ବର୍ଷା ଯୋଗୁ ମ୍ୟାଚରେ ଓଭର ହ୍ରାସ: ଭାରତ ସାମ୍ନାରେ ରହିଛି ନୂଆ ଲକ୍ଷ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ସମୀକରଣ

Nov 04, 2026 - 14:35
ବର୍ଷା ଯୋଗୁ ମ୍ୟାଚରେ ଓଭର ହ୍ରାସ: ଭାରତ ସାମ୍ନାରେ ରହିଛି ନୂଆ ଲକ୍ଷ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ସମୀକରଣ

ନୂଆଦିଲ୍ଲୀ, ୪।୧୧: ବର୍ଷା ପ୍ରଭାବିତ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ମ୍ୟାଚରେ ଓଭର ସଂଖ୍ୟା ହ୍ରାସ କରାଯାଇଛି। ବର୍ତ୍ତମାନ ଭାରତୀୟ ଇନିଂସ ୪୦ ଓଭରର ହେବ ଏବଂ ଏହାର ସାମ୍ନାରେ ମୋଟ ୧୬୭ ରନର ଟାର୍ଗେଟ ରହିଛି। ଅକଲାଣ୍ଡରେ ନ୍ୟୁଜିଲାଣ୍ଡର ପ୍ରଥମ ଇନିଂସ ୧୮୫ ରନରେ ଅଲଆଉଟ ହୋଇଯାଇଥିଲା। ବର୍ଷା ଆସିବା ପର୍ଯ୍ୟନ୍ତ ଟିମ ଇଣ୍ଡିଆ ୧୦.୫ ଓଭରରେ ଗୋଟିଏ ଉଇକେଟ୍‌ କ୍ଷତିରେ ୫୪ ରନ ସଂଗ୍ରହ କରିଥିଲା।

ବର୍ଷା କାରଣରୁ ଏକ ଘଣ୍ଟାଠାରୁ ଅଧିକ ସମୟ ଧରି ଖେଳ ବନ୍ଦ ରହିଥିଲା। ଭାରତୀୟ ସମୟ ଅନୁଯାୟୀ ଦିନ ୧ଟା ୩୫ ମିନଟରେ ପୁନର୍ବାର ଖେଳ ଆରମ୍ଭ ହେଲା, କିନ୍ତୁ ଭାରତୀୟ ଇନିଂସର ଓଭର କମାଇ ୪୦ କରାଗଲା। ସଂଶୋଧିତ ଟାର୍ଗେଟ (Revised Target) ଅନୁଯାୟୀ ବର୍ତ୍ତମାନ ଟିମ ଇଣ୍ଡିଆକୁ ୧୭୫ ବଲରେ ୧୧୩ ରନ ଆହୁରି କରିବାକୁ ପଡ଼ିବ ଏବଂ ଏହାର ଏବେ ବି ୯ଟି ଉଇକେଟ୍‌ ସୁରକ୍ଷିତ ଅଛି। ଏହି ମୁକାବିଲା ଆରମ୍ଭ ହେବା ପୂର୍ବରୁ ମଧ୍ୟ ବର୍ଷା ହୋଇଥିଲା, ଯାହାକି ଟସରେବିଳମ୍ବର କାରଣ ସାଜିଥିଲା। ମ୍ୟାଚ୍ରେ ଯେତେବେଳେ ପୁନର୍ବାର ବର୍ଷା ଆସିଲା, ସେତେବେଳେ ଭାରତ ପାଇଁ ବିରାଟ କୋହଲି ଏବଂ ଅଧିନାୟକ ଶୁଭମନ ଗିଲ କ୍ରଜରେ ରହିଥିଲେ। କୋହଲି ୨୯ ରନ ଏବଂ ଗିଲ ୧୭ ରନ କରି ସାରିଥିଲେ।

ଭାରତୀୟ ସମୟ ଅନୁଯାୟୀ ଦିନ ୧ଟା ୩୫ ମିନିଟରେ ପୁନର୍ବାର ଖେଳ ଆରମ୍ଭ ହେଲା, କିନ୍ତୁ ଏବେ ମାତ୍ର ୭ଟି ବଲ ହିଁ ପକାଯାଇଥିଲା, ସେତେବେଳେ ପୁଣିଥରେ ବର୍ଷା ଆସିଗଲା। ଖେଳ ବନ୍ଦ କରିଦିଆଗଲା ଏବଂ ପ୍ରବଳ ବର୍ଷା ମଧ୍ୟରେ ବ୍ଲେୟାର ଟିକନର୍‌ ୧୨ତମ ଓଭର ଶେଷ କରିଥିଲେ। ୧୧.୫ ଓଭର ସମୟରେ ବର୍ଷା ଜୋରଦାର ହୋଇଯାଇଥିଲା, କିନ୍ତୁ ଦର୍ଶକମାନେ ପାଟି କରି କହିବାକୁ ଲାଗିଲେ ଯେ ଖେଳାଳିମାନେ ଖେଳ ଜାରି ରଖିବା ଉଚିତ୍‌। ଅମ୍ପାୟାରମାନେ ୧୨ତମ ଓଭର ପୂରା କରାଇଥିଲେ। ମଜାକିଆ କଥା ଏହା ଥିଲା ଯେ ୧୨ତମ ଓଭରର ଶେଷ ବଲରେ ଅଧିନାୟକ ଶୁଭମନ ଗିଲ ଆଉଟ ହେଉହେଉ ବର୍ତ୍ତି ଯାଇଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।