ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…
ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ ଅଭିଜିତ ଦୀପକେ ରାଜ୍ୟ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ଦଳର ସହ-ସଂଯୋଜକ ଆଶୁତୋଷ ରାଙ୍କା ଏବଂ ଅନ୍ୟ CJP କର୍ମୀଙ୍କୁ ଯଦି ମୁକ୍ତ କରାନଯାଏ, ତେବେ ସେ ଦଳର ଅନ୍ୟ ସଦସ୍ୟଙ୍କ ସହ ଆସାମରେ ପହଞ୍ଚିବେ।
ଗୁଆହାଟୀରେ ଆଶୁତୋଷ ରାଙ୍କାଙ୍କୁ ଅଟକ ରଖାଯିବା ପରେ କକ୍ରୋଚ ଜନତା ପାର୍ଟି (CJP)ର ସଂସ୍ଥାପକ ଅଭିଜିତ ଦୀପକେ ରବିବାର (୨୭ ସେପ୍ଟେମ୍ବର, ୨୦୨୬) ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ପୋଷ୍ଟ କରି ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆଶୁଙ୍କୁ ଆସାମ ପୋଲିସ ଏକ ଘରୋଇ ବାସଭବନରୁ ଅଟକ ରଖିଛି। ତାଙ୍କୁ ଏପର୍ଯ୍ୟନ୍ତ କେଉଁ ଅଭିଯୋଗ କିମ୍ବା କେଉଁ ଆଧାରରେ ଅଟକ ରଖାଯାଇଛି, ସେ ବିଷୟରେ ଜଣାଯାଇନାହିଁ।
ଦୀପକେ ଆହୁରି କହିଛନ୍ତି, ଯଦି ଆଶୁଙ୍କୁ ମୁକ୍ତ କରାନଯାଏ, ତେବେ ମୁଁ କକ୍ରୋଚ ଜନତା ପାର୍ଟି (CJP)ର ଅନ୍ୟ ସଦସ୍ୟଙ୍କ ସହ ଆସାମ ଯିବି। ହିମନ୍ତ ବିଶ୍ୱ ଶର୍ମା ଚାହିଁଲେ ଆମ ସମସ୍ତଙ୍କୁ ଗିରଫ କରିପାରିବେ।
କକ୍ରୋଚ ଜନତା ପାର୍ଟି (CJP)ର ଦାବି ଅନୁସାରେ, ରବିବାର (୨୭ ସେପ୍ଟେମ୍ବର, ୨୦୨୬) ଗୁଆହାଟୀରେ ଦଳର ପ୍ରସ୍ତାବିତ ରିଜିଓନାଲ ଭଲଣ୍ଟିୟର୍ ମିଟିଂ ପୂର୍ବରୁ ଆସାମ ପୋଲିସ ଦଳର କେନ୍ଦ୍ରୀୟ କମିଟିର ୪ ଜଣ ସଦସ୍ୟଙ୍କ ସମେତ ୩୦ରୁ ଅଧିକ CJP କର୍ମୀଙ୍କୁ ଅଟକ ରଖିଛି।
ଅଟକ ରଖାଯାଇଥିବା ଲୋକଙ୍କ ମଧ୍ୟରେ ଆଶୁତୋଷ ରାଙ୍କା ମଧ୍ୟ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପୋଲିସ ସକାଳୁ ଦଳର ସଦସ୍ୟମାନଙ୍କୁ ବୈଠକ କରିବାକୁ ଦେଉନଥିଲା। ରାଙ୍କା କହିଛନ୍ତି, ପୋଲିସ ସକାଳୁ ଗୁଣ୍ଡାଙ୍କ ଭଳି ବ୍ୟବହାର କରୁଥିଲା। ଏହା ଏକ ଘରୋଇ ବାସଭବନ, ଯେଉଁଠାରେ ଆମେ ଶାନ୍ତିପୂର୍ଣ୍ଣ ଭାବେ ବୈଠକ କରିବାକୁ ଯାଉଥିଲୁ। କିନ୍ତୁ ପୁଲିସ ଆମ ଟିମର ସଦସ୍ୟମାନଙ୍କୁ ଲଗାତାର ଅଟକ ରଖୁଥିଲା ଏବଂ ଏବେ ଆମ ସମସ୍ତଙ୍କୁ ଅଟକ ରଖାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।