ଉତ୍ସବମୁଖର ପାଟଣା, ସପ୍ତମୀ ପୂଜାରେ ଶ୍ରଦ୍ଧାଳୁଙ୍କ ଗହଳି
ପାଟଣା,୧୮।୧୦(ବୀରକିଶୋର ଦାଶ): ଦୁର୍ଗାପୂଜା ପାଇଁ ପାଟଣା ଅଞ୍ଚଳ ଉତ୍ସବ ମୁଖର ହୋଇ ଉଠିଛି । କେନ୍ଦୁଝର ଜିଲା ପାଟଣା ବ୍ଲକ୍ ମୁଖ୍ୟାଳୟ ଦୂର୍ଗା ମଣ୍ଡପରେ ଦୁର୍ଗା ପୂଜା କମିଟି ତରଫରୁ ରବିବାର ଦେବୀ ଦୂର୍ଗାଙ୍କ ସପ୍ତମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଗହଳି ଲାଗିରହିଛି ।
ତେବେ ପୀଠ ଗୁଡିକରେ ରବିବାର ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ପାଟଣା ମୁଖ୍ୟାଳୟ ମଣ୍ଡପରେ ମୁଖ୍ୟ ପୂଜକ ପଣ୍ଡିତ ପଞ୍ଚାନନ ପଣ୍ଡା, ସହୋଯୋଗୀ ପୂଜକ ବୃନ୍ଦା ବନ ଷଡ଼ଙ୍ଗୀ, ଶୁକଦେବ ମିଶ୍ର, ରବିନାରାୟଣ ଦାଶ, ନନ୍ଦ କିଶୋର ଦାଶ ପ୍ରମୁଖ ନୀତିକାନ୍ତିରେ ପୂଜା ଅର୍ଚ୍ଚନା କରୁଥିବା ବେଳେ ପ୍ରଦୀପ କୁମାର ଦାଶ କର୍ତ୍ତା କାର୍ଯ୍ୟ ତୁଲାଇ ଥିଲେ ।
ଦୁର୍ଗାପୂଜା କମିଟିର ସଭାପତି ମାଧବାନନ୍ଦ ପୃଷ୍ଟୀ, ସମ୍ପାଦକ ଯୁଗୋଳ କିଶୋର ଦାଶ, କମଳା କାନ୍ତ ପତି, ରଞ୍ଜିତ ଚକ୍ର, ସହଦେବ ବେହେରା, ଅଜୟ ବେହେରା, ବିଭୁତି ଭୁଷଣ ବେହେରା, ବିବେକା ନନ୍ଦ ଦାଶ, ଶିବ ନାରାୟଣ ମିଶ୍ର, ଯତୀନ୍ଦ୍ର କୁମାର ଦାଶ, ପ୍ରବୀଣ ଭଞ୍ଜ ଦେଓ ପ୍ରମୁଖଙ୍କ ସହଯୋଗରେ ଦେବୀଙ୍କ ନୀତି ସମ୍ପାଦିତ ହେଉଛି ।
ସେଭଳି ପାଟଣା ଥାନା ଉଦୟ ପୁରରେ ପୁରାତନ ଅଷ୍ଟ ଧାତୁ ନିର୍ମିତ ମୂର୍ତ୍ତି ସହ, ମୃଣ୍ମୟୀ ମୂର୍ତ୍ତି ପୂଜା ଅନୁଷ୍ଠିତ ହୋଇଛି । ଏଠାରେ ଦୁର୍ଗା ପୂଜା ୭୦ବର୍ଷରେ ପଦାର୍ପଣ କରିଛି । ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଠାରେ ଆଜି ଅଷ୍ଟମିପୂଜା ଅନୁଷ୍ଠିତ ହେଉଛି । ପୂଜକ ନିରଞ୍ଜନ ଦାଶ ପୂଜା କରୁଥିବା ବେଳେ ସରୋଜ କୁମାର୍ ବୋଘେଲ କର୍ତ୍ତା କାର୍ଯ୍ୟ ତୁଲାଉଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।