ଓରାଙ୍ଗଉଟାନ ଲିଙ୍କ୍ରେ ନୂଆ ସିସିଟିଭି ଫୁଟେଜ୍: ସାମ୍ନାକୁ ଆସିଲା ରାତିଅଧର…
ଜଳେଶ୍ୱର, ୧୨।୯: ଓରାଙ୍ଗଉଟାନ ଚାଲାଣ ଲିଙ୍କ୍ ନେଇ ଚାଲିଥିବା ଛାନଭିନ୍ ମଧ୍ୟରେ ନୂଆ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି। ଦୀଘାର ଜଣେ ସନ୍ଦିଗ୍ଧ ହୋଟେଲ ସମ୍ମୁଖରେ ଲାଗିଥିବା ସିସିଟିଭିରେ ଦୁଇଟି କାର୍ ଆଗପଛ ହୋଇ ହୋଟେଲ ସମ୍ମୁଖରେ ରହିବା ଏବଂ ପରେ ସେଠାରୁ ବାହାରିଯିବାର ଦୃଶ୍ୟ ରେକର୍ଡ ହୋଇଥିବା ଜଣାପଡ଼ିଛି।
ସିସିଟିଭି ଫୁଟେଜ୍ରେ କିଛି ସନ୍ଦିଗ୍ଧ ବ୍ୟକ୍ତି କାର୍ ଭିତରକୁ ଯିବାଆସିବା କରୁଥିବାର ଦୃଶ୍ୟ ମଧ୍ୟ ଥିବା ଜଣାପଡ଼ିଛି। ଏହି ଫୁଟେଜ୍କୁ ନେଇ ତଦନ୍ତକାରୀ ସଂସ୍ଥାର ସନ୍ଦେହ ଆହୁରି ବଢ଼ିଛି। ହୋଟେଲ ସମ୍ମୁଖରେ ଦୁଇଟି କାର୍ର ଗତିବିଧି ଏବଂ ସେଥିରେ ଥିବା ବ୍ୟକ୍ତିମାନଙ୍କ ପରିଚୟ ନେଇ ଛାନଭିନ୍ ଚାଲିଥିବା ସୂଚନା ମିଳିଛି।
ଅନ୍ୟପକ୍ଷରେ, ଗୋଟିଏ ଦାମୀ କାର୍ରେ ଓରାଙ୍ଗଉଟାନକୁ ବିଚିତ୍ରପୁର ଜଙ୍ଗଲ ଅଞ୍ଚଳକୁ ଚାଲାଣ କରାଯାଇଥିବା ସନ୍ଦେହ ନେଇ ତଦନ୍ତ ଜାରି ରହିଛି। ଦୀଘାରୁ ବିଚିତ୍ରପୁର ପର୍ଯ୍ୟନ୍ତ କାର୍ର ଗତିବିଧି, ହୋଟେଲରେ ରହଣି ଏବଂ ସେଠାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଆଗମନ ଓ ପ୍ରସ୍ଥାନ ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଛି।
ନୂଆ ସିସିଟିଭି ଫୁଟେଜ୍ ମିଳିବା ପରେ ଓରାଙ୍ଗଉଟାନ ଚାଲାଣ ପଛରେ କେଉଁମାନେ ଅଛନ୍ତି ଏବଂ ଏହାର ଲିଙ୍କ୍ କେଉଁଆଡ଼େ ରହିଛି, ତାହା ଜାଣିବା ପାଇଁ ତଦନ୍ତକୁ ଆହୁରି ଜୋରଦାର କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।