ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ , ଅନନ୍ତ ସିଂହଙ୍କୁ ଜେଲ ଯିବାକୁ ପଡ଼ିବ

Oct 30, 2026 - 12:22
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ , ଅନନ୍ତ ସିଂହଙ୍କୁ ଜେଲ ଯିବାକୁ ପଡ଼ିବ

ନୂଆଦିଲ୍ଲୀ,୩୦।୧୦: ଡୁଲାରଚାନ୍ଦ ଯାଦବ ହତ୍ୟା ମାମଲାରେ ଜେଡିୟୁ (JDU) ବିଧାୟକ ଅନନ୍ତ ସିଂହଙ୍କୁ ଏକ ବଡ଼ ଝଟକା ଲାଗିଛି। ଶୁକ୍ରବାର ସୁପ୍ରିମକୋର୍ଟ ତାଙ୍କ ଜାମିନ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଏକ ହତ୍ୟା ମାମଲାକୁ କେବଳ ରାଜନୈତିକ ବିବାଦ ଭାବରେ ଦେଖିବା ଭୁଲ ହେବ। ତଦନ୍ତ ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଥିବା ଏବଂ ବିଚାର ସମୟରେ ସାକ୍ଷୀମାନଙ୍କୁ ପଚରାଉଚରା କରାଯିବ ବୋଲି ଉଲ୍ଲେଖ କରି, କୋର୍ଟ ତାଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ଆଦେଶ ଉପରେ ରୋକ ଲଗାଇବା ସହ ଅଭିଯୁକ୍ତଙ୍କୁ ଡିସେମ୍ବର ୧ ତାରିଖ ସୁଦ୍ଧା ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ, ଚାରି ମାସ ମଧ୍ୟରେ ତଦନ୍ତ ପ୍ରକ୍ରିୟା ଶେଷ କରିବାକୁ କୋର୍ଟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅନନ୍ତ ସିଂହ ନିଜ ଝିଅର ବିବାହ କାରଣ ଦର୍ଶାଇ ଆତ୍ମସମର୍ପଣ ପାଇଁ ଅଧିକ ସମୟ ମାଗିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।