ଅଗ୍ନି ବିପନ୍ନଙ୍କୁ ସହାୟତା

Oct 12, 2026 - 00:17
ଅଗ୍ନି ବିପନ୍ନଙ୍କୁ ସହାୟତା

ଡେରାବିଶ,୧୧/୧୦(ନି.ପ୍ର)-ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ବଡସଲାରୋ ଗ୍ରାମର ରତ୍ନାକର ପାଢ଼ୀଙ୍କ ଘର ଶନିବାର ରାତିରେ ପୋଡ଼ି ଭସ୍ମୀଭୂତ ହୋଇଯାଇଛି। ଫଳରେ ରତ୍ନାକର ଙ୍କ ପରିବାର ସର୍ବସ୍ବ ହରାଇ ପରଘରେ ଆଶ୍ରୟ ନେଇଛନ୍ତି। ଖବରପାଇ କଳିଙ୍ଗ ଆବାସିକ ବିଦ୍ୟାଳୟର ଚେୟାର ମ୍ୟାନ ତଥା ସମାଜସେବୀ ଡ଼ ମନୋଜ କୁମାର ପ୍ରଧାନ ବିପନ୍ନଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢାଇଛନ୍ତି। ଏହି ଅବସରରେ ଡ଼ ପ୍ରଧାନ ରତ୍ନାକର ଙ୍କୁ ଆର୍ଥିକ ସହାୟତା ଓ ଶୁଖିଲା ଖାଦ୍ୟ ପ୍ରଦାନ କରିବା ସହ ଏହି ପରିବାର ପାଇଁ ୫ ଦିନ ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ବ୍ୟବସ୍ଥା କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଡ଼ ପ୍ରଧାନଙ୍କ ଶିକ୍ଷକ ହରେକୃଷ୍ଣ ମହାନ୍ତି, ଦୁର୍ଗା ପ୍ରସାଦ ପଣ୍ଡା ଓ ସନ୍ତୋଷ କୁମାର ବାରିକ ସାମିଲ ହୋଇଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।