ଶପଥ ନେଲେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ନବନିର୍ବାଚିତ ପ୍ରତିନିଧି

Oct 16, 2026 - 14:59
ଶପଥ ନେଲେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ନବନିର୍ବାଚିତ ପ୍ରତିନିଧି

ଛତ୍ରପୁର,୧୬ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇ ଅଧ୍ୟକ୍ଷ ଡ. ଅଜୟ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟ ପରିସର ସମ୍ମିଳନୀ କକ୍ଷରେ ଶୁକ୍ରବାର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି।

କାର୍ଯ୍ୟକ୍ରମ ପ୍ରଥମରେ ନିର୍ବାଚନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଢ଼େଇ ସମସ୍ତ ନବନିର୍ବାଚିତ ପ୍ରତିନିଧିଙ୍କୁ ଶପଥପାଠ କରାଇଥିଲେ। ନବନିର୍ବାଚିତ ସଭାପତି ଭାବେ ଜ୍ୟୋତିର୍ମୟ ସାହୁ ଶପଥ ଗ୍ରହଣ କରିଥିବାବେଳେ ଏନ. ଦିନେଶ ରେଡ୍ଡୀ ଉପସଭାପତି ଭାବେ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଛନ୍ତି। ସେହିପରି ସମ୍ପାଦକ ଭାବେ ବିଭୂତି ନାୟକ ଶପଥ ନେଇଥିଲେ ଏବଂ ପୂଜା ତରାଇ ସହ-ସମ୍ପାଦିକା ଭାବେ ଶପଥଗ୍ରହଣ କରିଥିଲେ। ଅନ୍ୟ ପଦ ପଦବୀ ପାଇଁ ଛାତ୍ର ସଂସଦର ସମସ୍ତ ପ୍ରତିନିଧି ଉପସ୍ଥିତ ରହି ଶପଥ ଗ୍ରହଣ କରିଥିଲେ।

ଶପଥଗ୍ରହଣ ସମାରୋହରେ ନିର୍ବାଚନ କମିଟିର ଅଧ୍ୟକ୍ଷ ସୁଶାନ୍ତ ଦାସ, ନିର୍ବାଚନୀ କମିଟିର ଉପାଧ୍ୟକ୍ଷ ନରେଶ ରାଉତ, ନିର୍ବାଚନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ମଢ଼େଇ, ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପିକା ଅଧ୍ୟାପକ ଏବଂ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ। ଶେଷରେ ନିର୍ବାଚନୀ କମିଟିର ଉପାଧ୍ୟକ୍ଷ ନରେଶ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏସ୍‌. ରଞ୍ଜିତା ରାଣୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।