ନୋବେଲ ଶାନ୍ତି ପୁରସ୍କାର ଘୋଷଣା: ଭାରତୀୟ ବଂଶୋଦ୍ଭବଙ୍କୁ ସମ୍ମାନ, ଟ୍ରମ୍ପଙ୍କୁ ପୁଣି ଝଟ୍କା
ଷ୍ଟକହୋମ,୯।୧୦: ୨୦୨୬ ମସିହା ପାଇଁ ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯାଇଛି। ଦକ୍ଷିଣ ଆଫ୍ରିକାର ବିଚାରପତି ତଥା ଭାରତୀୟ ତାମିଲ ବଂଶୋଦ୍ଭବ ନାଭାନେଥେମ ‘ନାଭି’ ପିଲ୍ଲାଇଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶାନ୍ତି ଓ ଅନ୍ତର୍ଜାତୀୟ ଆଇନକୁ ପ୍ରୋତ୍ସାହିତ କରିବାରେ ତାଙ୍କ ଅବଦାନ ପାଇଁ ନୋବେଲ କମିଟି ତାଙ୍କୁ ଚୟନ କରିଛି। ଅନ୍ୟପଟେ ଏହି ପୁରସ୍କାର ପାଇବାକୁ ଇଚ୍ଛା ପ୍ରକାଶ କରିଆସୁଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚଳିତ ବର୍ଷ ମଧ୍ୟ ଏହି ସମ୍ମାନ ମିଳିନାହିଁ।
ନାଭାନେଥେମ ‘ନାଭି’ ପିଲ୍ଲାଇ ଜଣେ ପ୍ରତିଷ୍ଠିତ ଦକ୍ଷିଣ ଆଫ୍ରିକୀୟ ଆଇନଜୀବୀ ଓ ବିଚାରପତି। ତାଙ୍କ ପରିବାରର ମୂଳ ଭାରତୀୟ ତାମିଲ ସମ୍ପ୍ରଦାୟ ସହ ଜଡ଼ିତ। ମାନବାଧିକାର ସୁରକ୍ଷା ଓ ଅନ୍ତର୍ଜାତୀୟ ନ୍ୟାୟ କ୍ଷେତ୍ରରେ ତାଙ୍କର ଦୀର୍ଘ ଅଭିଜ୍ଞତା ରହିଛି। ସେ ମିଳିତ ଜାତିସଂଘର ମାନବାଧିକାର ଉଚ୍ଚାୟୁକ୍ତ ଭାବେ କାର୍ଯ୍ୟ କରିବା ସହ ଅନ୍ତର୍ଜାତୀୟ ନ୍ୟାୟିକ ବ୍ୟବସ୍ଥାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ନୋବେଲ କମିଟି ତାଙ୍କର ଦୀର୍ଘକାଳୀନ ଅବଦାନକୁ ସ୍ବୀକୃତି ଦେଇ ଏହି ପୁରସ୍କାର ପ୍ରଦାନ କରିଛି।
ନୋବେଲ କମିଟି ଅନୁଯାୟୀ, ନାଭି ପିଲ୍ଲାଇଙ୍କ କାର୍ଯ୍ୟଜୀବନର ଏକ ମୁଖ୍ୟ ଦିଗ ହେଉଛି ଆଇନ ମାଧ୍ୟମରେ ନ୍ୟାୟ ଓ ମାନବାଧିକାରର ସୁରକ୍ଷା। ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ସମୟରେ ଆଇନଗତ ସହାୟତା ଦେବାଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ଅଦାଲତରେ ବିଚାରପତି ଭାବେ କାର୍ଯ୍ୟ କରିବା ପର୍ଯ୍ୟନ୍ତ ତାଙ୍କର ଅବଦାନ ବ୍ୟାପକ ରହିଛି।
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ଥର ନୋବେଲ ଶାନ୍ତି ପୁରସ୍କାର ପାଇବା ନେଇ ନିଜର ଇଚ୍ଛା ପ୍ରକାଶ କରିଥିଲେ। ନିକଟରେ ମଧ୍ୟ ସେ ଏହି ସମ୍ମାନ ପାଇବାକୁ ନିଜକୁ ଯୋଗ୍ୟ ବୋଲି କହିଥିଲେ। କିନ୍ତୁ ୨୦୨୬ର ପୁରସ୍କାର ନାଭି ପିଲ୍ଲାଇଙ୍କୁ ପ୍ରଦାନ କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।