ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

Oct 04, 2026 - 08:45
ବନ୍ଧୁକ ମୁନରେ ଯୁବତୀଙ୍କୁ ବଳାତ୍କାର ମାମଲା: ଗପ ଶୁଣାଉଛି ପୋଲିସ

ଭୁବନେଶ୍ୱର,।୧୦ (ତ୍ରିନାଥ ମହାନ୍ତି): ନୟାପଲ୍ଲୀ ବେହେରାସାହି ବନ୍ଧୁକ ମୁନରେ ବଳାକତ୍ାର ମାମଲାରେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଓରଫ ଶ୍ରୀଧରଙ୍କୁ ପୋଲିସ ଗୁଳି କରିିବା ଘଟଣା ଏବେ ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ପୋଲିସ ପକ୍ଷରୁ ଦିଆଯାଇଥିବା ବୟାନରେ ତାଳମେଳ ରହୁ ନ ଥିବାରୁ ଏହା ଗପ ଶୁଣିବା ଭଳି ମନେ ହେଉଛି। କାରଣ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ଯେଉଁ ବୟାନ ଦେଉଛନ୍ତି ସେଥିରେ ସ୍ପଷ୍ଟତା ରହୁନାହିଁ। ପ୍ରଥମେ କୁହାଗଲା ଅଭିଯୁକ୍ତ ସନ୍ତୋଷ ସ୍କ୍ରୁ ଡାଇଭରରେ ନୟାପଲ୍ଲୀ ଥାନାର ଜଣେ ଏସ୍‌ଆଇଙ୍କୁ ଆକ୍ରମଣ କରିବା ସମୟରେ ପୋଲିସ ନିଜକୁ ବଞ୍ଚାଇବାକୁ ଯାଇ ଗୁଳି ଚାଳନା କରିଥିଲା। ଉକ୍ତ ଗୁଳି

ଅଭିଯୁକ୍ତଙ୍କ ଡାହାଣ ଗୋଡ଼ର ପାଦ ଉପରକୁ ବାଜିଥିଲା। ହେଲେ ଅଭିଯୁକ୍ତ ସନ୍ତୋଷଙ୍କୁ ଷ୍ଟ୍ରେଚରରେ ମେଡିକାଲ ନିଆଯାଉଥିବାବେଳେ ତାଙ୍କ ଗୋଡ଼ରେ କୌଣସି ଗୁଳି ବାଜି କ୍ଷତ ହୋଇ ନ ଥିବା ଦେଖିବାକୁ ମିଳିଥିଲା। ପରେ ଏକ କୋଠରିକୁ ନିଆଯାଇ ତାଙ୍କ ଗୋଡ଼ରେ ବ୍ୟାଣ୍ଡେଜ ବନ୍ଧା ହୋଇଥିଲା। ଏଠାରେ ପ୍ରଶ୍ନ ଉଠୁଛି ଯଦି ସନ୍ତୋଷଙ୍କ ଗୋଡ଼ରେ ଗୁଳି ବାଜିଥାନ୍ତା, ତେବେ ସେ ରକ୍ତାକ୍ତ ହେବା ସହ ତାଙ୍କ ପ୍ୟାଣ୍ଟ ଏବଂ ଷ୍ଟ୍ରେଚରରେ ରକ୍ତ ଲାଗିଥାନ୍ତା, ଯାହାକି ଏଠାରେ ଦେଖିବାକୁ ମିଳି ନ ଥିଲା।
ଅଭିଯୁକ୍ତ ସନ୍ତୋଷଙ୍କ ଗୋଡ଼ରେ ଗୁଳି ବାଜିବା ସମ୍ପର୍କରେ ତାଙ୍କୁ କାବୁ କରିବା ସମୟରେ ଉପସ୍ଥିତ ପୋଲିସଙ୍କୁ ପଚାରିବାରେ ସେମାନେ ମଧ୍ୟ ଭିନ୍ନ କଥା କହିଛନ୍ତି। ଜଣେ ପୋଲିସଙ୍କ କହିବାନୁସାରେ ଗୁଳି ଅଭିଯୁକ୍ତଙ୍କ ଡାହାଣ ଗୋଡ଼ରେ ନ ବାଜି ସାମାନ୍ୟ ଘଷି ହୋଇଯାଇଥିଲା। ଆହୁରି ମଧ୍ୟ ପ୍ରଶ୍ନ ଉଠୁଛି ଯେ, ପୋଲିସ କମିଶନରଙ୍କ କହିବା ଅନୁସାରେ ଯଦି ସନ୍ତୋଷଙ୍କ ଗୋଡ଼ରେ ଗୁଳି ବାଜିଥିଲା, ତେବେ ସେ ଗୁଳି ଗଲା କୁଆଡ଼େ। ପୋଲିସର ଏଭଳି ୨ପାଖିଆ କଥାବାର୍ତ୍ତା ସାଧାରଣରେ ପ୍ରଶ୍ନ ସୃଷ୍ଟି କରୁଛି। ଏପରି କି ଅଭିଯୁକ୍ତ ସନ୍ତୋଷ ଚାବି ରିଙ୍ଗ୍‌ରେ ଲାଇଟର ଭଳି ଦେଖାଯାଉଥିବା ବନ୍ଧୁକ ଦେଖାଇ ଯୁବତୀଙ୍କୁ ବଳାତ୍କାର କରିଥିବା କଥା ପୋଲିସ କମିଶନର କହିଥିଲେ। କିନ୍ତୁ ଭରତପୁର ଥାନା ଅନ୍ଧାରୁଆଠାରେ ତାଙ୍କୁ ପୋଲିସ ଗୁଳି କଲା ପରେ ତାଙ୍କ ନିକଟରୁ ଏକ ବଡ଼ ଏୟାର ଗନ୍‌ ଜବତ କରାଯାଇଥିବା ପୋଲିସ ଦେଖାଇଥିଲା। ସେହିପରି ପୋଲିସ ଅଭିଯୁକ୍ତଙ୍କ ମୁହଁରେ ଗାମୁଛା ଘୋଡ଼ାଇବାକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି। କାରଣ ପୂର୍ୱରୁ ପୋଲିସ ଯେଉଁ ଅପରାଧୀଙ୍କୁ ଗୁଳିମାଡ଼ କରିଛି, ସେମାନଙ୍କର ମୁହଁକୁ ସର୍ୱସାଧାରଣରେ ଦେଖାଇଛି। କିନ୍ତୁ ଏହି ଘଟଣାରେ ପୋଲିସ ଭିନ୍ନ ଆଭିମୁଖ୍ୟ ଦେଖିବାକୁ ମିଳିଛି। ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ ହେବ ବୋଲି ତାଙ୍କର ମୁହଁ ପ୍ରଦର୍ଶନ କରା ନ ଯିବା ପୋଲିସ କହିଥିବାବେଳେ ପୀଡ଼ିତା କିନ୍ତୁ ଅଭିଯୁକ୍ତ ମୁହଁରେ ମାସ୍କ ପିନ୍ଧିଥିବାରୁ ତାଙ୍କୁ ଚିହ୍ନି ପାରି ନ ଥିବା ଅଭିଯୋଗରେ ଉଲ୍ଲେଖ କରିଥିଲେ। ଏଠାରେ ଅଭିଯୁକ୍ତ ଏବଂ ପୀଡ଼ିତାଙ୍କ ଡାକ୍ତରୀ ମାଇନାରେ ଅଭିଯୋଗର ସତ୍ୟତା ଜଣାପଡ଼ିବାକୁ ଥିବାବେଳେ ଟିଆଇ ପରେଡ କେଉଁ ଉଦ୍ଦେଶ୍ୟ ରଖି ପୋଲିସ କରିବାକୁ ଚାହୁଁଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆହୁରି ମଧ୍ୟ ପୋଲିସ ଅଭିଯୁକ୍ତ ସନ୍ତୋଷଙ୍କ ଘର ଗଞ୍ଜାମ ଜିଲାର ଜଗନ୍ନାଥ ପ୍ରସାଦ ବୋଲି ଦର୍ଶାଇଛି। ହେଲେ ସନ୍ତୋଷଙ୍କ ଘର ବାସ୍ତବରେ ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଡିମିରିପାଲି ଗଁାରେ। ପୋଲିସର ଏଭଳି ଏକାଧିକ ବୟାନରେ ତାଳମେଳ ନ ଥିବାରୁ କିଛି ଷଡ଼ଯନ୍ତ୍ର କରାଯାଇ ଅଭିଯୁକ୍ତଙ୍କୁ ଫସାଇବାକୁ ଚେଷ୍ଟା କରାଯାଉଛି ବୋଲି ଆଲୋଚନା ହେଉଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।