୍ଥିତ ଏକ ହୋଟେଲରେ ଏହି ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ପ୍ରଥମଦିନ ପ୍ରିଲିମ୍ସ ହେବାକୁ ଥିବାବେଳେ ଦ୍ୱିତୀୟ ଦିନ ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ ହେବ। କୁଇଜିଂ ପ୍ରତି ପିଲାଙ୍କ ଜ୍ଞାନ ଓ ଉତ୍ସାହ ବଢ଼ାଇବା ପାଇଁ ୨୦୧୬ରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ତା’ର ଲକ୍ଷ୍ୟ ହାସଲ ଦିଗରେ ଆଗେଇ ଚାଲିଛି। ଚଳିତ ବର୍ଷ ସାରା ରାଜ୍ୟରୁ ୮୦ଟି ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନେ ଏଥିରେ ଅଂଶଗ୍ରହଣ କରୁଛନ୍ତି। ଜୁନିୟର ଗ୍ରୁପ୍‌ରେ ୩୯ଟି ଟିମ୍‌ ଓ ସିନିୟର ଗ୍ରୁପ୍‌ରେ ୪୧ଟି ଟିମ୍‌ ରହିଛନ୍ତି।

Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।