ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ଆଦିବାସୀ ନେତ୍ରୀଙ୍କ ଆତ୍ମହତ୍ୟା
ରାଞ୍ଚତ୍, ୭ା୧୧: ଆଦିବାସୀ ଅଧିକାର କର୍ମୀ ତଥା ନେତ୍ରୀ ନିଶା ଭଗତ ଶୁକ୍ରବାର ଝାଡ଼ଖଣ୍ଡ ସରକାରଙ୍କ ବିରୋଧରେ ଅଭିଯୋଗ ଆଣି ଫେସ୍ବୁକ୍ରେ ଲାଇଭ ଆସିବା ସମୟରେ ରାଞ୍ଚତ୍ସ୍ଥିତ ବାସଭବନରେ ଆମତ୍ହତ୍ୟା କରିଛନ୍ତି। ଫେସ୍ବୁକ ଲାଇଭ୍ ଭିଡିଓ ଭାଇରାଲ ପରେ ତାଙ୍କ ମୃତ୍ୟୁ ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୧୧ ମିନିଟ୍ର ଲାଇଭ ଭିଡିଓରେ ସେ କାନ୍ଦୁଥିବାର ନଜର ଆସିଛନ୍ତି । ଜେଏମ୍ଏମ୍ ସରକାର ଓ ତାଙ୍କ ଜମି ଦଲାଲଙ୍କ ବିରୋଧରେ ସ୍ବର ଉଠାଇବା ଅର୍ଥ ମୃତ୍ୟୁକୁ ନିମନ୍ତ୍ରଣ କରିବା ବୋଲି ସେ ଅଭିଯୋଗ କରିଛନ୍ତି। ସେ ଜମି ମାଫିଆଙ୍କ ବିରୋଧରେ ତାଙ୍କର ସଂଘର୍ଷ ବିଷୟରେ କହିଥିଲେ ଏବଂ ପ୍ରଶାସନର ମନୋଭାବକୁ ନେଇ ନିରାଶା ପ୍ରକାଶ କରିଥିଲେ। ସେ ସରନା ଧର୍ମ, ସରନା-ସନାତନ ବିବାଦ ଏବଂ ବ୍ୟବସ୍ଥାର ବିଫଳତା ସମ୍ପର୍କରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।