ନଭେମ୍ବର ୨ରେ ଗଜକେଶରୀ ଯୋଗ: ବଢିବ ୪ ରାଶିର ଧନ, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

Oct 25, 2026 - 08:06
ନଭେମ୍ବର ୨ରେ ଗଜକେଶରୀ ଯୋଗ: ବଢିବ ୪ ରାଶିର ଧନ, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ନୂଆଦିଲ୍ଲୀ, ୨୫।୧୦: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ନଭେମ୍ବର ୨ ତାରିଖ ସକାଳେ ଚନ୍ଦ୍ରମା କର୍କଟ ରାଶିରୁ ବାହାରି ସିଂହ ରାଶିରେ ପ୍ରବେଶ କରିବେ। ସିଂହ ରାଶିରେ ପୂର୍ବରୁ ଗୁରୁ ବୃହସ୍ପତି ଅବସ୍ଥାନ କରୁଥିବାରୁ ଚନ୍ଦ୍ରମା ଓ ଗୁରୁଙ୍କ ମିଳନରେ ଗଜକେଶରୀ ଯୋଗ ସୃଷ୍ଟି ହେବ। ଜ୍ୟୋତିଷ ଶାସ୍ତ୍ରରେ ଏହି ଯୋଗକୁ ଶୁଭ ବୋଲି ବିବେଚନା କରାଯାଏ। ଏହାର ପ୍ରଭାବରେ ମେଷ, କର୍କଟ, ସିଂହ ଓ ବିଛା ରାଶିର ଲୋକଙ୍କ କ୍ୟାରିୟର, ଆର୍ଥିକ ସ୍ଥିତି ଏବଂ ବ୍ୟକ୍ତିଗତ ଜୀବନରେ ସକାରାତ୍ମକ ପରିଣାମ ମିଳିବାର ସମ୍ଭାବନା ରହିଛି।

ମେଷ ରାଶିର ଜାତକଙ୍କ ପଞ୍ଚମ ଭାବରେ ଗଜକେଶରୀ ଯୋଗ ସୃଷ୍ଟି ହେବ।ଏହାର ପ୍ରଭାବରେ ଆପଣଙ୍କ ବୁଝିବା ଶକ୍ତି ଓ ନିଷ୍ପତ୍ତି ନେବାର କ୍ଷମତାରେ ଉନ୍ନତି ହୋଇପାରେ। ଶିକ୍ଷା କ୍ଷେତ୍ରରେ ଆଗକୁ ବଢ଼ିବା ସହ କ୍ୟାରିୟରରେ ନୂଆ ସଫଳତା ହାସଲ କରିବାର ସୁଯୋଗ ମିଳିପାରେ। ପୂର୍ବରୁ କରିଥିବା ନିବେଶରୁ ଲାଭ ମିଳିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମ ଓ କାର୍ଯ୍ୟଶୈଳୀ ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିପାରେ।

କର୍କଟ ରାଶିର ଜାତକଙ୍କ ଦ୍ୱିତୀୟ ଭାବରେ ଗଜକେଶରୀ ଯୋଗ ସୃଷ୍ଟି ହେବ। ଏହି ଭାବକୁ ଧନ, ପରିବାର ଓ ବାଣୀ ସହ ଜଡ଼ିତ ବୋଲି ମନେ କରାଯାଏ। ଆପଣଙ୍କ କଥାବାର୍ତ୍ତା ଶୈଳୀ ଅଧିକ ପ୍ରଭାବଶାଳୀ ହୋଇପାରେ ଏବଂ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବାର ସଙ୍କେତ ରହିଛି। ପାରିବାରିକ ବ୍ୟବସାୟ ସହ ଜଡ଼ିତ ଲୋକଙ୍କୁ ଆୟ ବଢ଼ାଇବାର ନୂଆ ସୁଯୋଗ ମିଳିପାରେ। ପ୍ରେମ ସମ୍ପର୍କରେ ପାରସ୍ପରିକ ବୁଝାମଣା ମଜଭୁତ ହୋଇପାରେ ଏବଂ ଆର୍ଥିକ ସମସ୍ୟାରୁ ମଧ୍ୟ ଆଶ୍ୱସ୍ତି ମିଳିପାରେ। ବିବାହିତ ଜାତକଙ୍କ ଜୀବନରେ ସମନୱୟ ଓ ମଧୁରତା ବଢ଼ିବାର ଆଶା ରହିଛି।

ସିଂହ ରାଶିରେ ହିଁ ଗଜକେଶରୀ ଯୋଗ ସୃଷ୍ଟି ହେଉଥିବାରୁ ଏହି ରାଶିର ଜାତକଙ୍କ ଆତ୍ମବିଶ୍ୱାସ ବଢ଼ିପାରେ। କର୍ମକ୍ଷେତ୍ରରେ ଆପଣ ପୂର୍ବାପେକ୍ଷା ଅଧିକ ସକ୍ରିୟ ହୋଇ ନିଜ ଦାୟିତ୍ୱ ତୁଲାଇପାରନ୍ତି। ଚାକିରି କରୁଥିବା କିଛି ଲୋକଙ୍କୁ ଦରମା ବୃଦ୍ଧି କିମ୍ବା ଅଧିକ ଆୟର ସୁଯୋଗ ମିଳିପାରେ। ଯଦି ଆପଣ ନିଜର ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି, ତେବେ ଏଥିପାଇଁ ପ୍ରୟାସ ଜୋରଦାର କରିପାରନ୍ତି।

ବିଛା ରାଶିର ଜାତକଙ୍କ ଦଶମ ଭାବରେ ଗଜକେଶରୀ ଯୋଗ ସୃଷ୍ଟି ହେବ। ଏହି ଭାବକୁ କର୍ମ ଓ ବୃତ୍ତିଗତ ଜୀବନ ସହ ଜଡ଼ିତ ବୋଲି ବିବେଚନା କରାଯାଏ।ଏହାର ପ୍ରଭାବରେ କର୍ମକ୍ଷେତ୍ରରେ ଥିବା ସମସ୍ୟା କମିବା ସହ ପଦୋନ୍ନତିର ସୁଯୋଗ ମିଳିପାରେ। ଚାକିରି ବଦଳାଇବାକୁ ପ୍ରସ୍ତୁତି କରୁଥିବା ଲୋକଙ୍କୁ ଭଲ ଖବର ମିଳିପାରେ। ଶେୟାର ବଜାରରେ ନିବେଶ କରୁଥିବା ଲୋକଙ୍କୁ ଲାଭ ମିଳିବାର ଆଶା ରହିପାରେ। ତେବେ ନିବେଶ ପୂର୍ବରୁ ବଜାରର ନିୟମ ଓ ବିପଦ ବିଷୟରେ ଭଲ ଭାବେ ଜାଣିବା ଆବଶ୍ୟକ। ସ୍ବାସ୍ଥ୍ୟ କ୍ଷେତ୍ରରେ ନିଜର ଦୈନନ୍ଦିନ ଜୀବନଶୈଳୀ ଓ ଖାଦ୍ୟପେୟ ପ୍ରତି ଧ୍ୟାନ ଦେବା ଲାଭଦାୟକ ହେବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।