ବନ୍ୟା ବିପତ୍ତି ବେଳେ ରାସ୍ତାରୋକୋ: ଭଞ୍ଜନଗରବାସୀଙ୍କ ଦୁଃଖ ଦ୍ୱିଗୁଣିତ

Oct 30, 2026 - 10:35
ବନ୍ୟା ବିପତ୍ତି ବେଳେ ରାସ୍ତାରୋକୋ: ଭଞ୍ଜନଗରବାସୀଙ୍କ ଦୁଃଖ ଦ୍ୱିଗୁଣିତ

ଭଞ୍ଜନଗର, ୩୦।୧୦ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲାର ଭଞ୍ଜନଗର ଅଞ୍ଚଳରେ ଚଳିତ ବର୍ଷ ଦେଖାଦେଇଥିବା ଭୟାବହ ବନ୍ୟା ଅଞ୍ଚଳବାସୀଙ୍କ ଜୀବନକୁ ଦୁର୍ବିସହ କରିଦେଇଛି। ଏଭଳି ବନ୍ୟା ପରିସ୍ଥିତି ପୂର୍ବରୁ କେବେ ଦେଖି ନ ଥିବା ସ୍ଥାନୀୟ ଲୋକଙ୍କର ଶହ ଶହ କୋଟି ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଛି। ଏଭଳି ଦୁର୍ଦ୍ଦିନରେ ବାଉଁଶଲୁଣ୍ଡି ମଶାଣିସାହି ବାସିନ୍ଦା କ୍ଷୟକ୍ଷତିର ଆକଳନ ଓ ଥଇଥାନ ଦାବିରେ ଶୁକ୍ରବାର ସକାଳେ ହଠାତ୍‌ ଭଞ୍ଜନଗର-ବ୍ରହ୍ମପୁର ମୁଖ୍ୟ ରାସ୍ତା ଅବରୋଧ କରିଥିଲେ।

ବନ୍ୟାଜଳ ହ୍ରାସ ପାଇବା ପରେ ଲୋକେ ଧୀରେ ଧୀରେ ଯାତାୟାତ ସୱାଭାବିକ କରିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟପଟେ ପ୍ରଶାସନ ପକ୍ଷରୁ ମଧ୍ୟ ବନ୍ୟା ପ୍ରଭାବିତଙ୍କ ନିକଟରେ ରିଲିଫ ସାମଗ୍ରୀ ପହଞ୍ଚାଇବାକୁ ଉଦ୍ୟମ ଚାଲିଥିଲା। ଏଭଳି ସମୟରେ ରାସ୍ତାରୋକ ଯୋଗୁ ସାଧାରଣ ଯାତ୍ରୀ ଓ ରିଲିଫ ସାମଗ୍ରୀ ନେଇ ଯାଉଥିବା ପ୍ରଶାସନିକ ଗାଡ଼ିଗୁଡ଼ିକୁ ଯାତାୟାତରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ପ୍ରାୟ କିଛି ଘଣ୍ଟା ଧରି ରାସ୍ତାରୋକୋ ଚାଲିବା ପରେ ସକାଳ ସାଢ଼େ ୯ଟାରେ ଏହା ହଟିଥିଲା। ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା। ବନ୍ୟା ବିପତ୍ତିରେ ଜର୍ଜରିତ ଲୋକଙ୍କ ଦୁଃଖ ଉପରେ ରାସ୍ତାରୋକୋ ଯୋଗୁ ସାଧାରଣ ଜନତାଙ୍କ ଅସୁବିଧା ଆହୁରି ବଢ଼ିଯାଇଥିଲା।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।